ବଲାଙ୍ଗିର : 09 June 2023 : ଟିଟିଲାଗଡ଼କୁ ଜିଲ୍ଳା ମାନ୍ୟତI ଦାବିନେଇ ଅଞ୍ଚଳର ଜନସାଧାରଣ 1992 ମସିହାରୁ ଦୀର୍ଘ ଦଶନ୍ଧି ଧରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଜି ପର୍ଯ୍ୟନ୍ତ ବ୍ୟାପକ ଭାବରେ ଆନ୍ଦୋଳନ ଜାରି ରଖିଛନ୍ତି l କେଉଁ କାରଣରୁ ଟିଟିଲାଗଡ଼ ଜିଲ୍ଳା ଗଠନ ହୋଇପାରିଲା ନାହିଁ ତତ୍ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଆପଣମାନେ ଜାଣିବାର ନିତାନ୍ତ ଆବଶ୍ୟକତା ରହିଛି l
1990 ମସିହା ବିଧାନସଭା ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ ଭାବରେ ଯୋଗେନ୍ଦ୍ର ବେହେରା ଟିଟିଲାଗଡ଼, ଅନଙ୍ଗ ଉଦୟ ସିଂଦେଓଙ୍କ ବଲାଙ୍ଗିର, ନରସିଂହ ମିଶ୍ର ଲୋଇସିଂହା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ ଏବଂ ବlଳଗୋପଲ ମିଶ୍ର ବଲାଙ୍ଗିର ଲୋକସଭା ଆସନରୁ 1989 ମସିହାରେ ନିର୍ବାଚିତ ହୋଇଥିଲେ l
ଜିଲ୍ଲା ଗଠନ ସକାସେ ସୀମା ନିର୍ଦ୍ଧାରଣ କରିବା ପାଇଁ ରାଜ୍ୟ ସରକାର 1992 ମସିହାରେ କମିଶନ ଗଠନ କରି ବିଜ୍ଞପ୍ତି ପ୍ରକାଶ କରିଥିଲେ l
ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ 1993 ମସିହାରେ 17 ଟି ନୂତନ ଜିଲ୍ଲା ଗଠନ କରିଥିଲେ l ସେସମୟରେ 13 ଟି ଜିଲ୍ଲା ରହିଥିଲା ପରବର୍ତ୍ତୀ ସମୟରେ ଜିଲ୍ଲା ପୁନର୍ଗଠନ ହେଲାପରେ 30 ଟି ଜିଲ୍ଲା ହୋଇଥିଲା l
ବିଜୁ ପଟ୍ଟନାୟକ ସରକାରରେ ଅନଙ୍ଗ ଉଦୟ ସିଂହଦେଓ ପର୍ଯ୍ୟଟନ ବିଭାଗ ଓ ନରସିଂହ ମିଶ୍ର ଆଇନ୍ ବିଭାଗର କ୍ୟାବିନେଟ ମନ୍ତ୍ରୀ ରହିଥିଲେ l ଉଭୟ ମନ୍ତ୍ରୀଙ୍କ ଅଖଣ୍ଡ ପ୍ରଭାବ ସରକାରରେ ରହୁଥିଲା l
ଉଭୟ କ୍ୟାବିନେଟ ମନ୍ତ୍ରୀ ଓ ସଂସାଦ ଟିଟିଲାଗଡ଼ ବିଧାୟକଙ୍କ ସହିତ ମିଶି ଟିଟିଲାଗଡ଼ ଜିଲ୍ଲା ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ନିଶ୍ଚିତ ଭାବରେ ଜିଲ୍ଲା ଗଠନ ହୋଇପାରିଥାନ୍ତା l ଏମାନଙ୍କର ଆନ୍ତରିକତା ଅଭବାରୁ ଟିଟିଲାଗଡ଼ ଜିଲ୍ଲା ଗଠନ ହୋଇପାରିଲା ନାହିଁ l
ରାଜପରିବାର ଅଖଣ୍ଡ ପ୍ରଭାବ ବଲାଙ୍ଗିର ଜିଲ୍ଲା ରାଜନୀତିରେ 1950 ମସିହାରୁ ରହି ଆସିଛି l ସେମାନେ ସଦାବେଳେ ବଲାଙ୍ଗିର ଜିଲ୍ଲାକୁ ନିଜ ଅଧିନରେ ରଖି କ୍ଷମତାର ଉପଭୋଗ କରିଚାଲିଛନ୍ତି l ରାଜେନ୍ଦ୍ର ନାରାୟଣ ସିଂହଦେଓ ଟିଟିଲାଗଡ଼ ବିଧାନସଭା ଆସନରୁ 1957 ମସିହା ରେ ନିର୍ବାଚିତ ହୋଇ ରାଜ୍ୟ ବିରୋଧୀ ଦଳ ନେତା ଭାବରେ ଅବସ୍ଥାପିତ ହୋଇଥିଲେ l
ସେସମୟର କଂଗ୍ରେସ ସରକାରର ପତନ ପରେ ଗଣତନ୍ତ୍ର ପରିଷଦ ଓ କଂଗ୍ରେସ ପାର୍ଟି ଦ୍ଵାରା ମିଳିତ ସରକାର ଗଠିତ ହୋଇଥିଲI I ରାଜେନ୍ଦ୍ର ନାରାୟଣ ସିଂହଦେଓ 22 ମେ 1959 ତାରିଖ ଦିନ ଅର୍ଥ ମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ l
ଟିଟିଲାଗଡ଼ ଜିଲ୍ଲା ଗଠନ ହୋଇଥିଲେ ତିନୋଟି ବିଧାନସଭା ଆସନ ଯଥା ଟିଟିଲାଗଡ଼ , ସଇଁତଳା ଓ କଣ୍ଟାବାଞ୍ଜି ପ୍ରଭାବିତ ହେଉଥିଲା l ତେଣୁ ବଲାଙ୍ଗିର ଜିଲ୍ଲା ବିଭାଜିତ ହୋଇ ଟିଟିଲାଗଡ଼ ଜିଲ୍ଲା ଗଠନ ହୋଇଥିଲେ ରାଜପରିବାର ତାଙ୍କର ଅଖଣ୍ଡ ପ୍ରଭାବ କ୍ଷୁଣ୍ଣ ହୋଇଯିବl ବିଚାର କରି ଟିଟିଲାଗଡ଼ ଜିଲ୍ଲା ଗଠନ ପାଇଁ ସେସମୟରେ ଆନ୍ତରିକତା ଦେଖାଇ ନଥିଲେ l
ଗତ ପଦମପୁର୍ ଉପ ନିର୍ବାଚନ ପରେ ରାଜ୍ୟ ସରକାର ନୂତନ କେତେଗୁଡିଏ ଜିଲ୍ଲା ଗଠନ କରିବା ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ କରିଥିବାରୁ ଟିଟିଲାଗଡ଼ ଜିଲ୍ଲା ଗଠନ ହେବାର ଆଶା ଉଜ୍ଜିବିତ ହୋଇଛି l