ବଲାଙ୍ଗିର : 29 ଅକ୍ଟୋବର 2026 ସମ୍ରାଟ ଅଶୋକଙ୍କ ଶାସନକାଳ ଏବଂ ତାପରବର୍ତ୍ତୀ ସମୟରେ ବୌଦ୍ଧ ଧର୍ମ ଭାରତର ଦକ୍ଷିଣାଞ୍ଚଳରେ ଅତ୍ୟନ୍ତ ଦ୍ରୁତଗତିରେ ପ୍ରସାର ଲାଭ କରିଥିଲା। ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁର ସୀମାବର୍ତ୍ତୀ ଅଞ୍ଚଳରେ ଅନେକ ପ୍ରାଚୀନ ବୌଦ୍ଧ ସ୍ଥଳ (ଯେପରିକି ଅମରାବତୀ, ନାଗାର୍ଜୁନକୋଣ୍ଡା) ରହିଛି।
ପ୍ରତ୍ନତତ୍ତ୍ୱବିତ୍, ଐତିହାସିକ ଓ ଗବେଷକ ମାନଙ୍କ ମତରେ, ପ୍ରାଚୀନ କାଳରେ ତିରୁମାଲା ପାହାଡ଼ ଏବଂ ଏହାର ନିର୍ଜନ ପ୍ରାକୃତିକ ପରିବେଶରେ ବୌଦ୍ଧ ଭିକ୍ଷୁମାନଙ୍କ ପାଇଁ ଧ୍ୟାନ ଓ ସାଧନା ତଥା ମୁଣ୍ଡନ (Mundan) ବା କେଶକ୍ଷରଣ (Head Shaving) ( ପାଲି ଭାଷାରେ ‘ ପବ୍ବଜ୍ଜା ‘ଓ ‘ସାମଣେର ‘ ) ପ୍ରଥା ବା ସନ୍ନ୍ୟାସ ଗ୍ରହଣ କରିବାର ପ୍ରଥମ ପଦକ୍ଷେପ ପାଇଁ ସମ୍ରାଟ ଅଶୋକଙ୍କ ଦ୍ୱାରା ଏକ ବଡଧରଣ ବୌଦ୍ଧ ବିହାର ନିର୍ମାଣ କରାଯାଇଥିଲା l
ଇତିହାସର ବିଭିନ୍ନ କାଳଖଣ୍ଡରେ, ଯେତେବେଳେ ବୌଦ୍ଧ ଧର୍ମର ପ୍ରଭାବ କ୍ଷୀଣ ହେବାକୁ ଲାଗିଲା ଏବଂ ଦେଶରେ ପୁନର୍ବାର ବ୍ରାହ୍ମଣବାଦର ସ୍ଥାପନା ହେଲା, ସେତେବେଳେ ବୌଦ୍ଧଧର୍ମର ବିନାଶ କରିବା ପାଇଁ ବ୍ରାହ୍ମଣବାଦୀଙ୍କ ଦ୍ୱାରା ତିରୁମାଳାଇ ବୌଦ୍ଧ ବିହାରକୁ ବିଧ୍ୟାଂଶ କରି ଦିଆଯାଇଥିଲା l ତାପରବର୍ତ୍ତୀ ସମୟରେ ଅନେକ କାହାଣୀର ଗ୍ରନ୍ଥ କାଳ୍ପନିକ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ନାମରେ ରଚନା କରାଯାଇ :
( a ) ତିରୁମାଲ ବୌଦ୍ଧ ବିହାରରେ ଅବସ୍ଥାପିତ ହୋଇ ରହିଥିବା କଳା ମୁଗୁନି ପଥରରେ ନିର୍ମିତ ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ବିଷ୍ଣୁଙ୍କ ଅବତାରୀ ପୁରୁଷ ଭେଙ୍କଟେଶ୍ୱରଙ୍କ ( ତିରୁପତି ବାଲାଜୀ ) ରୂପରେ ରୂପାନ୍ତରିତ କରି ଦିଆଯାଇଥିଲା l
( b ) ଭଗ୍ନାଂଶ ଉପରେ ତିରୁପତି ବାଲାଜୀଙ୍କ ( ତିରୁମାଲା ) ମନ୍ଦିର ନିର୍ମାଣ କରାଯାଇ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ଦକ୍ଷିଣ ଭାରତର ତିରୁମାଳାଇ ବୌଦ୍ଧ ତୀର୍ଥକ୍ଷେତ୍ରକୁ ବୈଷ୍ଣବ ଧର୍ମର ଧର୍ମପୀଠ ଭାବରେ ପରିବର୍ତ୍ତିତ କରି ଦିଆଯାଇଥିଲା । ତତ୍ସମ୍ବନ୍ଧୀୟ ସବିଶେଷ ତଥ୍ୟ ନିମ୍ନରେ ଉପସ୍ଥାପନା କାରାଯାଇଛି l
( 1 ) ସମ୍ରାଟ ଅଶୋକ ଓ ଦକ୍ଷିଣ ଭାରତର ତିରୁମlଳାଇ ବୌଦ୍ଧ ବିହାର :
( a ) ପୃଥିବୀର ସବୁଠାରୁ ଶକ୍ତିଶାଳୀ ବୁଦ୍ଧଙ୍କର ଦେଶ : ଖ୍ରୀଷ୍ଟପୂର୍ବ ୨୬୮ରୁ ୨୩୨ ମଧ୍ୟରେ ସମ୍ରାଟ ଅଶୋକଙ୍କ ୩୬ ବର୍ଷର ଦୀର୍ଘ ଶାସନକାଳରେ ମୌର୍ଯ୍ୟ ସାମ୍ରାଜ୍ୟ ପୃଥିବୀର ସବୁଠାରୁ ବୃହତ୍, ସମୃଦ୍ଧ ଓ ଶକ୍ତିଶାଳୀ ବୌଦ୍ଧ ସାମ୍ରାଜ୍ୟ ଭାବରେ ବିଶ୍ୱ ଦରବାରରେ ପରିଗଣିତ ହେଉଥିଲା। ସେତେବେଳେ ମୋର୍ଯ୍ୟ ସାମ୍ରାଜ୍ୟର ପ୍ରାୟ ୯୫ ପ୍ରତିଶତ ନାଗରିକ ବୌଦ୍ଧ ଧର୍ମାବଲlମ୍ବୀ ରହିଥିଲେ।
( b ) ତିରୁମଳାଇ ବୌଦ୍ଧ ବିହାରର ପ୍ରତିଷ୍ଠା: ମହାନ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ଶାସନକାଳରେ ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ଦେଶବ୍ୟାପୀ ଅନେକ ବୌଦ୍ଧ ବିହାର ଓ ଶିକ୍ଷାକେନ୍ଦ୍ର ପ୍ରତିଷ୍ଠିତ ହୋଇଥିଲା। ଏହି କ୍ରମରେ ଆଜିର ତିରୁପତି-ତିରୁମଳାଇ ପବିତ୍ର ପାହାଡ଼ କ୍ଷେତ୍ରରେ ଏକ ବିଶାଳ ବୌଦ୍ଧ ବିହାର ନିର୍ମାଣ କରାଯାଇଥିଲା।
( 2 ) ) ‘ପ୍ରବଜ୍ଜା’ ଓ ‘ସାମଣେର’ ପ୍ରଥା ଏବଂ ମୌର୍ଯ୍ୟ ସାମ୍ରାଜ୍ୟର ବୌଦ୍ଧୀକରଣ :
ବୌଦ୍ଧ ଧର୍ମରେ ମୁଣ୍ଡନ (Mundan) ବା କେଶକ୍ଷରଣ (Head Shaving) ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପବିତ୍ର ରୀତି। ଏହାକୁ ସାଧାରଣତଃ ପାଲି ଭାଷାରେ ‘ ପବ୍ବଜ୍ଜା ‘ଓ ‘ସାମଣେର ‘ ପ୍ରଥା ବା ସନ୍ନ୍ୟାସ ଗ୍ରହଣ କରିବାର ପ୍ରଥମ ପଦକ୍ଷେପ ବୋଲି କୁହାଯାଇଥାଏ।
( a ) ‘ପ୍ରବଜ୍ଜା’ ଶବ୍ଦର ଅର୍ଥ: ‘ପ୍ରବଜ୍ଜା’ ଏକ ପାଳି ଶବ୍ଦ, ଯାହାର ଶlବ୍ଦ୍ଦିକ ଅର୍ଥ ହେଲା “ଘର ଛାଡ଼ି ବାହାରି ଯିବା” ବା “ସଂସାର ତ୍ୟାଗ କରିବା” ।
ବୌଦ୍ଧ ଧର୍ମରେ ଏହାର ମହତ୍ତ୍ବ: ବୌଦ୍ଧ ସନ୍ନ୍ୟାସ ପରମ୍ପରାରେ, ଯେତେବେଳେ ଜଣେ ସାଧାରଣ ବ୍ୟକ୍ତି (ଗୃହସ୍ଥ) ନିଜର ଘରଦ୍ୱାର, ପରିବାର ଏବଂ ସାଂସାରିକ ମୋହମାୟା ତ୍ୟାଗ କରି ବୌଦ୍ଧ ସଂଘରେ ପ୍ରବେଶ କରନ୍ତି ଏବଂ ପ୍ରାଥମିକ ସନ୍ନ୍ୟାସୀ ବ୍ରତ ଗ୍ରହଣ କରନ୍ତି, ସେହି ପ୍ରକ୍ରିୟା କିମ୍ବା ଦୀକ୍ଷାକୁ ‘ପ୍ରବଜ୍ଜା’ କୁହାଯାଏ।
( b ) ‘ସାମଣେର’ ଶବ୍ଦର ଅର୍ଥ: ପାଳି ଭାଷାରେ ‘ସାମଣେର’ ର ଅର୍ଥ ହେଲା ବୌଦ୍ଧ ଶ୍ରମଣ ବା କୁମାର ସନ୍ନ୍ୟାସୀ” ।
ବୌଦ୍ଧ ଧର୍ମରେ ଏହାର ମହତ୍ତ୍ବ : ‘ପ୍ରବଜ୍ଜା’ ଗ୍ରହଣ କରିବା ପରେ ଜଣେ ବ୍ୟକ୍ତି ପ୍ରଥମେ ‘ସାମଣେର’ (ପ୍ରାଥମିକ ସନ୍ନ୍ୟାସୀ) ହୁଅନ୍ତି। ସେମାନେ ସଂଘରେ ସମ୍ପୂର୍ଣ୍ଣ ଭିକ୍ଷୁ (Bhikkhu) ହେବା ପୂର୍ବରୁ ପ୍ରଶ୍ନୋତ୍ତର ଏବଂ ପ୍ରଶିକ୍ଷଣ ଅବସ୍ଥାରେ ଥାଆନ୍ତି। ବୟସ ଏବଂ ଯୋଗ୍ୟତା ପୂର୍ଣ୍ଣ ହେଲା ପରେ ଏହି ସାମଣେର ମାନେ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ‘ଭିକ୍ଷୁ’ ଭାବେ ଦୀକ୍ଷିତ ହୁଅନ୍ତି।
( c ) ଜୀବନର ଏକ ପ୍ରମୁଖ ପାହାଚ: ପାରମ୍ପରିକ ଭାବେ ପ୍ରତ୍ୟେକ ବୌଦ୍ଧବଲlମ୍ବୀ ମାନେ ସେମାନଙ୍କ ଜୀବନରେ ଅତି କମରେ ଥରେ (ସାଧାରଣତଃ ବାହାଘର କିମ୍ବା ବୟସ୍କ ହେବା ପୂର୍ବରୁ) କିଛି ସମୟ ପାଇଁ (ଏହା କିଛି ଦିନ, କିଛି ମାସ କିମ୍ବା ବର୍ଷେ ପର୍ଯ୍ୟନ୍ତ ହୋଇପାରେ) ସନ୍ନ୍ୟାସୀ ଜୀବନ ଅତିବାହିତ କରିଥାନ୍ତି। ଏହା ସେମାନଙ୍କ ମଧ୍ୟରେ ପରିପକ୍ୱତା, ଦାୟିତ୍ୱବୋଧ ଏବଂ ଧର୍ମ ପ୍ରତି ଗଭୀର ଶ୍ରଦ୍ଧା ସୃଷ୍ଟି କରିଥାଏ।
( 3 ) ସମ୍ରାଟ ଅଶୋକଙ୍କ ଦୁରଦୃଷ୍ଟି ଓ ମୋର୍ଯ୍ୟ ସାମ୍ରାଜ୍ୟ ବୁଦ୍ଧଙ୍କର ଦେଶରେ ପରିଣତ :
( a ) ମୌର୍ଯ୍ୟ ସାମ୍ରାଜ୍ୟ ତଥା ବିଦେଶର ବୌଦ୍ଧବଲlମ୍ବୀଙ୍କ ଆଗମନ: ଏହି ପ୍ରାଚୀନ ତିରୁମାଳାଇ ବୌଦ୍ଧ ବିହାର କେବଳ ଏକ ସାଧାରଣ ପ୍ରାର୍ଥନା ସ୍ଥଳ ନଥିଲା, ବରଂ ଏହା “ପ୍ରବ୍ରଜ୍ଜା” ଓ ‘ସାମଣେର ‘ଦୀକ୍ଷା ଗ୍ରହଣ କରିବାର ଏକ ବିଶ୍ୱବିକ୍ଷ୍ୟାତ କେନ୍ଦ୍ର ଥିଲା। ସେହି ସମୟରେ ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟ ସମେତ ଏସିଆ ମହାଦେଶର ବିଭିନ୍ନ ପ୍ରାନ୍ତରୁ ବୌଦ୍ଧବଲlମ୍ବୀ ମାନେ, ଯେଉଁମାନେ ସନ୍ନ୍ୟାସ, ଶୃଙ୍ଖଳା ଏବଂ ବୌଦ୍ଧ ଦର୍ଶନ ଶିକ୍ଷା କରିବାକୁ ଚାହୁଁଥିଲେ, ସେମାନେ ଏହି ପବିତ୍ର ସ୍ଥାନକୁ ଆସୁଥିଲେ।
( b ) ବୌଦ୍ଧ ମୂଲ୍ୟବୋଧର ଏସିଆ ମହାଦେଶକୁ ବିସ୍ତାର: ଯେତେବେଳେ ସମ୍ରାଟ ଅଶୋକଙ୍କ ପ୍ରୋତ୍ସାହନ ଏବଂ ମାର୍ଗଦର୍ଶନରେ ଏପରି ବ୍ୟାପକ ସ୍ତରରେ ପ୍ରବ୍ରଜ୍ଜା ଓ ଧର୍ମଶିକ୍ଷା କାର୍ଯ୍ୟକ୍ରମ ଦେଶର ଅନେକ ବୌଦ୍ଧ ବିହାର, ବୁଦ୍ଧଙ୍କର ସ୍ତୁପ ଓ ପୂଜସ୍ଥଳୀ ମାନଙ୍କରେ ପରିଚାଳିତ ହେଲା, ସେତେବେଳେ ସାଧାରଣ ଜନଜୀବନରେ ଅହିଂସା, କରୁଣା, ଶୃଙ୍ଖଳା ଏବଂ ନୈତିକତାର ଭାବନାର ଜାଗ୍ରତ ହୋଇ ମୋର୍ଯ୍ୟ ସାମ୍ରାଜ୍ୟ ସମେତ ସମଗ୍ର ଏସିଆ ମହାଦେଶକୁ ଗଭିର ଭାବରେ ବ୍ୟାପି ଯାଇଥିଲା ।
( c ) ବୌଦ୍ଧ ରାଷ୍ଟ୍ର ଭାବରେ ପରିବର୍ତ୍ତନ: ପ୍ରତିବର୍ଷ ହଜାର ହଜାର ଯୁବକ ଓ ନାଗରିକ ଏହି ପ୍ରଥା ମାଧ୍ୟମରେ ବୌଦ୍ଧ ସଂସ୍କୃତି ଏବଂ ସଂଘ ସହିତ ଜଡ଼ିତ ହେଉଥିଲେ। ଏହି ଆଧ୍ୟାତ୍ମିକ ଏବଂ ସାମାଜିକ ଆନ୍ଦୋଳନ ଫଳରେ ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟ ଧୀରେ ଧୀରେ ଏକ ଶାନ୍ତିପୂର୍ଣ୍ଣ ଏବଂ ପ୍ରକୃତ ଅର୍ଥରେ ବୌଦ୍ଧ ସଂସ୍କୃତିର ମହାସାମ୍ରାଜ୍ୟରେ ପରିଣତ ହୋଇ ସମଗ୍ର ଏସିଆ ମହାଦେଶକୁ ପ୍ରଭାବିତ କରିଥିଲା ।
( 4 ) ବୌଦ୍ଧଧର୍ମର ପତନ ଓ ବ୍ରହ୍ମଣବାଦ ଯୁଗର ପ୍ରତ୍ୟାବର୍ତ୍ତନ :
( a ) ବିଶ୍ୱାସଘାତକତା ଓ ପତନ: ଖ୍ରୀଷ୍ଟପୂର୍ବ ୧୮୫ ( 185 BCE ) ରେ ମୌର୍ଯ୍ୟ ବଂଶର ନବମ ତଥା ଶେଷ ସମ୍ରାଟ ବୃହଦ୍ରଥ ମୌର୍ଯ୍ୟଙ୍କୁ ତାଙ୍କର ପ୍ରଧାନ ବ୍ରାହ୍ମଣ ସେନାପତି ପୁଷ୍ୟମିତ୍ର ଶୃଙ୍ଗ କପଟତା ଓ ବିଶ୍ୱାସଘାତକତା କରି ହତ୍ୟା କରିବା ପରେ ମୌର୍ଯ୍ୟ ସାମ୍ରାଜ୍ୟର ସବୁଦିନ ପାଇଁ ଅନ୍ତ ଘଟିଥିଲା।
( b ) ବୌଦ୍ଧ ଧର୍ମ ଉପରେ ଅମାନୁଷିକ ଅତ୍ୟାଚାର: ଶୃଙ୍ଗ ସାମ୍ରାଜ୍ୟର ପ୍ରଥମ ଶାସକ ଭାବେ ପୁଷ୍ୟମିତ୍ର ଶୃଙ୍ଗ ଗାଦିରେ ଅବସ୍ଥାପିତ ହେଲାପରେ ଦେଶରେ ପୁନର୍ବାର ବ୍ରାହ୍ମଣବାଦର ପ୍ରତିଷ୍ଠା କରାଯାଇ ରାଜ୍ୟର ସମସ୍ତ ସାମରିକ ଶକ୍ତି ବୌଦ୍ଧଧର୍ମକୁ ଧ୍ୱଂସ କରିବାରେ ଲଗାଇ ଦିଆଯାଇଥିଲା । ଯଦ୍ୱାରା ବୁଦ୍ଧଧର୍ମର ପତନ ଘଟିଥିଲା ଓ ବ୍ରାହ୍ମଣବାଦ ଯୁଗର ପ୍ରତ୍ୟାବର୍ତନ ହୋଇଥିଲା ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ବଳବତ୍ତର ହୋଇ ରହିଛି l
( c ) ତାପରବର୍ତ୍ତି ସମୟ ଠାରୁ ରାଜଦରବାର ମାନଙ୍କରେ ବୌଦ୍ଧ ଭୀକ୍ଷୁ ମାନଙ୍କ ବଦଳରେ ମନ୍ତ୍ରୀ ପରିଷଦରେ ବ୍ରାହ୍ମଣ ମାନେ ଅବସ୍ଥାପିତ ହୋଇ ରହିଥିଲେ l ସେସମୟରେ ସେମାନଙ୍କ ପ୍ରରୋଚନାରେ ଦେଶରୁ ବୌଦ୍ଧଧର୍ମକୁ ମୂଳରୁ ପୋଛିଦେବା ପାଇଁ ଲକ୍ଷାଧିକ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣୀ ମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା।
ସମ୍ରାଟ ଅଶୋକଙ୍କ ଦ୍ୱାରା ନିର୍ମିତ ତିରୁମାଲା ସ୍ଥିତ ବୌଦ୍ଧ ବିହାର ସମେତ ଦେଶର ୮୪,୦୦୦ ବୌଦ୍ଧ ପ୍ରତିମୂର୍ତ୍ତି, ସ୍ତୁପ, ବୌଦ୍ଧ ବିହାର ଏବଂ ପୂଜାସ୍ଥଳୀ ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଥିଲା। ବୁଦ୍ଧଙ୍କର ଅନେକ ଭଗ୍ନାଂଶ ପୂଜlସ୍ଥଳୀ ମାନଙ୍କୁ ବ୍ରାହ୍ମଣ ବାଦୀଙ୍କ ଦ୍ୱାରା କବଜା କରାଯାଇ ସେଠାରେ ମନ୍ଦିର ନିର୍ମାଣ କରାଯାଇଥିଲା l
( 5 ) କଳିଯୁଗରେ ଭଗବାନ ବିଷ୍ଣୁ ଓ ମାତା ମହାଲକ୍ଷ୍ମୀଙ୍କ ମାନବ ରୂପରେ ତିରୁମାଲ ପର୍ବତlଞ୍ଚଳରେ ଅବତରଣ :
ତିରୁମାଲ ପର୍ବତlଞ୍ଚଳରେ ରହିଥିବା ବୌଦ୍ଧ ବିହାରର ଭଗ୍ନାଂଶକୁ ପୁନଃରୁଦ୍ଧାର କରି ବିଷ୍ଣୁଙ୍କ ମନ୍ଦିରରେ ପରିଣତ କରିବା ପାଈଁ ଏକ କାଳ୍ପନିକ ନାଟକୀୟ କାହାଣୀ ” କଳିଯୁଗରେ ବିଷ୍ଣୁ ଓ ମହାଲକ୍ଷ୍ମୀ ମାନବ ରୂପରେ ତିରୁମାଲ ପର୍ବତlଞ୍ଚଳରେ ଅବତରଣ :କରିଥିଲେ ” ବୋଲି ବ୍ରାହ୍ମଣବାଦୀଙ୍କ ଦ୍ୱାରା ଶ୍ରୀମଦ୍ ଭାଗବତ ପୁରାଣ ଓ ପଦ୍ମ ପୁରାଣରେ ରଚନା କରାଯାଇଥିଲା l ତତ୍ସମ୍ବନ୍ଧୀୟ ସବିଶେଷ ତଥ୍ୟ ନିମ୍ନରେ ଉପସ୍ଥାପନା କାରାଯାଇଛି l
( a ) ବ୍ରାହ୍ମଣ ମହର୍ଷି ଭୃଗୁଙ୍କ ତ୍ରିମୂର୍ତ୍ତି ପରୀକ୍ଷାର ନାଟକୀୟ କାହାଣୀ :
ପୁରାଣ ଅନୁସାରେ, କଳିଯୁଗର ପ୍ରାରମ୍ଭରେ ବୈଦିକ କାଳରେ ସରସ୍ୱତୀ ନଦୀ କୂଳରେ ଏକ ମହାଯଜ୍ଞ ଆୟୋଜିତ କରାଯାଇଥିଲା l ଏଥିରେ ଯୋଗଦେବା ପାଇଁ ଅନେକ ମହାନ ସାଧୁସନ୍ଥ ଓ ବ୍ରାହ୍ମଣ ମାନେ ତାଙ୍କ ଗୁରୁ ମହର୍ଷି ଭୃଗୁଙ୍କ ସହିତ ଏକତ୍ରିତ ହୋଇଥିଲେ।
ସେମୟରେ ଆକାଶ ମାର୍ଗରେ ମହର୍ଷି ନାରଦ ଆସି ” ତ୍ରିମୂର୍ତ୍ତି ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ମଧ୍ୟରୁ କିଏ ସର୍ବଶ୍ରେଷ୍ଠ ଏବଂ ସେମାନେ କାହାକୁ ପ୍ରଧାନ (ମାଷ୍ଟର) ଭାବରେ ସେହି ଯଜ୍ଞର ଫଳ ଅର୍ପଣ କରିବେ ” ବୋଲି ଉପସ୍ଥିତ ସମସ୍ତ ମହାନ ସାଧୁସନ୍ଥ ଓ ବ୍ରାହ୍ମଣ ମାନଙ୍କୁ ପ୍ରଶ୍ନ ପଚାରିଥିଲେ l
ସେଠାରେ ଉପସ୍ଥିତ ସମସ୍ତ ମହାନ ସାଧୂସନ୍ଥ ଓ ବ୍ରାହ୍ମଣ ନାରଦଙ୍କ ପ୍ରଶ୍ନର ଉତ୍ତର କେହି ସ୍ଥିର କରିପାରି ନଥିଲେ l ଶେଷରେ ଏକ ବିରାଟ ସଭା ଅନୁଷ୍ଠିତ ସର୍ବସମ୍ମତି କ୍ରମେ ସ୍ଥିରୀକୃତ ହେଲା ବ୍ରହ୍ମଣ ମହର୍ଷି ଭୃଗୁ ତ୍ରିଦେବଙ୍କୁ ପରୀକ୍ଷା କରି ତାଙ୍କ ମଧ୍ୟରେ କିଏ ସର୍ବଶ୍ରେଷ୍ଠ ସ୍ଥିର କରିବେ ।
( b ) ମହର୍ଷି ଭୃଗୁଙ୍କ ଦ୍ୱାରା ତ୍ରିଦେବ ପରୀକ୍ଷା: ବ୍ରହ୍ମାଙ୍କୁ ଅଭିଶାପ ଏବଂ ମନ୍ଦିରର ସୀମିତତା :
ଏହି ଦାୟିତ୍ୱ ଗ୍ରହଣ କରି ମହର୍ଷି ଭୃଗୁ ପ୍ରଥମେ ଭଗବାନ ବ୍ରହ୍ମାଙ୍କୁ ପରୀକ୍ଷା କରିବାକୁ ସ୍ଥିର କଲେ। ସେ ବ୍ରହ୍ମଲୋକରେ ଭଗବାନ ବ୍ରହ୍ମାଙ୍କୁ ଦର୍ଶନ କରିବାକୁ ଗଲେ। ବ୍ରହ୍ମଲୋକରେ ପହଞ୍ଚି ମହର୍ଷି ଜାଣିଶୁଣି ଭଗବାନ ବ୍ରହ୍ମାଙ୍କ ପ୍ରତି ଅତ୍ୟନ୍ତ ଅସମ୍ମାନ ପ୍ରଦର୍ଶନ କଲେ।
ଭଗବାନ ବ୍ରହ୍ମା ରାଗିଗଲେ ଏବଂ ମହର୍ଷିଙ୍କୁ ଦଣ୍ଡ ଦେବାକୁ ଚାହୁଁଥିଲେ l ମାତ୍ର ତାଙ୍କର ପତ୍ନୀ ମାତା ସରସ୍ୱତୀ ମହର୍ଷିଙ୍କ ଆସିବାର ଅଭିପ୍ରାୟ ଜାଣିପାରି ବ୍ରହ୍ମାଙ୍କ କ୍ରୋଧରୁ ତାଙ୍କୁ ରକ୍ଷା କରିଥିଲେ। ମହର୍ଷି ଭୃଗୁ ବ୍ରହ୍ମାଙ୍କ ଅସମ୍ମାନରେ କ୍ରୋଧିତ ହୋଇ ଅଭିଶାପ ଦେଇଥିଲେ ଯେ ” କଳିଯୁଗରେ କେହି ବ୍ରହ୍ମାଙ୍କୁ ପୂଜା କରିବେ ନାହିଁ। ” ଆଜି ପର୍ଯ୍ୟନ୍ତ ଭଗବାନ ବ୍ରହ୍ମାଙ୍କୁ ଉତ୍ସର୍ଗ ହୋଇଥିବା ଅତି କମ୍ ମନ୍ଦିର ରହିଛି (ଯେଉଁଥିରେ ପୁଷ୍କରର ବ୍ରହ୍ମା ମନ୍ଦିର ଏକମାତ୍ର ବ୍ୟତିକ୍ରମ)।
( c ) କୈଳାସ ପର୍ବତରେ ଭଗବାନ ଶିବଙ୍କ ପରୀକ୍ଷା ଏବଂ ଲିଙ୍ଗ ପୂଜାର ପୃଷ୍ଠଭୂମି :
ଏହାପରେ ମହର୍ଷି ଭୃଗୁ କୈଳାସ ପର୍ବତରେ ଭଗବାନ ଶିବଙ୍କୁ ଦର୍ଶନ କରିବାକୁ ସ୍ଥିର କଲେ। କୈଳାସ ପର୍ବତରେ ପହଞ୍ଚିବା ପରେ ନନ୍ଦୀ ତାଙ୍କୁ ଭିତରକୁ ଯିବାକୁ ବାରଣ କଲେ କାରଣ ସେତେବେଳେ ଶିବ ଏବଂ ପାର୍ବତୀ ରତିକ୍ରୀଡ଼ାରେ ମଗ୍ନ ରହିଥିଲେ ।
ଅନେକ ସମୟ ଅପେକ୍ଷା କଲାପରେ ମଧ୍ୟ ସାକ୍ଷ୍ୟାତ କରି ନପାରିବାରୁ ମହର୍ଷି ଭୃଗୁ ଭଗବାନ ଶିବଙ୍କୁ କେବଳ ଲିଙ୍ଗ ରୂପରେ ପୂଜା କରାଯିବ ବୋଲି ଅଭିଶାପ ଦେଲେ। କାଶୀରେ କେବଳ (ମହା ମୃତ୍ୟୁଞ୍ଜୟ ମନ୍ଦିର) ଭଗବାନ ଶିବଙ୍କର ଏକ ମୂର୍ତ୍ତି ରୂପ ରହିଛି ଯାହା ୪୦୦ ବର୍ଷରୁ ଅଧିକ ପୁରୁଣା ବୋଲି କୁହାଯାଏ।
( d ) ବୈକୁଣ୍ଠ ଧାମରେ ଭଗବାନ ବିଷ୍ଣୁଙ୍କ ବକ୍ଷସ୍ଥଳରେ ପ୍ରହାର ଓ ଶ୍ରୀବତ୍ସ ଚିହ୍ନର ସୃଷ୍ଟି :
ଏହାପରେ ଭଗବାନ ବିଷ୍ଣୁଙ୍କୁ ପରୀକ୍ଷା କରିବା ପାଇଁ ମହର୍ଷି ବୈକୁଣ୍ଠ ଧାମରେ ପହଞ୍ଚିଲେ। ସେ ଭଗବାନ ବିଷ୍ଣୁଙ୍କ ଅନୁମତି ବିନା ଧାମରେ ପ୍ରବେଶ କଲେ ଏବଂ ଦେଖିଲେ ଯେ ସେତେବେଳେ ଭଗବାନ ବିଶ୍ରାମ କରୁଛନ୍ତି। ମହର୍ଷି ତାଙ୍କୁ ଉଠିବାକୁ କହିଲେ, କିନ୍ତୁ ଭଗବାନ ଗଭୀର ନିଦ୍ରାରେ ଥିଲେ।
ଅନେକ ସମୟ ଅପେକ୍ଷା କଲାପରେ ଭଗବାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦେଖି ନପାରି, ମହର୍ଷି ଭଗବାନ ବିଷ୍ଣୁଙ୍କ ଛାତିରେ ପାଦରେ ପ୍ରହାର କଲେ। ମହର୍ଷି ଭୃଗୁଙ୍କ ସେହି ପ୍ରହାର ଭଗବାନଙ୍କ ଛାତିରେ ଏକ ପାଦଚିହ୍ନ ଛାଡିଗଲା ଏବଂ ସେହି ପାଦଚିହ୍ନଟି “ଶ୍ରୀବତ୍ସ” ଭାବରେ ପରିଚିତ।
ପ୍ରହାର ପରେ ଭଗବାନ ବିଷ୍ଣୁ ଉଠି ପଡ଼ିଲେ ଏବଂ ବୁଝିପାରିଲେ ଯେ କ’ଣ ଘଟିଛି। ମହର୍ଷି ତାଙ୍କୁ ପାଦରେ ଆଘାତ କରିଛନ୍ତି ବୋଲି ଜାଣିବା ପରେ ଭଗବାନ ତାଙ୍କୁ ପଚାରିଲେ, “ହେ ମହର୍ଷି, ଆପଣଙ୍କ ପାଦରେ ଆଘାତ ଲାଗିଛି କି? ମୋର ଛାତି ଶକ୍ତିଶାଳୀ କିନ୍ତୁ ଆପଣଙ୍କ ପାଦ ଏତେ ଶକ୍ତିଶାଳୀ ନୁହେଁ।” ଭଗବାନ ବିଷ୍ଣୁଙ୍କ ଏହି ମର୍ଯ୍ୟାଦା ଦେଖି ଭୃଗୁ ପ୍ରସନ୍ନ ହେଲେ ଏବଂ ତ୍ରିଦେବଙ୍କ ମଧ୍ୟରେ ତାଙ୍କୁ ଶ୍ରେଷ୍ଠ ବୋଲି ଘୋଷଣା କଲେ।
( e ) ମାତା ମହାଲକ୍ଷ୍ମୀଙ୍କ କ୍ରୋଧ ଏବଂ ବ୍ରାହ୍ମଣ ମାନଙ୍କ ପ୍ରତି ଅଭିଶାପ :
ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ସମୃଦ୍ଧିର ଦେବୀ ତଥା ଭଗବାନ ବିଷ୍ଣୁଙ୍କ ପତ୍ନୀ ମହାଲକ୍ଷ୍ମୀ ମଧ୍ୟ ସେହି ଧାମରେ ଉପସ୍ଥିତ ଥିବାରୁ ସମଗ୍ର ଘଟଣାଟିକୁ ପ୍ରତ୍ୟକ୍ଷ କରିଥିଲେ। ଭଗବାନ ବିଷ୍ଣୁଙ୍କ ପ୍ରତି ମହର୍ଷି ଭୃଗୁଙ୍କ ଦ୍ୱାରା ପ୍ରଦର୍ଶିତ ଅସମ୍ମାନକୁ ସେ ସହ୍ୟ କରିପାରିଲେ ନାହିଁ ଏବଂ ତାଙ୍କୁ ଅଭିଶାପ ଦେଲେ ଯେ ଆଜିଠାରୁ ସେ କେବେବି ବ୍ରାହ୍ମଣ ମାନଙ୍କ ପାଖକୁ ଯିବେ ନାହିଁ ଏବଂ ସେମାନେ ସମସ୍ତେ ଧନସମ୍ପତ୍ତିର ଅଭାବରେ ଜୀବନ ବିତାଇବେ।
ମହାଲକ୍ଷ୍ମୀଙ୍କ ଠାରୁ ଏହି ଅଭିଶାପ ଶୁଣି ମହର୍ଷି ତାଙ୍କୁ ତାଙ୍କ ଗସ୍ତର ପ୍ରକୃତ ଉଦ୍ଦେଶ୍ୟ ବିଷୟରେ କହି ପଶ୍ଚାତାପ କଲେ । ଏହାପରେ ମହାଲକ୍ଷ୍ମୀ ମହର୍ଷିଙ୍କୁ କହିଲେ ଯେ ତାଙ୍କ ଅଭିଶାପ ବ୍ରାହ୍ମଣମାନଙ୍କୁ ପିଛା କରିବ, କିନ୍ତୁ ଯେତେବେଳେ କୌଣସି ବ୍ରାହ୍ମଣ ଭଗବାନ ବିଷ୍ଣୁଙ୍କ ପୂଜା କରିବେ, ସେତେବେଳେ ସେ ଅଭିଶାପରୁ ମୁକ୍ତି ପାଇବେ।
( f ) ମାତା ଲକ୍ଷ୍ମୀଙ୍କ ଅଭିମାନ ଏବଂ ମର୍ତ୍ତ୍ୟକୁ ପ୍ରସ୍ଥାନ
ଭଗବାନ ବିଷ୍ଣୁଙ୍କ ବକ୍ଷସ୍ଥଳରେ ( ଯେଉଁଠାରେ ମାତା ଲକ୍ଷ୍ମୀ ବାସ କରନ୍ତି ) ମହର୍ଷି ଭୃଗୁ ଆଘାତ କରିଥିଲେ ମଧ୍ୟ ଭଗବାନ ମହର୍ଷିଙ୍କୁ କୌଣସି ଦଣ୍ଡ ଦେଲେ ନାହିଁ କିମ୍ବା ମାତା ଲକ୍ଷ୍ମୀଙ୍କ ଅପମାନର ପ୍ରତିଶୋଧ ନେଲେ ନାହିଁ।
ଏଥିରେ ମାତା ଲକ୍ଷ୍ମୀ ଅତ୍ୟନ୍ତ କ୍ରୋଧିତ ଏବଂ ଅଭିମାନୀ ହୋଇପଡ଼ିଲେ ଯେ ଭଗବାନ ତାଙ୍କ ସ୍ଥାନର ମର୍ଯ୍ୟାଦା ରକ୍ଷା କଲେ ନାହିଁ। ତେଣୁ, ସେ ବୈକୁଣ୍ଠ ତ୍ୟାଗ କରି ପୃଥିବୀ ପୃଷ୍ଠର (ମର୍ତ୍ତ୍ୟ) ଦକ୍ଷିଣ ଭାରତର ତିରୁମାଲ ପର୍ବତlଞ୍ଚଳକୁ ଚାଲି ଯାଇଥିଲେ ।
ମାତା ଲକ୍ଷ୍ମୀଙ୍କ ବିରହରେ ବ୍ୟଥିତ ହୋଇ ଭଗବାନ ବିଷ୍ଣୁ ମଧ୍ୟ ବୈକୁଣ୍ଠ ଛାଡ଼ି ଏକ ମାନବ ରୂପ (ଶ୍ରୀନିବାସ) ଧାରଣ କରି ଦକ୍ଷିଣ ଭାରତର ସେହି ଅଞ୍ଚଳକୁ ଓହ୍ଲାଇ ଆସିଲେ l
ଉପରୋକ୍ତ କାଳ୍ପନିକ କାହାଣୀର ରଚନା କରାଯାଇ ଭଗବାନ ବିଷ୍ନୁ ଓ ମାତା ଲକ୍ଷ୍ମୀ ମାନବ ରୂପରେ ତିରୁମାଳାଇ ପାର୍ବତରେ ରହୁଥିଲେ ବୋଲି ଜନସାଧାରଣଙ୍କୁ ଭ୍ରମିତ କରାଯାଇଥିଲା l
( 6 ) ବୁଦ୍ଧଙ୍କ ମୂର୍ତ୍ତିକୁ ତିରୁପତି ବାଲାଜୀଙ୍କ ମୂର୍ତ୍ତି ଭାବରେ ଉପସ୍ଥାପିତ :
ଏହି କାହାଣୀଟି ବ୍ରାହ୍ମଣବାଦୀଙ୍କ ପୁରାଣ, ମୁଖ୍ୟତଃ ବରାହ ପୁରାଣ (Varaha Purana) ଏବଂ ଭବିଷ୍ୟୋତ୍ତର ପୁରାଣ (Bhavishyottara Purana) ର ଅନ୍ତର୍ଗତ ବେଙ୍କଟାଚଳ ମାହାତ୍ମ୍ୟ’ (Venkatachala Mahatyam) ରେ ବର୍ଣ୍ଣନା କରାଯାଇଛି।
( a ) ଉଇହୁଙ୍କା (Ant-hill) ଭିତରେ ଭଗବାନ ବିଷ୍ଣୁଙ୍କ ତପସ୍ୟା:
ପୌରାଣିକ କାହାଣୀ ଅନୁସାରେ, ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ ଖୋଜୁଖୋଜୁ ଦକ୍ଷିଣ ଭାରତର ଶେଷଚଳ (ତିରୁମାଲା) ପାହାଡ଼ରେ ପହଞ୍ଚିଲେ। ସେଠାରେ ସେ ମାତା ଲକ୍ଷ୍ମୀଙ୍କୁ ଫେରି ପାଇବା ପାଇଁ ଏବଂ ଲୌକିକ ମାୟାଠାରୁ ଦୂରେଇ ରହି ଏକାନ୍ତରେ ଗଭୀର ତପସ୍ୟା କରିବାକୁ ସ୍ଥିର କଲେ।
ସେହି ତପସ୍ୟା ସମୟରେ ଭଗବାନ ବିଷ୍ଣୁ କଳା ମୁଗୁନି ପଥର ମୂର୍ତ୍ତିରେ ରୂପାନ୍ତରିତ ହୋଇ ଏକ ପ୍ରାକୃତିକ ଉଇହୁଙ୍କା (Ant-hill) ଭିତରେ ପ୍ରବେଶ କଲେ ଏବଂ ବାହାର ଦୁନିଆରୁ ସମ୍ପୂର୍ଣ୍ଣ ଅଲଗା ହୋଇ ସେହିଠାରେ ଦୀର୍ଘ ସମୟ ଧରି ଧ୍ୟାନମଗ୍ନ ରହିଲେ।
( b ) ଗୋପାଳକ ଏବଂ ଚମତ୍କାରୀ ଗାଈ:
ସେହି ଅଞ୍ଚଳର ଜଣେ ସ୍ଥାନୀୟ ରାଜାଙ୍କର (ଚୋଳ ରାଜା) ଅନେକ ଗାଈ ଥିଲା, ଯାହାଙ୍କୁ ଜଣେ ଗୋପାଳକ ପ୍ରତିଦିନ ଜଙ୍ଗଲକୁ ଚରାଇବା ପାଇଁ ନେଉଥିଲା। ସେହି ଗାଈମାନଙ୍କ ଭିତରୁ ଗୋଟିଏ ବିଶେଷ ଗାଈ ପ୍ରତିଦିନ ସେହି ଉଇହୁଙ୍କା ପାଖକୁ ଯାଉଥିଲା ଏବଂ ନିଜର ସମସ୍ତ କ୍ଷୀର ତାଉପରେ ଢାଳି ଦେଉଥିଲା। ଏହି କାରଣରୁ ସେହି ଗାଈଟି ଯେତେବେଳେ ପ୍ରତିଦିନ ଘରକୁ ଫେରୁଥିଲା, ସେତେବେଳେ ତାର ଆଉ କୌଣସି କ୍ଷୀର ବଳୁନଥିଲା।
( c ) ଗୋପାଳକର କ୍ରୋଧ ଏବଂ କୁରାଢ଼ୀ ଆଘାତ:
ଗାଈ କ୍ଷୀର ଦେଉନଥିବା କଥାଟି ରାଜାଙ୍କ କାନକୁ ପହଞ୍ଚିଲା ଓ ଏଥିପାଇଁ ରାଜା ଗୋପାଳକଙ୍କୁ ଦାୟୀକରି ଦଣ୍ଡିତ କରିବାକୁ କହିଲେ। ଗାଈଟି ଦିନକୁ ଦିନ କାହିଁକି କ୍ଷୀର ଦେଉନାହିଁ, ତାହା ଜାଣିବା ପାଇଁ ଗୋପାଳକ ଜଣକ ଦିନେ ଲୁଚିକରି ସେହି ଗାଈକୁ ଅନୁସରଣ କଲା। ସେ ଦେଖିଲା ଯେ ଗାଈଟି ନିଜେ ଯାଇ ସେହି ଉଇହୁଙ୍କା ଉପରେ କ୍ଷୀର ଢାଳୁଛି।
ଏହା ଦେଖି ଗୋପାଳକ କ୍ରୋଧରେ ପାଗଳ ହୋଇଗଲା ଏବଂ ଭାବିଲା ଯେ ଏହି ଗାଈଟି ଜାଣିଶୁଣି ଏପରି କରୁଛି। କ୍ରୋଧର ବଶବର୍ତ୍ତୀ ହୋଇ ସେ ତୁରନ୍ତ ତାର ହାତରେ ଥିବା ଏକ କୁରାଢ଼ୀରେ ଉଇହୁଙ୍କା ଉପରେ ପ୍ରଚଣ୍ଡ ଆଘାତ କଲା। କିନ୍ତୁ କୁରାଢ଼ୀଟି ଉଇହୁଙ୍କା ଭିତରେ ଲୁଚି ରହିଥିବା ଭଗବାନ ଶ୍ରୀନିବାସଙ୍କ ମସ୍ତକରେ (ମୁଣ୍ଡରେ) ବାଜିଲା। ଫଳରେ ଭଗବାନଙ୍କ ମୁଣ୍ଡରୁ ରକ୍ତ ବାହାରିବାକୁ ଲାଗିଲା।
( d ) ରାଜାଙ୍କର ପ୍ରବେଶ ଏବଂ ଭଗବାନଙ୍କ ପ୍ରକାଶ:
ଉଇହୁଙ୍କା ଭିତରୁ ରକ୍ତ ବାହାରୁଥିବାର ଦେଖି ଗୋପାଳକ ଅତ୍ୟନ୍ତ ଭୟଭୀତ ହୋଇଗଲା ଏବଂ ସେହି ସ୍ଥାନରେ ମୂର୍ଚ୍ଛିତ ହୋଇ ପଡ଼ିଗଲା। ଖବର ପାଇ ସେହି ସମୟର ରାଜା (ଚୋଳ ରାଜା) ସେଠାରେ ଦୌଡ଼ି ଆସି ପହଞ୍ଚିଲେ। ରାଜା ଦେଖିଲେ ଯେ ସେହି ଅଲୌକିକ ଘଟଣା ପାଇଁ ଗୋପାଳକ ନିରୀହ ଥିଲା। ରାଜା ଯେତେବେଳେ ଅଜାଣତରେ ହୋଇଥିବା ଏହି ଭୁଲ୍ ପାଇଁ ଅନୁତପ୍ତ ହେଲେ ଏବଂ ଭଗବାନଙ୍କୁ କ୍ଷମା ମାଗିଲେ, ସେତେବେଳେ ସେହି ଉଇହୁଙ୍କାକୁ ଭାଙ୍ଗି ଭଗବାନ ଶ୍ରୀନିବାସ ନିଜର ପ୍ରକୃତ ରୂପରେ ସେମାନଙ୍କ ସମ୍ମୁଖରେ ପ୍ରକାଶ ପାଇଲେ।
( e ) ଆଜିର ପୂଜାବିଧି ସହ ଏହାର ସମ୍ପର୍କ:
କୁରାଢ଼ୀ ଆଘାତ କାରଣରୁ ଭଗବାନଙ୍କ ମସ୍ତକରେ ଯେଉଁ କ୍ଷତ ସୃଷ୍ଟି ହୋଇଥିଲା, ସେତେବେଳେ ରାଜା ଏବଂ ବ୍ରାହ୍ମଣମାନେ ସେହି କ୍ଷତକୁ ଠିକ କରିବା ପାଇଁ ସେହି ମୂର୍ତ୍ତି ଉପରେ ପଚ୍ଚା କର୍ପୂର (Pacha Karpooram) ଏବଂ ଚନ୍ଦନର ଲେପ ଲଗାଇଥିଲେ।
ଆଜି ମଧ୍ୟ ସେହି ପରମ୍ପରା ଚାଲିଆସିଛି। ତିରୁପତି ମନ୍ଦିରର ଗର୍ଭଗୃହରେ ପ୍ରତିଦିନ ସେହି ମୂର୍ତ୍ତିର ମୁଖ ଉପରେ କର୍ପୂର ଏବଂ ଚନ୍ଦନର ପ୍ରଲେପ ଦିଆଯାଇଥାଏ। ଏଭଳି ଭାବରେ ବୁଦ୍ଧଙ୍କର ମୂର୍ତ୍ତିର ମୁଖ ଉପରେ କର୍ପୂର ଏବଂ ଚନ୍ଦନର ପ୍ରଲେପ ଦିଆଯାଇ ତିରୁପତି ବାଲାଜୀଙ୍କ ମୁର୍ତ୍ତି ବୋଲି ଉପସ୍ଥାପିତ କରାଗଲା l
( 7 ) ରାମାନୁଜାଚାର୍ଯ୍ୟଙ୍କ ଦ୍ୱାରା ବୁଦ୍ଧଙ୍କ ମୂର୍ତ୍ତିକୁ ବିଷ୍ଣୁଙ୍କ (ଶ୍ରୀବେଙ୍କଟେଶ୍ୱର) ରୂପରେ ରୂପାନ୍ତରିତ :
ଏହି କାହାଣୀଟି ମୁଖ୍ୟତଃ ବରାହ ପୁରାଣ (Varaha Purana) ଏବଂ ଭବିଷ୍ୟୋତ୍ତର ପୁରାଣ (Bhavishyottara Purana) ର ଅନ୍ତର୍ଗତ ‘ବେଙ୍କଟାଚଳ ମାହାତ୍ମ୍ୟ’ ତଥା ଐତିହାସିକ ବୈଷ୍ଣବ ଗ୍ରନ୍ଥ ମାନଙ୍କରେ (ଯେପରିକି ଆଚାର୍ଯ୍ୟ ରାମାନୁଜଙ୍କ ଜୀବନଚରିତ ଓ ସ୍ଥଳପୁରାଣରେ) ବର୍ଣ୍ଣନା କରାଯାଇଛି। ପରମ୍ପରା ଅନୁଯାୟୀ, ୧୨ଶ ଶତାବ୍ଦୀରେ ସନ୍ଥ ରାମାନୁଜାଚାର୍ଯ୍ୟ ଏହି ମୂର୍ତ୍ତିରେ ପରିବର୍ତ୍ତନ ଆଣିଥିଲେ l
( a ) ଶ୍ରୀବେଙ୍କଟେଶ୍ୱର ବା ବାଲାଜୀଙ୍କ ପୂଜାପଦ୍ଧତି ଏବଂ ମୂର୍ତ୍ତିର ବୈଶିଷ୍ଟ୍ୟକୁ ନେଇ ଦ୍ୱନ୍ଦ୍ୱ:
ମନ୍ଦିରରେ ପୂଜିତ ମୁଖ୍ୟ ପ୍ରତିମା ଶ୍ରୀବେଙ୍କଟେଶ୍ୱର ବା ବାଲାଜୀଙ୍କ ପୂଜାପଦ୍ଧତି ଏବଂ ମୂର୍ତ୍ତିର ବୈଶିଷ୍ଟ୍ୟକୁ ନେଇ ସେ ସମୟରେ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ଭିତରେ ମତଭେଦ ଓ ଦ୍ୱନ୍ଦ୍ୱ ରହିଥିଲା। କେତେକ ମତ ଦେଉଥିଲେ ଯେ ଏହା ଭଗବାନ ଶିବଙ୍କର ପୀଠ, ଆଉ କେତେକଙ୍କ ମତରେ ଏହା ଦେବୀ ଶକ୍ତି କିମ୍ବା ଭଗବାନ ବିଷ୍ଣୁଙ୍କର ଏକ ସ୍ୱରୂପ। ଏହି ଦ୍ୱନ୍ଦ୍ୱ ଯୋଗୁଁ ମନ୍ଦିରରେ କେଉଁ ପଦ୍ଧତିରେ (ଶୈବ, ଶାକ୍ତ କିମ୍ବା ବୈଷ୍ଣବ) ପୂଜାଅର୍ଚ୍ଚନା କରାଯିବ, ସେନେଇ ଏକ ଜଟିଳ ସମାଜିକ ଓ ଧାର୍ମିକ ବିବାଦ ଦେଖାଦେଇଥିଲା।
( b ) ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ଦିବ୍ୟ ପରୀକ୍ଷା (ଆଧ୍ୟାତ୍ମିକ ସମାଧାନ):
ଶଙ୍ଖ ଓ ଚକ୍ର ରଖିବାର ପରୀକ୍ଷା: ରାମାନୁଜାଚାର୍ଯ୍ୟ ପ୍ରସ୍ତାବ ଦେଲେ ଯେ ଦେବତା ନିଜେ ନିଷ୍ପତ୍ତି ନେବେ ଯେ ସେ କିଏ। ସେରାତିରେ ଭଗବାନ ବିଷ୍ଣୁଙ୍କର ଦୁଇଟି ଦିବ୍ୟ ପ୍ରତୀକ ‘ଶଙ୍ଖ’ ଓ ‘ଚକ୍ର’କୁ ମୂର୍ତ୍ତିର ନିକଟରେ ରଖି ମନ୍ଦିରର ଗର୍ଭଗୃହକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ।
ତାପରଦିନ ସକାଳେ ଯେତେବେଳେ ମନ୍ଦିରର କବାଟ ଖୋଲାଗଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ମୁଖ୍ୟ ପ୍ରତିମା ନିଜର ହାତରେ ସ୍ୱୟଂ ଭଗବାନ ବିଷ୍ଣୁଙ୍କର ପ୍ରସିଦ୍ଧ ‘ଶଙ୍ଖ’ ଏବଂ ‘ଚକ୍ର’କୁ ଧାରଣ କରି ରହିଛନ୍ତି।
( c ) ସମାଧାନ ଏବଂ ସ୍ଥାୟୀ ବ୍ୟବସ୍ଥା:
ଏହି ଅଲୌକିକ ଘଟଣା ପରେ ସମସ୍ତ ସନ୍ଦେହ ଏବଂ ବିବାଦର ଅନ୍ତ ଘଟିଥିଲା। ଏହା ସ୍ପଷ୍ଟ ହୋଇଗଲା ଯେ ଏହି ପବିତ୍ର ପୀଠଟି ସାକ୍ଷାତ ଭଗବାନ ବିଷ୍ଣୁ (ଶ୍ରୀବେଙ୍କଟେଶ୍ୱର)ଙ୍କର ପୀଠ ଅଟେ। ଏହାପରେ ରାମାନୁଜାଚାର୍ଯ୍ୟ ସେଠାରେ କଡ଼ାକଡ଼ି ଭାବରେ ବୈଷ୍ଣବ ଆଚାର ଓ ପୂଜାପଦ୍ଧତି ପ୍ରତିଷ୍ଠା କରିଥିଲେ।
ବ୍ରାହ୍ମଣବାଦୀଙ୍କ ପୌରାଣିକ କାହାଣୀ ଅନୁଯାୟୀ ବୁଦ୍ଧଙ୍କ ମୂର୍ତ୍ତିରେ ରାମାନୁଜାଚାର୍ଯ୍ୟଙ୍କ ଦ୍ୱାରା ୧୨ଶ ଶତାବ୍ଦୀରେ ଆଉ ଦୁଇଟି କୁତ୍ରିମ ହାତ ଯୋଡି ଶଙ୍ଖ ଓ ଚକ୍ର ଧରାଇ ତିରୁପତି ବାଲାଜୀଙ୍କ ରୂପରେ ରୂପାନ୍ତରିତ କରାଯାଇଥିଲା l
( 8 ) ଶ୍ରୀନିବାସଙ୍କ ବିବାହ ପାଇଁ କୁବେରଙ୍କ ଠାରୁ ଋଣ ଏବଂ ହୁଣ୍ଡିଦାନର ପ୍ରଚଳନ :
ଏହି କାହାଣୀଟି ମୁଖ୍ୟତଃ ବରାହ ପୁରାଣ (Varaha Purana), ଭବିଷ୍ୟୋତ୍ତର ପୁରାଣ (Bhavishyottara Purana) ଏବଂ ଏହାର ଅନ୍ତର୍ଗତ ବେଙ୍କଟାଚଳ ମାହାତ୍ମ୍ୟ’ ଗ୍ରନ୍ଥରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।
( a ) ଶ୍ରୀନିବାସ ଅବତାର ଏବଂ ପଦ୍ମାବତୀଙ୍କ ସହିତ ବିବାହ:
ମାତା ଲକ୍ଷ୍ମୀଙ୍କ ବିରହରେ ବ୍ୟଥିତ ହୋଇ ଭଗବାନ ବିଷ୍ଣୁ ଏକ ମାନବ ରୂପ (ଶ୍ରୀନିବାସ) ଧାରଣ କରି ଦକ୍ଷିଣ ଭାରତର ଶେଷଚଳ ପାହାଡ଼ (ତିରୁମାଲା)ର ଏକ ଗୁମ୍ଫାରେ ଧ୍ୟାନ ଓ ତପସ୍ୟା ଆରମ୍ଭ କଲେ।
ସେହି ସମୟରେ, ସେହି ଅଞ୍ଚଳର ରାଜା ଥିଲେ ଆକାଶରାଜ। ତାଙ୍କର ଏକ ପରମ ସୁନ୍ଦରୀ କନ୍ୟା ଥିଲେ, ଯାହାଙ୍କ ନାମ ଥିଲା ପଦ୍ମାବତୀ ( ଯିଏକି ପୂର୍ବଜନ୍ମରେ ବେଦବତୀ ଥିଲେ ଏବଂ ମାତା ଲକ୍ଷ୍ମୀଙ୍କର ଅଂଶ ଥିଲେ )। ଏକଦିନ ଶିକାର କରିବାକୁ ଯାଇଥିବା ସମୟରେ ଶ୍ରୀନିବାସ ଜଙ୍ଗଲରେ ରାଜକୁମାରୀ ପଦ୍ମାବତୀଙ୍କୁ ଦେଖିଲେ ଏବଂ ଉଭୟ ଉଭୟଙ୍କ ପ୍ରେମରେ ପଡ଼ିଗଲେ।
ପଦ୍ମାବତୀଙ୍କୁ ବିବାହ କରିବା ପାଇଁ ଶ୍ରୀନିବାସଙ୍କୁ ବହୁତ ଅର୍ଥ ଏବଂ ସାମଗ୍ରୀର ଆବଶ୍ୟକତା ପଡ଼ିଲା। ଧନର ଦେବତା କୁବେରଙ୍କ ଠାରୁ ବାଧ୍ୟହୋଇ ସେ ବିପୁଳ ପରିମାଣରେ ଧନ ଋଣ (କର୍ଜ) ଭାବେ ନେଲେ। ଏହି ସର୍ତ୍ତରେ ଋଣ ନିଆଯାଇଥିଲା ଯେ, କଳିଯୁଗର ଶେଷ ପର୍ଯ୍ୟନ୍ତ ସେ କୁବେରଙ୍କୁ ସୁଧ ପୈଠ କରିବେ। ଏହାପରେ ସେ ଆକାଶରାଜଙ୍କ ସମ୍ମତିକ୍ରମେ ରାଜକୁମାରୀ ପଦ୍ମାବତୀଙ୍କୁ ବିବାହ କଲେ।
( b ) ବେଙ୍କଟେଶ୍ୱର ନାମକରଣ ଏବଂ ହୁଣ୍ଡି ଦାନର ରହସ୍ୟ:
ବିବାହ ପରେ ଯେତେବେଳେ ମାତା ଲକ୍ଷ୍ମୀ ଏହି ବିବାହର କଥା ଜାଣିଲେ, ସେ ମଧ୍ୟ ତିରୁମାଲାକୁ ଆସିଲେ। କୁହାଯାଏ ଯେ ସେହି ସ୍ଥାନରେ ମାତା ଲକ୍ଷ୍ମୀ ଓ ପଦ୍ମାବତୀ ଉଭୟ ଭଗବାନ ବିଷ୍ଣୁଙ୍କ ସହିତ ରହିଲେ ଏବଂ ଭଗବାନ ସେଠାରେ ‘ବେଙ୍କଟେଶ୍ୱର’ (ପାପ ନାଶ କରୁଥିବା ଦେବତା) ରୂପେ ପ୍ରତିଷ୍ଠିତ ହେଲେ।
ଭଗବାନ କୁବେରଙ୍କଠାରୁ ଯେଉଁ ବିପୁଳ ଋଣ ନେଇଥିଲେ, ତାହା କଳିଯୁଗର ଅନ୍ତ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ ବୋଲି ଧାର୍ମିକ ବିଶ୍ୱାସ ରହିଛି। ସେଥିପାଇଁ ସେହି ଋଣର ସୁଧ ପରିଶୋଧ କରିବାରେ ଭଗବାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ତିରୁପତି ମନ୍ଦିରର ‘ହୁଣ୍ଡି’ରେ ଟଙ୍କା, ସୁନା, ଏବଂ ରୂପା ଦାନ କରିଥାଆନ୍ତି।
ତିରୁପତି ବାଲାଜୀ ମନ୍ଦିରରେ ଶ୍ରଦ୍ଧାଲୁଙ୍କୁ ଶୋଷଣ କରିବା ପାଇଁ ଶ୍ରୀନିବାସ କୁବେରଙ୍କ ଠାରୁ ପ୍ରଚୁର ଋଣ କରି ପଦ୍ମାବତୀଙ୍କୁ ବିବାହ କରିଥିଲେ ଓ ପରିଶୋଧ କରିନପାରିବାରୁ ତିରୁମାଲାରେ ରହିଯାଇଛନ୍ତି ବୋଲି ବ୍ରାହ୍ମଣବାଦୀଙ୍କ ଧର୍ମଗ୍ରନ୍ଥରେ ଉପସ୍ଥାପନା କାରାଯାଇ ଶ୍ରଦ୍ଧାଲୁ ମାନଙ୍କୁ ଆଜି ପର୍ଯ୍ୟନ୍ତ ଶୋଷଣ କରାଯାଉଛି l
( 9 ) ଶ୍ରୀ ଆଦିବାରାହ ସ୍ୱାମୀ ଏବଂ ତିରୁମାଲା ତିରୁପତି କ୍ଷେତ୍ରର ପୌରାଣିକ ମହତ୍ତ୍ୱ” :
ଏହି କାହାଣୀଟି ମୁଖ୍ୟତଃ ବରାହା ପୁରାଣ (Varaha Purana) ଉପରେ ଆଧାରିତ ଅଟେ। ଏଥିରେ ଭଗବାନ ବିଷ୍ଣୁଙ୍କ ତୃତୀୟ ଅବତାର ଅର୍ଥାତ୍ ବରାହା ଅବତାର ଏବଂ ତିରୁମାଲା-ତିରୁପତି କ୍ଷେତ୍ରର ପୌରାଣିକ ମହତ୍ତ୍ୱ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି।
( a ) ବାରାହା ଅବତାର ଏବଂ ପୃଥ୍ବୀ ଉଦ୍ଧାର
ପୁରାଣ ଅନୁସାରେ, ସତ୍ୟଯୁଗର ପ୍ରାରମ୍ଭରେ ‘ହିରଣ୍ୟାକ୍ଷ’ ନାମକ ଜଣେ ଅସୁର ପୃଥ୍ବୀବିକୁ ହରଣ କରି ମହାସାଗରର ଗର୍ଭକୁ ନେଇଯାଇଥିଲା। ପୃଥ୍ବୀକୁ ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁ ନିଜର ତୃତୀୟ ଅବତାର ଅର୍ଥାତ୍ ବାରାହା’ (ଶୂକର ବା ବଣୁଆ ବରାହ) ରୂପ ଧାରଣ କରିଥିଲେ।
ଭଗବାନ ବାରାହା ମହାସାଗର ମଧ୍ୟକୁ ପ୍ରବେଶ କରି ଅସୁର ହିରଣ୍ୟାକ୍ଷ ସହିତ ଭୀଷଣ ଯୁଦ୍ଧ କରି ତାକୁ ବଧ କରିଥିଲେ। ନିଜର ବିଶାଳ ଦାନ୍ତରେ ପୃଥ୍ବୀକୁ ସୁରକ୍ଷିତ ଭାବେ ଉପରକୁ ଉଠାଇଆଣି ଏକ ଉପଯୁକ୍ତ ସ୍ଥାନରେ ସ୍ଥାପନ କରିଥିଲେ।
( b ) ତିରୁମାଲା ପର୍ବତରେ ବାରାହା ସ୍ୱାମୀଙ୍କ ସ୍ଥାୟୀ ବାସ :
ପୃଥ୍ବୀକୁ ଉଦ୍ଧାର କରିବା ପରେ, ଭଗବାନ ବାରାହା ସେହି ପବିତ୍ର ସ୍ଥାନରେ ଅବସ୍ଥାନ କରିବାକୁ ନିଷ୍ପତ୍ତି ନେଲେ। ଯେଉଁ ସ୍ଥାନରେ ଏହି ପୌରାଣିକ ଘଟଣା ଘଟିଥିଲା, ତାହାକୁ ବାରାହାକ୍ଷେତ୍ର’ ବୋଲି କୁହାଗଲା। ଏହି ପାହାଡ଼ ଗୁଡ଼ିକରେ ଭଗବାନ ବାରାହା ନିଜର ଦିବ୍ୟ ରୂପରେ ବିରାଜମାନ କଲେ, ଯାହା ପରବର୍ତ୍ତୀ ସମୟରେ ତିରୁମାଲା’ ନାମରେ ପ୍ରସିଦ୍ଧ ହେଲା।
( c ) ଶ୍ରୀନିବାସ (ବେଙ୍କଟେଶ୍ୱର)ଙ୍କ ଆଗମନ ଏବଂ ଆଦିବାରାହାଙ୍କ ଅନୁମତି :
କଳିଯୁଗରେ ଯେତେବେଳେ ଭଗବାନ ବିଷ୍ଣୁ ‘ଶ୍ରୀନିବାସ’ ବା ‘ବେଙ୍କଟେଶ୍ୱର’ ରୂପରେ ପୃଥ୍ବୀକୁ ଅବତରଣ କଲେ, ସେତେବେଳେ ସେ ଏହି ବାରାହାକ୍ଷେତ୍ରରେ ରହିବାକୁ ଇଚ୍ଛାକଲେ।
ସ୍ଥାନ ମାଗିବା କାହାଣୀ: କାରଣ ଏହି ସ୍ଥାନଟି ପୂର୍ବରୁ ଆଦିବାରାହା ସ୍ୱାମୀଙ୍କର ଥିଲା, ତେଣୁ ଶ୍ରୀନିବାସ ପ୍ରଥମେ ଆଦିବାରାହ ସ୍ୱାମୀଙ୍କ ନିକଟକୁ ଯାଇ ସେଠାରେ ରହିବା ପାଇଁ ଏକ ଛୋଟ ସ୍ଥାନ (ଜାଗା) ମାଗିଥିଲେ। ଆଦିବାରାହା ସ୍ୱାମୀ ପ୍ରସନ୍ନ ହୋଇ ତାଙ୍କୁ ସେଠାରେ ବାସ କରିବାକୁ ଅନୁମତି ଦେଇଥିଲେ।
( d ) ତିରୁପତି ମନ୍ଦିରର ସର୍ବପ୍ରାଚୀନ ଏବଂ ପ୍ରମୁଖ ପରମ୍ପରା :
ଏହି ପୌରାଣିକ ଘଟଣାକୁ ସମ୍ମାନ ଜଣାଇ ତିରୁପତି ମନ୍ଦିରରେ ଏକ ଅତି କଠୋର ଏବଂ ପବିତ୍ର ପରମ୍ପରା ଆଜିଯାଏଁ ପାଳନ କରାଯାଉଛି :
( ୧ ) ପ୍ରଥମେ ଆଦିବାରାହା ଦର୍ଶନ: ତିରୁମାଲା ଯାଉଥିବା ପ୍ରତ୍ୟେକ ଭକ୍ତଙ୍କ ପାଇଁ ଏହା ନିୟମ ଯେ, ସେମାନେ ମୁଖ୍ୟ ମନ୍ଦିରର ଶ୍ରୀବେଙ୍କଟେଶ୍ୱରଙ୍କୁ ଦର୍ଶନ କରିବା ପୂର୍ବରୁ ନିଶ୍ଚିତ ଭାବରେ ସେଠାରେ ଥିବା ଶ୍ରୀ ଆଦିବାରାହ ସ୍ୱାମୀ ମନ୍ଦିରକୁ ଯାଇ ଦର୍ଶନ ଓ ପୂଜା କରିବା ଆବଶ୍ୟକ।
( ୨ ) ଏହି ପରମ୍ପରା ପଛର ମୂଳ ଉଦ୍ଦେଶ୍ୟ : ଯେହେତୁ ସେହି ଭୂମିର ପ୍ରକୃତ ମାଲିକ ବା ପ୍ରଥମ ଅଧିକାରୀ ଆଦିବାରାହା ସ୍ୱାମୀ ଅଟନ୍ତି, ତେଣୁ ତାଙ୍କର ଅନୁମତି ନେବା ଏବଂ ପ୍ରଥମେ ତାଙ୍କୁ ପୂଜା କରିବା ଜରୁରୀ। ତା’ପରେ ହିଁ ଶ୍ରୀବେଙ୍କଟେଶ୍ୱରଙ୍କ ଦର୍ଶନ ସମ୍ପୂର୍ଣ୍ଣ ଏବଂ ଫଳପ୍ରଦ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
ତିରୁମାଳାଇ ପର୍ବତ ବୁଦ୍ଧଙ୍କର ପୂଜlସ୍ଥଳୀ ଭାବରେ ବିଶ୍ୱ ଦରବାରରେ ପରିଗଣିତ ହେଉଥିଲା l ତେଣୁ ବ୍ରାହ୍ମଣବାଦୀଙ୍କ ଦ୍ୱାରା ଉପରୋକ୍ତ ବାରାହା ସ୍ୱାମୀଙ୍କ ଉପlକ୍ଷ୍ୟାନ ‘ ବିଷ୍ଣୁ ସତ୍ୟ ଯୁଗରୁ ସେଠାରେ ଅବସ୍ଥାନ କରି ରହୁଥିଲେ ‘ ବୋଲି ଲୋକଲୋଚନରେ ଉପସ୍ଥାପିତ କରାଯାଇ ତିରୁମାଳାଇ ପାର୍ବତlଞ୍ଚଳକୁ ବିଷ୍ଣୁଙ୍କ ପୂଜସ୍ଥଳୀ ଭାବରେ ରୂପାନ୍ତରିତ କରାଯାଇଥିଲା l
( 10 ) ବୌଦ୍ଧ ପରମ୍ପରାକୁ ବୈଷ୍ଣବ ପରମ୍ପରରେ ରୂପାନ୍ତରିତ :
ତିରୁମାଲା ପାହାଡ଼ ଏକଦା ବୌଦ୍ଧ ଓ ଶ୍ରମଣ ସଂସ୍କୃତିର କେନ୍ଦ୍ର ରହିଥିବାବେଳେ ପରବର୍ତ୍ତୀ କାଳରେ ଏହା ବୈଷ୍ଣବ ଧର୍ମର ଭଗବାନ ବେଙ୍କଟେଶ୍ୱରଙ୍କ ପୀଠରେ ପରିଣତ ହେଲା। ସେଠାରେ ବୌଦ୍ଧ ସଂସ୍କୃତର କେତେକ ପ୍ରଥା ବର୍ତମାନ ମଧ୍ୟ ଅପଭ୍ରାଂଶ ହୋଇ ବୈଷ୍ଣବ ପରମ୍ପର ନାମରେ ପ୍ରଚଳିତ ହୋଇରହିଛି l
( a ) ବୌଦ୍ଧ ଦର୍ଶନ ଏବଂ ତିରୁପତିର ପରମ୍ପରାରେ ସାମଞ୍ଜସ୍ୟ :
ଅହଂକାର ତ୍ୟାଗ ଓ କେଶଦାନ (Mundana): ବୌଦ୍ଧ ଭିକ୍ଷୁମାନେ ସଂସାରର ମାୟା ଏବଂ ନିଜର ଅହଂକାରକୁ ତ୍ୟାଗ କରିବା ପାଇଁ ମୁଣ୍ଡ ଲୁଣ୍ଡି (କେଶ ମୁଣ୍ଡାଇବା) କରିଥାଆନ୍ତି। ଠିକ୍ ସେହିପରି, ତିରୁପତି ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ନିଜର ଅହଂକାର ଓ ଗର୍ବକୁ ଭୁଲି କେଶଦାନ କରିଥାଆନ୍ତି।
( b ) ସମାନତା ଏବଂ ସମାଜ ସଂସ୍କାର: ବୌଦ୍ଧ ଧର୍ମ ସର୍ବଦା ଜାତିଗତ ଭେଦଭାବ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି। ତିରୁପତି ମନ୍ଦିରରେ ବିଶ୍ୱର କୋଣ ଅନୁକୋଣରୁ ବିନା କୌଣସି ଜାତି, ଧର୍ମ କିମ୍ବା ବର୍ଗର ଭେଦଭାବରେ ସମସ୍ତେ ଏକତ୍ରିତ ହୋଇ ଭଗବାନଙ୍କ ଦର୍ଶନ କରିଥାଆନ୍ତି l
ଉଭୟ ପରମ୍ପରା ବୌଦ୍ଧ ଧର୍ମର ପ୍ରାଚୀନ ଶ୍ରମଣ ସଂସ୍କୃତି ସେଠାରେ ଦୀର୍ଘକାଲ ପ୍ରଚଳିତ ହୋଇ ରହିଥିବାରୁ l ବ୍ରାହ୍ମଣବାଦୀ ମାନେ ବାଧ୍ୟ ହୋଇ ଏହି ପରମ୍ପରାକୁ ଭିନ୍ନରୂପ ଦେଇ ବୈଷ୍ଣବ ପରମ୍ପରା ଭାବରେ ପ୍ରଚଳିତ କରି ରଖିଛନ୍ତି l
( 11) ତିରୁପତି ବାଲାଜୀ ମନ୍ଦିର : ବ୍ରାହ୍ମଣବାଦୀଙ୍କ ଐତିହାସିକ ସାମାଜିକ ପ୍ରତାରଣା :
ଭାରତୀୟ ଧର୍ମୀୟ ଓ ସାଂସ୍କୃତିକ ଇତିହାସରେ ତିରୁପତି ବାଲାଜୀ ମନ୍ଦିର ଏକ ସର୍ବାଧିକ ଚର୍ଚ୍ଚିତ ଏବଂ ପବିତ୍ର ପୀଠ ଭାବରେ ପରିଗଣିତ ହୋଇଆସୁଛି। ମାତ୍ର ଏହି ପ୍ରସିଦ୍ଧ ମନ୍ଦିରର ଉତ୍ପତ୍ତି ଏବଂ ଏହାର ମୂର୍ତ୍ତିର ଗଠନ ଶୈଳୀକୁ ନେଇ ବୌଦ୍ଧ ଇତିହାସ ଏବଂ ଗବେଷକମାନଙ୍କ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କରାଯାଇଛି।
( a ) ବୁଦ୍ଧ ମୂର୍ତ୍ତିକୁ ତିରୁପତି ମୂର୍ତ୍ତିରେ ରୂପାନ୍ତର :
ମୂର୍ତ୍ତିର ଗଠନ ଶୈଳୀ: ତିରୁପତି ମନ୍ଦିରରେ ପୂଜିତ ମୁଖ୍ୟ ପ୍ରତିମାର ହାତର ମୁଦ୍ରା ଏବଂ ଶରୀରର ଗଠନ ପ୍ରାଚୀନ ବୌଦ୍ଧ ପ୍ରତିମା ଗୁଡ଼ିକ ସହିତ ଅଧିକ ସାମଞ୍ଜସ୍ୟ ରସିଛି । ବୌଦ୍ଧ ପ୍ରତିମୂର୍ତ୍ତିକୁ ଯେତେବେଳେ ତିରୁପତି ବାଲାଜୀଙ୍କ ମୂର୍ତ୍ତି ଭାବରେ ଉପସ୍ଥାପିତ କରାଗଲା, ସେତେବେଳେ ଏହାର ମୂଳ ଗଠନରେ ଦୁଇଟି ହାତ ରହିଥିଲା।
ପରବର୍ତ୍ତୀ ସଂଯୋଜନା:ଐତିହାସିକ ପରିବର୍ତ୍ତନ କ୍ରମରେ, ଯେତେବେଳେ ଏହି କ୍ଷେତ୍ରଗୁଡ଼ିକ ବ୍ରାହ୍ମଣବାଦୀ ଏବଂ ପୌରାଣିକ ଧର୍ମୀୟ ପରମ୍ପରାର ଅଧୀନକୁ ଆସିଲା, ସେତେବେଳେ ରାମାନୁଜଚାର୍ଯ୍ୟଙ୍କ ଦ୍ୱାରା ସେହି ପ୍ରାଚୀନ ପ୍ରତିମାରେ ଶଙ୍ଖ, ଚକ୍ର ଏବଂ ଅନ୍ୟାନ୍ୟ ବୈଷ୍ଣବ ଚିହ୍ନଗୁଡ଼ିକୁ ସଂଯୋଜିତ କରାଗଲା।
ଏହାକୁ ‘ଶ୍ରୀବେଙ୍କଟେଶ୍ୱର’ ବା ବିଷ୍ଣୁଙ୍କ ରୂପ ଭାବରେ ରୂପାନ୍ତରିତ କରାଗଲା।
ବୁଦ୍ଧଙ୍କ ପ୍ରତିମୂର୍ତ୍ତିର ପରିପ୍ରକାଶ: ଆଜିର ଦିନରେ ଯଦି ଶ୍ରୀବେଙ୍କଟେଶ୍ୱର ମୂର୍ତ୍ତିରୁ ସମସ୍ତ ବସ୍ତ୍ର ଓ ଅଳଙ୍କାର ଅନାବରଣ କରାଯାଏ, ତେବେ ଏହାର ପ୍ରକୃତ ସ୍ୱରୂପ ଭାବରେ ବୁଦ୍ଧଙ୍କର ପ୍ରତିମୂର୍ତ୍ତି ସ୍ପଷ୍ଟ ଭାବରେ ଲୋକଲୋଚନରେ ପରିପ୍ରକାଶ ପାଇବ।
( b ) ) କାଳ୍ପନିକ ଭଗବାନ ଓ ଧର୍ମଗ୍ରନ୍ଥ
କାଳ୍ପନିକ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ, ଶ୍ରୀବେଙ୍କଟେଶ୍ୱର, ଶ୍ରୀ ଆଦିବାରାହ ସ୍ୱାମୀ, ଶ୍ରୀନିବାସ ଓ ପଦ୍ମାବତୀ ଅବତାର, ତିରୁପତି ବାଲାଜୀ ମନ୍ଦିର, ବିଭିନ୍ନ ପ୍ରଥା-ପରମ୍ପରା ଓ ରୀତିନୀତି, ଏବଂ ଶ୍ରୀନିବାସ କୁବେରଙ୍କ ଠାରୁ ନେଇଥିବା ଋଣ ଇତ୍ୟାଦି ସମ୍ବନ୍ଧରେ ବ୍ରାହ୍ମଣବାଦୀ ମାନଙ୍କ ସମସ୍ତ ଧର୍ମଗ୍ରନ୍ଥ ମାନଙ୍କରେ ଲେଖାଯାଇଥିବା ବିଷୟବସ୍ତୁ କେବଳ ଧର୍ମ ଓ ଭଗବାନଙ୍କ ନାମରେ ସାଧାରଣ ଜନତାଙ୍କୁ ଭ୍ରମିତ କରିବା ପାଇଁ କାଳ୍ପନିକ କାହାଣୀ ଉପରେ ଆଧାରିତ, ଯାହାର କୌଣସି ବାସ୍ତବିକ ସତ୍ୟତା ନାହିଁ।
( c ) ଧର୍ମ ଓ ଭଗବାନଙ୍କ ନାମରେ ସାମାଜିକ ପ୍ରତାରଣା
କାଳକ୍ରମେ, ରାଜନୈତିକ ଏବଂ ସାମାଜିକ ପରିବର୍ତ୍ତନ ଯୋଗୁଁ ଦକ୍ଷିଣ ଭାରତରେ ବୌଦ୍ଧ ଧର୍ମର ପ୍ରଭାବ କ୍ଷୀଣ ହେବାକୁ ଲାଗିଲା। ସେହି ସମୟରେ ମନ୍ତ୍ରୀ ପରିଷଦରେ ଅବସ୍ଥାପିତ ହୋଇ ରହୁଥିବା ବ୍ରାହ୍ମଣବାଦୀ ମାନଙ୍କ ପ୍ରରୋଚନାରେ ପରବର୍ତ୍ତୀ ଶାସକ ମାନେ ତିରୁପତି ବାଲାଜୀ ବୌଦ୍ଧ ବିହାର ସମେତ ଅନେକ ପ୍ରାଚୀନ ବୌଦ୍ଧ କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ନିଜର ଅଧିକାରକୁ ନେଇଗଲେ।
ସେଠାରେ ଜୋର ଜବରଦସ୍ତି ବୈଷ୍ଣବ ପୂଜାପଦ୍ଧତି ପ୍ରତିଷ୍ଠା କରାଯାଇ , ବୌଦ୍ଧ ସଂସ୍କୃତିର ବିନାଶ କରାଗଲା ତିରୁମାଳାଇ ଶ୍ରୀବେଙ୍କଟେଶ୍ୱର ସ୍ୱାମୀଙ୍କ ମନ୍ଦିର ହେଉଛି ଏହାର ଜ୍ୱଳନ୍ତ ଉଦାହରଣ ଯାହାକି ଐତିହାସିକ ଦୃଷ୍ଟିରୁ ଏକ ବଡ଼ଧରଣର ସାମାଜିକ ପ୍ରତାରଣା ଥିଲା।