ବଲାଙ୍ଗିର : 25 ସେପ୍ଟେମ୍ବର 2025 : ସମ୍ରାଟ ଅଶୋକ ଓ କଳିଙ୍ଗ ସମ୍ରାଟ ଅନନ୍ତ ପଦ୍ମନାଭଙ୍କ ମଧ୍ୟରେ ଭୟାଙ୍କର କଳିଙ୍ଗ ଯୁଦ୍ଧ 261 BCE ରେ ଦୟାନଦୀ ନିକଟସ୍ଥ ଦେଉଳି ପର୍ବତ ଠାରେ ଅନୁଷ୍ଠିତ ହୋଇଥିଲା l ଏହି ଯୁଦ୍ଧରେ ଉଭୟ ପକ୍ଷର ପ୍ରାୟ 150 000 ସୈନ୍ୟ ମୃତାହତ ହୋଇ ଦୟାନଦୀରେ ରକ୍ତର ବନ୍ୟା ପ୍ରବାହିତ ହୋଇଥିଲା l
ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧରେ ବିଜଯ ଲାଭ କରିଥିଲେ ମାତ୍ର ଏହାର ହୃଦୟ ବିଦାରକ ବିଭୀଷିକାରେ ମ୍ରିୟମାଣ ହୋଇ ପଡ଼ିଥିଲେ l
ବୌଦ୍ଧଭିକ୍ଷୁ ମାନଙ୍କର ସଂସ୍ପର୍ଶରେ ଆସି ଓ ତାଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇ ସେସମୟରେ କଳିଙ୍ଗର ଦନ୍ତପୁରି ସ୍ଥିତ ବୁଦ୍ଧଙ୍କର ବାମ କଳଦlନ୍ତ ଅସ୍ଥି ଅବସ୍ଥlପିତ ହେଇ ରହିଥିବା ବୌଦ୍ଧସ୍ତୁପ ଠାରେ ସମ୍ରାଟ ଅଶୋକ ବୁଦ୍ଧଧର୍ମ ଗ୍ରହଣ କରି ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତିତ ହୋଇ ସବୁଦିନ ପାଇଁ ଅସ୍ତ୍ରତ୍ୟାଗ କରି ଦେଇଥିଲେ l

କଳିଙ୍ଗ ଯୁଦ୍ଧପରେ ସମ୍ରାଟ ଅଶୋକ ବୌଦ୍ଧଧର୍ମ ଗ୍ରହଣ କଲାପରେ ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତିତ ହୋଇ ସବୁଦିନ ପାଇଁ ଅସ୍ତ୍ରତ୍ୟାଗ କରି ଦେଇଥିବା ଘଟଣା ଦିନକୁ ସ୍ମରଣୀୟ କରିବା ପାଇଁ ମୋର୍ଯ୍ୟ ରାଜବଂଶର ଶାସନ କାଳ ସମୟରେ ସମଗ୍ର ମୋର୍ଯ୍ୟ ସାମ୍ରାଜ୍ୟରେ ବିଜୟାl ଦଶମୀ ଉତ୍ସବ ପାଳନ କରାଯାଉଥିଲl l
ତାପରବର୍ତ୍ତୀ ସମୟରେ ସମ୍ରାଟ ଅଶୋକଙ୍କ ବଂଶଧର, ତତ୍କାଳୀନ ମୋର୍ଯ୍ୟ ସାମ୍ରାଜ୍ୟର ସମ୍ରାଟ ବ୍ରିହାଦ୍ରତ ମୌର୍ଯ୍ୟଙ୍କୁ 185 BCE ରେ ତାଙ୍କର ବ୍ରାହ୍ମଣ ସେନାପତି ପୁଷ୍ୟମିତ୍ର ଶୃଙ୍ଗ ହତ୍ୟା କଲାପରେ ମୌର୍ଯ୍ୟ ରାଜବଂଶର ସବୁଦିନ ପାଇଁ ପତନ ହୋଇଯାଇଥିଲା l ଶୃଙ୍ଗ ସାମ୍ରାଜ୍ୟର ସ୍ଥପାନ କରାଯାଇ ଶୃଙ୍ଗ ରାଜବଂଶର ପ୍ରଥମ ସମ୍ରାଟ ଭାବରେ ପୁଷ୍ୟମିତ୍ର ଶୃଙ୍ଗ ଶାସନ ଗାଦିରେ ଅବସ୍ଥାପିତ ହୋଇଥିଲେ l
ସେସମୟରେ ସମଗ୍ର ମୋର୍ଯ୍ୟ ସମ୍ରାଜ୍ୟକୁ ବୌଦ୍ଧଧର୍ମ ଆଚ୍ଛାଦିତ କରି ସାରିଥିଲା l ସମ୍ରାଟ ପୁଷ୍ୟମିତ୍ର ଶୃଙ୍ଗ ଶାସନ ଭାର ଗ୍ରହଣ କଲାପରେ ରାଜ୍ୟର ସମସ୍ତ କ୍ଷମତା ଓ ସୈନ୍ୟବlହିନୀ ବୁଦ୍ଧଧର୍ମକୁ ବିନାଶ କରିଦେବା ପାଇଁ ଲଗାଇ ଦେଇଥିଲେ l
ଦେଶରୁ ବୌଦ୍ଧଧର୍ମକୁ ସମ୍ପୂର୍ଣ୍ଣ ଭାବରେ ବିଲୋପ କରିଦେବା ପାଇଁ ଲକ୍ଷlଧିକ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ମାନଙ୍କୁ ଅମାନୁଷିକ ଭାବରେ ଅତ୍ୟାଚାର କରାଯାଇ ନରସଂହାର କରାଯାଇଥିଲା l ଅଶୋକଙ୍କ ଶାସନକାଳ ସମୟରେ ନିର୍ମାଣ କରାଯାଇଥିବା ପ୍ରାୟ 84000 ବୁଦ୍ଧଙ୍କର ବିରାଟକାୟ ପ୍ରତିମୂର୍ତ୍ତି , ସ୍ତୁପ ଓ ପୂଜାସ୍ଥଳି ମାନଙ୍କୁ ମଧ୍ୟ ବିଧ୍ୱଂଶ କରି ଦିଆଯାଇଥିଲା l
ମୋର୍ଜ୍ୟ ସାମ୍ରାଜ୍ୟରେ ବିଲୁପ୍ତ ହୋଇଯାଇଥିବା ବ୍ରାହ୍ମଣବାଦକୁ ଶୃଙ୍ଗ ସାମ୍ରାଜ୍ୟରେ ପୁଣିଥରେ ସ୍ଥାପନ କରିବା ପାଇଁ ମନୁସ୍ମୃତିର ସଂରଚନା କରାଯାଇ ଦେଶର ସମ୍ବିଧାନ ଭାବରେ ଲାଗୁ କରଯାଇଥିଲା l ଜାତିବାଦ ବିଚାରଧାରାକୁ ଦେଶରେ ପ୍ରଚକିତ କରାଯାଇ ମାନବ ସମାଜକୁ ପୁଣିଥରେ ଜାତିପ୍ରଥା ଆଧାରରେ ଖଣ୍ଡ ବିଖାଣ୍ଡିତ କରି ଦିଆଯାଇଥିଲା l
ଏଭଳିଆ ଭାବେରେ ଦେଶରେ ଯୁଗ ପରିବର୍ତ୍ତନ ହୋଇ ମାନବବlଦ ଯୁଗର ଅବସାନ ଘଟି ପୁଣିଥରେ ବ୍ରାହ୍ମଣବlଦ ଯୁଗର ଆରମ୍ଭ ହୋଇଯାଇଥିଲା ଯାହାକି ବର୍ତ୍ତମାନ ପର୍ୟ୍ୟନ୍ତ ବଳବତ୍ତର ହୋଇ ରହିଛି l ଇତିହାସକାର ମାନଙ୍କ ମତରେ ସେହିସମୟ ଠାରୁ ମାନବବାଦ ଯୁଗର ପରିବର୍ତ୍ତନ ହୋଇ ଦେଶରେ କଳିଯୁଗର ଆରମ୍ଭ ହୋଇଯାଇଥିଲା l
ମୋର୍ଯ୍ୟ ରାଜବଂଶର ଶାସନ କାଳ ସମୟରେ ସମଗ୍ର ମୋର୍ଯ୍ୟ ସାମ୍ରାଜ୍ୟରେ ବିଜୟା ଦଶମୀ ଉତ୍ସବ ପାଳନ ପଛରେ ରହିଥିବା ପ୍ରକୃତ କିମ୍ବଦନ୍ତୀକୁ ଭିନ୍ନରୂପ ଦେବା ପାଇଁ ଅନେକ ପୁରାଣ ରଚନା କରାଯାଇଥିଲା l ପୁରାଣ ମାନଙ୍କରେ କାଳ୍ପନିକ ଘଟଣା ବଳିର ଉପାଖ୍ୟାନ କରାଯାଇ ଦେଶର ପ୍ରକୃତ ପୁରାତନ ସଂସ୍କୃତିକୁ ବିଲୋପ କରି ଦିଆଯାଇଥିଲା l
ସେସମୟରେ ଯୁଗ ପରିବର୍ତ୍ତନ ହୋଇ ସ୍ଥାପନ କରାଯାଇଥିବା ବ୍ରାହ୍ମଣବlଦ ଯୁଗକୁ ସ୍ମରଣୀୟ କରି ରଖିବା ପାଇଁ ଶୃଙ୍ଗ ରାଜବଂଶର ଶାସନ କାଳ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦଶହରା ଉତ୍ସବ ପାଳନ କରାଯାଇ ବିଜୟା ଦଶମୀ ନାମରେ ରାବଣ ପୋଡ଼ି କରି ଅଧର୍ମ ( ମାନବବାଦ ) ଉପରେ ଧର୍ମର ( ବ୍ରାହ୍ମଣବlଦ ) ବିଜୟଲାଭ କଲା ବୋଲି ଉପସ୍ଥାପନ କରାଯାଉଅଛି l