ବଲାଙ୍ଗିର : 09 ଜୁନ 2023 : କନକବର୍ଦ୍ଧନ ସିଂହଦେଓ ଓ ସଙ୍ଗୀତା କୁମାରୀ ସିଂହଦେଓ କେବଳ ନିଜର ରାଜନୈତିକ ସ୍ଵାର୍ଥ ସାଧନ କରିବା ପାଇଁ ନିଜେ ଘରେ ଲୁଚି ରହି ଅନ୍ୟମାନଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଇ ପାଟଣାଗଡର ବର୍ଥଲା ହତ୍ୟାକାଣ୍ଡରେ ଜଣେ ନିରୀହ ଯୁବକଙ୍କୁ ହତ୍ୟା କରାଇଥିଲେ l
( ଘଟଣାସ୍ଥଳରେ ଶାନ୍ତନୁ କୁମାର ନାଏକ ଉପସ୍ଥିତ ଥିଲେ ଓ ତାଙ୍କ ଉପରେ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିଲା ତେଣୁ ସମସ୍ତ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଭାବରେ ତାଙ୍କର ଅନୁଭୂତିକୁ ନିମ୍ନରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଉପସ୍ଥାପିତ କରାଯାଇଛି l )
( a ) କନକ ବର୍ଦ୍ଧନ ସିଂହଦେଓ 1990 ମସିହାରେ ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ଜନତା ଦଳ ପ୍ରାର୍ଥୀ ସ୍ଵର୍ଗତ ବିବେକାନନ୍ଦ ମେହେରଙ୍କ ସହିତ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ l
( b ) ତାପରବର୍ତ୍ତୀ ସମୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ନିର୍ବାଚନରେ ରାଜପରିବାର ଓ ବିଧାୟକଙ୍କ ସମର୍ଥକ ମାନଙ୍କ ମଧ୍ୟରେ ପ୍ରବଳ ଗୋଷ୍ଠୀ କନ୍ଦଳ ହୋଇ ସମଗ୍ର ପାଟଣାଗଡ ଅଞ୍ଚଳରେ ଉତ୍ତେଜନାର ବାତାବରଣ ସୃଷ୍ଟି ହୋଇଥିଲା l କନକବର୍ଦ୍ଧନ ସିଂହଦେଓ ଓ ସଙ୍ଗୀତ କୁମାରୀ ସିଂହଦେଓ ମଧ୍ୟ ଅନେକ ପଞ୍ଚାୟତରେ ବ୍ୟକ୍ତିଗତ ଭାବରେ ଗଣ୍ଡଗୋଲ କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା l
( c ) ନିର୍ବାଚନୀ ଗଣ୍ଡଗୋଳ ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ହରିଶଙ୍କର ଠାରେ ଉଗ୍ରରୂପ ଧାରଣ କରିଥିଲା l କନକବର୍ଦ୍ଧନ ସିଂହଦେଓ ଓ ସଙ୍ଗୀତ କୁମାରୀ ସିଂହଦେଓ ନିଜ ସମର୍ଥକ ମାନଙ୍କ ସହିତ ତାଙ୍କ ନିଜ ବଙ୍ଗଳାରେ ରାତ୍ରିଯାପନ କରିଥିଲେ l ବିଧାୟକଙ୍କ ସମର୍ଥକ ମାନେ ପlନ୍ଥନିବାସ ଠାରେ ରହିଥିଲେ l
ରାତିରେ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇ ମହରାପଦର ଛକରେ କନକବର୍ଦ୍ଧନ ସିଂହଦେଓ ଓ ସଙ୍ଗୀତ କୁମାରୀ ସିଂହଦେଓ ବିଧାୟକଙ୍କ ବଡଭାଇ ଚନ୍ଦ୍ରଭାନୁ ମେହେରଙ୍କ ଗାଡିକୁ ଅବରୋଧ କରି ଗୋଷ୍ଠୀ ସଂଘର୍ଷ କରାଇଥିଲେ l
( d ) ଉକ୍ତ ଘଟଣାର କିଛିଦିନ ପରେ ତତ୍କାଳୀନ ବିଧାୟକ ବଲାଙ୍ଗିର ଜିଲ୍ଲାର ଅନେକ ଜାଗାରୁ ପିଲା ଡକାଇ ନିଜେ ଓ କୋସଲି ନେତା ପ୍ରମୋଦ କୁମାର ମିଶ୍ରଙ୍କ ନେତୃତ୍ବରେ ସମସ୍ତ ପ୍ରକାର ମାରଣାସ୍ତ୍ର ଧରି ହତ୍ୟାକାଣ୍ଡ କରିବା ପାଇଁ ରାତିରେ ଘୂରି ବୁଲୁଥିଲେ l
କନକବର୍ଦ୍ଧନ ବର୍ଦ୍ଧନ ସିଂହଦେଓ ଓ ସଙ୍ଗୀତା କୁମାରୀ ସିଂହଦେଓ ଜାଣିବାକୁ ପାଇଲେ ବିଧାୟକଙ୍କ ଗୋଷ୍ଠୀ ପାଟଣାଗଡ ରାଜଖମାର ମଧ୍ୟରେ ପ୍ରବେଶକରି କିଛି ଗୋଟିଏ ବଡ ଧାରଣର ଗଣ୍ଡଗୋଳ ଘଟାଇବାର ସମ୍ଭାବନା ରହିଛି l
( e ) ତେଣୁ ବଲାଙ୍ଗିରକୁ ଗାଡି ପଠାଇ ରାଜପରିବାର ଜରୁରୀ କାମ ରହିଛି କହି ଅନେକ କାର୍ଯ୍ୟକର୍ତ୍ତା ମାନଙ୍କୁ ଘରୁ ଡକାଇ ଆଣିଲେ l କନକବର୍ଦ୍ଧନ ସିଂହଦେଓ ଓ ସଙ୍ଗୀତ କୁମାରୀ ସିଂହଦେଓ ଭଲଭାବରେ ଜାଣିଥିଲେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେଲେ ଗୋଟିଏ ବଡ ଧରଣର ଗୋଷ୍ଠୀସଂଘର୍ଷ ସଂଘଟିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି l
( f ) ରାଜପରିବାର ଯଦି ଆମ୍ଭ ମାନଙ୍କର ମାନଙ୍କର ଶୁଭଚିନ୍ତକ ହୋଇଥାନ୍ତେ ତାହେଲେ ଘଟଣା ଦିନ ବିଧାୟକ ଚାରିଆଡୁ ପିଲା ଡକାଇ ସମସ୍ତ ପ୍ରକାର ମାରଣାସ୍ତ୍ର ଧରି ଘୂରି ବୁଲୁଥିବା ସମ୍ବନ୍ଧରେ ନିଶ୍ଚିତ ଭାବରେ ସମସ୍ତଙ୍କୁ ଅବଗତ କରାଇ ପାଟଣାଗଡ ଖମାର ଭିତରୁ ବାହାରକୁ ନଯିବା ପାଇଁ ମନା କରିପାରିଥାନ୍ତେ l
କନକବର୍ଦ୍ଧନ ସିଂହଦେଓ ଓ ସଙ୍ଗୀତା କୁମାରୀ ସିଂହଦେଓ ଗୋଷ୍ଠୀସଂଘର୍ଷ ଘଟିବାର ସମ୍ଭାବନା ରହିଥିବା ବିଷୟରେ କାହାକୁ କିଛି କହିଲେ ନାହିଁ l ପାଟଣାଗଡ଼ ଯାଇଥିବା କାର୍ଯ୍ୟକର୍ତ୍ତା ମାନେ ଗଣ୍ଡଗୋଳ ହେବାର ସମ୍ଭାବନା ବାବଦରେ କିଛି ଜାଣିନଥିଲେ l ଯଦି ଜାଣିଥାନ୍ତୁ ତାହେଲେ ଘଟଣା ସ୍ଥଳକୁ କୌଣସି ପରିସ୍ଥିତିରେ ମଧ୍ୟ ଯାଇନଥାନ୍ତୁ l
( g ) କନକବର୍ଦ୍ଧନ ସିଂହଦେଓ ଓ ସଙ୍ଗୀତ କୁମାରୀ ସିଂହଦେଓ ବର୍ଥଲା ଛକ ନିକଟରେ ବିଧାୟକଙ୍କ ଗୋଷ୍ଠୀ କିଛି ଗୋଟିଏ ବଡ ଧରଣର ଗଣ୍ଡଗୋଳ କରିବା ପାଇଁ ଜଗୀ ରହିଥବା ଭଲଭାବରେ ଜାଣିଥିଲେ l ସେମାନେ ଛଲନl କରି ଆମ୍ଭମାନଙ୍କୁ ଓଡ଼ିଆପାଲି ଗ୍ରାମକୁ ଯାଇ ଡ଼ୋଲାମଣୀ ସାହୁଙ୍କୁ ସାକ୍ଷାତ କରିଆସିବା ପାଇଁ କହିଲେ l
ଉକ୍ତ ଗ୍ରାମକୁ ଯିବାକୁ ହେଲେ ବର୍ଥଲା ଛକ ଦେଇ ଯିବାକୁ ପଡିଥାଏ l କନକବର୍ଦ୍ଧନ ସିଂହଦେଓ ଓ ସଙ୍ଗୀତl କୁମାରୀ ସିଂହଦେଓ ନିଜ ଯୋଜନା ଅନୁଯାୟୀ ଘରେ ଲୁଚିଗଲେ ଓ ତାଙ୍କ କଥା ଅନୁସାରେ ସମସ୍ତେ ଦୁଇଟି ଗାଡିରେ ଓଡ଼ିଆପାଳି ଗ୍ରାମ ଅଭିମୁଖେ ବାହାରି ପଡ଼ିଲେ l
( h ) ଓଡ଼ିଆପାଳି ଯିବା ରାସ୍ତାରେ ବର୍ଥଲା ନିକଟରେ ଥିବା ଏକ ପୋଲ ଉପରେ ସାମନା ପଟୁ ବିଧାୟକ ଓ କୋସଲି ନେତା ପ୍ରମୋଦ କୁମାର ମିଶ୍ର ତିନୋଟି ଗାଡିରେ ତାଙ୍କ ସମର୍ଥକ ମାନଙ୍କ ସହିତ ଆସି ଆମ ଗାଡିକୁ ଅବରୋଧ କଲେ l ତାପରେ ନାନା ପ୍ରକାର ମାରଣାସ୍ତ୍ର ଧରି ସମସ୍ତେ ଗାଡିରୁ ଓହ୍ଲାଇପଡି ଆମ ଉପରେ ଗୁଳିବର୍ଷଣ କଲେ I
ଆମ ଗାଡିରେ ବସିଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ଗାଡିରୁ ଓହ୍ଲାଇ ପଳାଇଯିବା ପାଇଁ କହି ନିଜେ ରାସ୍ତା ତଳକୁ ଚାଲିଯାଉଥିବା ସମୟରେ ତଳେ ପଡିଗଲି l ବିଧାୟକ ଗୋଷ୍ଠୀ ରାସ୍ତା ଉପରୁ ମୋଉପରେ ଗୁଳିବର୍ଷଣ କଲେ l ସେସମୟରେ ପ୍ରମୋଦ କୁମାର ମିଶ୍ର ହାତରେ ଗୋଟିଏ ହ୍ୟାଣ୍ଡ ମାଇକ ଧରି ହତ୍ୟାକାଣ୍ଡ ଘଟାଇବା ପାଇଁ ଅପରାଧି ମାନଙ୍କୁ ପରିଚାଳନା କରୁଥିଲେ l
ତାପରେ ସେମାନେ ଆମଗାଡି ପାଖକୁ ଆସି ଭିତରେ ରହିଯାଇଥିବା ଜଣେ ନିରୀହ ଯୁବକକୁ ବାହାରକୁ ଟାଣିଆଣି ଗୁଳି କରି ହତ୍ୟା କଲାପରେ ଗାଡିରେ ନିଆଁ ଲଗାଇ ସେଠାରୁ ଚାଲି ଯାଇଥିଲେ l
( I ) ହତ୍ୟାକାଣ୍ଡ ପରେ ପାଟଣାଗଡ ପୋଲିସ ଷ୍ଟେସନରେ ବିବେକାନନ୍ଦ ମେହେର , ମନୋଜ ମେହେର୍ , ପ୍ରମୋଦ ମିଶ୍ର ତଥା ଅନ୍ୟାନ୍ୟ ହତ୍ୟାକlରି ମାନଙ୍କ ନାମରେ ମାମଲା ରୁଜୁ କରାଗଲା l
ଘଟଣା ପରେ ଆମେ ଭଲଭାବରେ ବୁଝି ଯାଇଥିଲୁ କନକବର୍ଦ୍ଧନ ସିଂହଦେଓ ଓ ସଙ୍ଗୀତା କୁମାରୀ ସିଂହଦେଓ ତାଙ୍କ ନିଜ ରାଜନୈତିକ ସ୍ଵାର୍ଥ ପାଇଁ ଆମକୁ କିଛି ନକହି ବଲାଙ୍ଗିରରୁ ଡାକିଆଣି ଜାଣିଶୁଣି ଘଟଣା ସ୍ଥଳକୁ ପଠାଇ ଜଣେ ନିରୀହ ଯୁବକକୁ ହତ୍ୟା କରାଇଥିଲେ l ସେମାନଙ୍କ ଅସଲ ଚେହେରା ଜାଣିଲା ପରେ ସେମାନଙ୍କ ପ୍ରତି ଆମର ରହିଥିବା ସମ୍ମାନ ସବୁଦିନ ପାଇଁ ଚାଲି ଯାଇଥିଲା l
କନକ ବର୍ଦ୍ଧନ ସିଂହଦେଓ ଓ ସଙ୍ଗୀତ କୁମାରୀ ସିଂହଦେଓ ଆମ୍ଭମାନଙ୍କୁ ଜାଣିଶୁଣି କିଛି ନକହି ଘଟଣା ସ୍ଥଳକୁ ପଠାଇ ଦେବାର ମୁଖ୍ୟ ଉଦ୍ଧେଶ୍ୟ ହେଲା ‘କାଳେ ବିଧାୟକଙ୍କ ଗୋଷ୍ଠୀ ପାଟଣାଗଡ ରାଜଖମାରକୁ ଆକ୍ରମଣ କଲେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ , କେବଳ ନିଜ ସୁରକ୍ଷା ପାଇଁ ଘରେ ଲୁଚିଯାଇ ସମସ୍ତଙ୍କୁ ଘଟଣା ସ୍ଥଳକୁ ପଠାଇ ଜଣେ ନିରୀହ ଯୁବକର ହତ୍ୟା କରାଇଥିଲେ l
( j ) ହତ୍ୟାକାଣ୍ଡ ଘଟିବାର କିଛି ମାସ ପରେ ରାଜପରିବାର ଓ ବିବେକାନନ୍ଦ ମେହେରଙ୍କ ମଧ୍ୟରେ ଆପୋଷି ମିଳାମିଶା ତାଙ୍କର ଦିଲ୍ଲୀସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଥିଲା l ମିଳାମିଶା ହେବାର କିଛିଦିନ ପରେ କନକବର୍ଦ୍ଧନ ସିଂହଦେଓ ବଲାଙ୍ଗିରରୁ ମୋତେ ତଥା ଅନ୍ୟା ପିଲାମାନଙ୍କୁ ଡକାଇ ପାଟଣାଗଡ ଗଡ଼ଭିତର ରାସ୍ତା ଦେଇ କିଛି ଦୂରରେ ରହିଥିବା ଏକ ନର୍ସରୀକୁ ନେଇଗଲେ l
ସେଠାରେ ହତ୍ୟାକାଣ୍ଡରେ ଜଡିତ ଥିବା ସମସ୍ତ ପିଲା ଉପସ୍ଥିତ ରହି ଭୋଜିଭାତ ରନ୍ଧା ଚାଲିଥିଲା l ସେମାନଙ୍କୁ ଦେଖି କାହିଁକି ଆମମାନଙ୍କୁ ଏଠାକୁ ଡାକିଛ ବୋଲି କନକବର୍ଦ୍ଧନ ସିଂହଦେଓଙ୍କୁ ପଚାରିବାରୁ ଆମେ ସମସ୍ତେ ବସି କଥାବାର୍ତ୍ତା ମିଳାମିଶା କରି ଭୋଜି ଖାଇବା ବୋଲି କହିଲେ l ଆପଣ ମିଳାମିଶା କରନ୍ତୁ ଆମେ ସେମାନଙ୍କ ସହିତ ମିଶି ପାରିବୁ ନାହିଁ କହି ସେଠାରୁ ଚାଲି ଆସିଲୁ l
( k ) ସେସମୟରେ ରାଜ୍ୟରେ ବିଜୁ ପଟ୍ଟନାୟକଙ୍କ ଜନତା ଦଳ ସରକାର ରହିଥିଲା l ଶାସାକ ଦଳର ଇଙ୍ଗିତରେ ପୋଲିସ ବିବେକାନନ୍ଦ ମେହେର , ମନୋଜ ମେହେର୍ ଓ ପ୍ରମୋଦ କୁମାର ମିଶ୍ରଙ୍କ ନାମ ହତ୍ୟାକାଣ୍ଡ ମାମଲାରୁ କାଟିଦେଇ ଚାର୍ଜସିଟ କୋର୍ଟରେ ଦାଖଲ କଲେ l ତାପରେ ସରକାରୀ ଓ ମୁଦାଲା ମାନଙ୍କ ଓକିଲ ମିଳିତହୋଇ ମାମଲାଟିକୁ ଯେତେଶୀଘ୍ର ହେବ ଶୁଣାଣୀ କରି ରାୟ ପ୍ରକାଶ କରାଇଦେବା ପାଇଁ ଲାଗିପଡିଥିଲେ l
( l ) ଏଠରେ ପ୍ରକାଶ ଥାଉକି ସ୍ଵର୍ଗତଃ ବିବେକନନ୍ଦ ମେହେରଙ୍କ ଠାରୁ ମୋଟାଅଙ୍କର ଟଙ୍କା ଆଣି ହତ୍ୟାକାଣ୍ଡର ଯୋଜନା ବଲାଙ୍ଗିରରେ କରାଯାଇଥିଲା l ତତକାଳୀନ କମ୍ୟୁନିଷ୍ଟ ନେତା ପ୍ରମୋଦ ମିଶ୍ରଙ୍କ ନେତୃତ୍ବରେ ଶାସାକ ଦଳ ଦ୍ୱାରା ପରିଚାଳିତ ଅନେକ ପିଲା ହତ୍ୟାକାଣ୍ଡ ସଂଘଟିତ କରିବାକୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ବଲାଙ୍ଗିର ଠାରୁ ଯାଇଥିଲେ l
( m ) କନକବର୍ଦ୍ଧନ ସିଂହଦେଓ ଓ ସଙ୍ଗୀତା କୁମାରୀ ସିଂହଦେଓ ଦିଲ୍ଲୀ ପଳାୟନ କଲେ I ଶାସାକ ଦଳ ହତ୍ୟାକାଣ୍ଡ ମାମଲାର ସମସ୍ତଙ୍କୁ ନିର୍ଦ୍ଦେlଶରେ ଖଲାସ କରାଇବା ପାଇଁ ପୋଲିସ ଓ ଗୁଣ୍ଡା ଲଗାଇ ସାକ୍ଷ୍ୟ ମାନଙ୍କ ଉପରେ ଦମନଲୀଳା ଆରମ୍ଭ କଲେ l କୋର୍ଟରେ ସାକ୍ଷ୍ୟ ଦେଲେ ଜୀବନରେ ମାରିଦେବା ପାଇଁ ଧମକ ଦିଆଗଲା l
( n ) ପରବର୍ତ୍ତି ସମୟରେ ହତ୍ୟାକାଣ୍ଡ ମାମଲାରେ ସମସ୍ତ ସାକ୍ଷ୍ୟ କୋର୍ଟରେ ବୟାନ ଦେଲାପରେ ବିବେକନନ୍ଦ ମେହେର , ମନୋଜ ମେହେର , ପ୍ରମୋଦ କୁମାର ମିଶ୍ର ହତ୍ୟାକାଣ୍ଡର ମୁଦାଲା ହୋଇଥିଲେ I ତଳ କୋର୍ଟର ରାୟ ଉପରେ ପୁନଃବିଚାର କରିବା ପାଇଁ ମାନ୍ୟବର ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟର ଦ୍ୱାରସ୍ଥ ହୋଇ ହାରିଗଲା ପରେ ବର୍ତ୍ତମାନ ସେମାନେ ଜାମିନରେ ଅଛନ୍ତି l
( o ) ହତ୍ୟାକାଣ୍ଡ ଘଟଣାକୁ ରାଜପରିବାର ରାଜନୀତିକରଣ କରି କନକବର୍ଦ୍ଧନ ସିଂହଦେଓ 1995 ମସିହାରେ ପାଟଣାଗଡର ବିଧାୟକ ହେଲେ l ତାପରେ ସଙ୍ଗୀତା କୁମାରୀ ସିଂହଦେଓ 1998 ମସିହାରେ ସଂସାଦ ହେଲେ l ବିଧାୟକ/ସଂସାଦ ହେଲା ପରେ ସେମାନେ ତାଙ୍କର ଅସଲ ଚେହେରା ଦେଖାଇବା ଆରମ୍ଭ କରିଦେଲେ l
ପାଟଣାଗଡ ବିଧାନସଭା ଓ ବଲାଙ୍ଗିର ଲୋକସଭା ଆସନ ହାସଲ କରିବା ପାଇଁ ଦଳର ଯେତେ ଆଗଧାଡିର ନେତା ଦିନରାତି ପାରିଶ୍ରମ କରିଥିଲେ ସମସ୍ତଙ୍କ ସହିତ ରାଜପରିବାର ବିଶ୍ବାସଘାତକତା କରି ତାଙ୍କର ରାଜନୈତିକ ଭବିଷ୍ୟତ ନଷ୍ଟ କରିଦେଇଥିଲେ l
( p ) ବର୍ଥଲା ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀ ମାନେ ଯେତେ ପରିମାଣର ଦୋଷୀ ତାଠାରୁ ଶତାଧିକ ପ୍ରତିଶତ ଦୋଷୀ ହେଉଛନ୍ତି କନକବର୍ଦ୍ଧନ ସିଂହଦେଓ ଓ ସଙ୍ଗୀତା କୁମାରୀ ସିଂହଦେଓ l କାରଣ ହତ୍ୟାକାରୀ ମାନେ ଆମ ବିରୋଧୀ ଘଟଣା ସ୍ଥଳକୁ ଗଲେ ହତ୍ୟା କରିବେ, ଅପରପକ୍ଷରେ ରାଜପରିବାର ଜାଣିଶୁଣି କିଛି ନକହି ନିଜେ ଘରେ ଲୁଚି ଅନ୍ୟମାନଙ୍କୁ ଘଟଣା ସ୍ଥଳକୁ ପଠାଇ କେବଳ ନିଜସ୍ଵାର୍ଥ ପାଇଁ ଜଣେ ନିରୀହ ଯୁବକକୁ ହତ୍ୟା କରାଇଥିଲେ l
( q ) କନକ ବର୍ଦ୍ଧନ ସିଂହଦେଓଙ୍କ ଅସହଯୋଗ କାରଣରୁ ବର୍ତ୍ତମାନ୍ ପର୍ଯ୍ୟନ୍ତ ବର୍ଥଲା ହତ୍ୟାକାଣ୍ଡ ମାମଲା ଫାଇଲ ଭିତରେ ଚାପିହୋଇ ପଡିରହିଛି l
ଉପରୋକ୍ତ ସମସ୍ତ ବିଷୟବସ୍ତୁକୁ ଅପାଣମାନେ ଠିକ ଭାବରେ ଅନୁଧ୍ୟାନ କଲେ ଭଲଭାବରେ ଜାଣିପାରିବେ ଏମାନେ ନିଜର ଅନୁଗତ ମାନଙ୍କ ଭାବାବେଗ ସହିତ ଖେଳଖେଳି କିଭଳି ଭାବରେ କେବଳ ନିଜର ସ୍ବାର୍ଥ ସାଧନ କରିବା ପାଇଁ ସମସ୍ତଙ୍କ ସହିତ ବିଶ୍ୱାସଘାତକତା ଓ ପ୍ରତାରଣା କରି ଜଣେ ନିରୀହ ଯୁବକକୁ ହତ୍ୟା କରାଇଥିଲେ l
କନକବର୍ଦ୍ଧନ ସିଂହଦେଓ ଓ ସଙ୍ଗୀତା କୁମାରୀ ସିଂହଦେଓ ବଲାଙ୍ଗିର ଲୋକସଭା ଅଞ୍ଚଳର ଜନସାଧାରଣଙ୍କ ପାଇଁ ଅଭିଶପ୍ତ ତେଣୁ ଏମାନଙ୍କର ରାଜନୈତିକ ଭବିଷ୍ୟତ ନଷ୍ଟ ହୋଇଯିବlର ନିତାନ୍ତ ଆବଶ୍ୟକତା ରହିଛି l