Today is November 21, 2026

HEADLINES

LATEST NEWS

ମଣିପୁରରେ ଦୀର୍ଘ ଦଶନ୍ଧି ଧରି କୁହୁଳୁଥିବା ଅଶାନ୍ତି ପୁଣି କାହିଁକି ଉତ୍ତେଜନାର ରୂପ ନେଇଛି ?

ବଲାଙ୍ଗିର : 11 ଜୁନ 2023 : ଭାରତର ଉତ୍ତର ପୂର୍ବାଞ୍ଚଳ ସ୍ଥିତ ମଣିପୁର ରାଜ୍ୟରେ ମୁଖ୍ୟତଃ ୩ଟି ସମ୍ପଦ୍ରାୟ ମେଇତି, ନାଗା ଓ କୁକି ରହିଥାନ୍ତି । ନାଗା ଓ କୁକି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ମିଳିଥିବା ବେଳେ ମେଇତିଙ୍କୁ ଏପର୍ଯ୍ୟନ୍ତ ଏହି ମାନ୍ୟତା ମିଳିନାହିଁ । ଇଂରେଜ ଶାସନ୍ କାଳରେ ଏହି ଅଞ୍ଚଳକୁ ଲୁସlଇ ପାର୍ବତ୍ଯାଞ୍ଚଳ ନାମରେ ନାମିତ ଥିଲା l ଏଠରେ ଆଦିବାସୀ ସମ୍ପ୍ରଦାୟ ଅନେକ ଭାଗରେ ବିଭକ୍ତ ହୋଇ ପ୍ରତ୍ୟେକ ଗୋଷ୍ଠୀର ରାଜା/ସର୍ଦାର ରହିଥିଲେ I ସର୍ବପ୍ରଥମେ ମୂଳନିବାସୀ ଭାବରେ ଏଠାରେ କୁକୀ ସମ୍ପ୍ରଦାୟ ବସବାସ କରୁଥିଲେ l ସ୍ଵାଧୀନତାର ଦୁଇ ବର୍ଷପରେ 1949 ମସିହାରେ ମଣିପୁର ଭାରତ ବର୍ଷରେ ମିଶ୍ରଣ ହୋଇଥିଲା l

୨୨ ହଜାର ୩୨୭ ବର୍ଗ କିଲୋମିଟର ପରିମିତ ମଣିପୁରର ୧୦ ପ୍ରତିଶତ ଘାଟି ଅଞ୍ଚଳ ହୋଇଥିବା ବେଳେ ୮୯ ପ୍ରତିଶତ ପାହାଡ ଅଞ୍ଚଳ ରହିଛି। ମଣିପୁରରେ ଆଦିବାସୀମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ କରାଯାଇଛି । ପାହାଡ଼ିଆ ଅଂଚଳରେ କେବଳ ଆଦିବାସୀ ମାନେ ବସବାସ କରିପାରିବେ । ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିର ମାନ୍ୟତା ମିଳି ନଥିବାରୁ ସେମାନେ ପାହାଡିଆ ଅଂଚଳ ନୁହେଁ କେବଳ ଘାଟି ଅଂଚଳରେ ରହିପାରିବେ । ତେଣୁ ମେଇତି ସମ୍ପ୍ରଦାୟ ଦୀର୍ଘ ଦଶନ୍ଧି ଧରି ଅନୁସୂଚିତ ଜନଜାତି ମାନ୍ୟତା ପାଇଁ ଦାବି କରି ଆସୁଛନ୍ତି ।

( 1 ) କାହିଁକି ଜଳୁଛି ମଣିପୁର ?

ଗତ ଏପ୍ରିଲ ୧୯ ତାରିଖରେ ହାଇକୋର୍ଟ ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ମଣିପୁର ସରକାର କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମଣିପୁର ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପରେ ମେଇତି ସମ୍ପ୍ରଦାୟ ଏହି ମାନ୍ୟତା ପାଇଁ ଦାବି ଜୋର କରି ଦେଉଛନ୍ତି ।

ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ବିରୁଦ୍ଧରେ ଗତ ମେ 03 ତାରିଖରେ All Tribal Student Union , ମଣିପୁର ( ATSUM ) ତରଫରୁ ରାଜଧାନୀ ଇମ୍ଫାଲ ଓ ରାଜ୍ୟର ଦଶଟି ଜିଲ୍ଲାରେ ପ୍ରତିବାଦ ଆନ୍ଦୋଳନ ଡାକରା ଦିଆଯାଇଥିଲା l ଆନ୍ଦୋଳନ ଉଗ୍ରରୂପ ଧାରଣ କରି ନାଗା ଓ କୁକୀ ସମ୍ପ୍ରଦାୟ ସହିତ ମେଇତି ସମ୍ପ୍ରଦାୟର ହିଂସାତ୍ମକ ଗଣ୍ଡଗୋଳ ସମଗ୍ର ରାଜ୍ୟରେ ସଂଘଟିତ ହୋଇଯାଇଛି l ଏହି ଗଣ୍ଡଗୋଳରେ ଉଭୟ ସମ୍ପ୍ରଦାୟର ଅନେକ ଲୋକ ମୃତାହତ ହୋଇଥିବା ସହିତ ସମଗ୍ର ରାଜ୍ୟରେ ପ୍ରବଳ ମାତ୍ରାରେ ଭଙ୍ଗାରୁଜା ଓ ଜଲାପୁଡl କରାଯାଇଛି l

ଗଣ୍ଡଗୋଳ ଭୟଙ୍କର ରୂପ ନେବାରୁ ଭାରତ ସରକାର ମେ 4 ତାରିଖରେ ବାହାର ଦେଶର ଆକ୍ରମଣ ଓ ଆଭ୍ୟନ୍ତରୀଣ ଗଣ୍ଡଗୋଳରୁ ରାଜ୍ୟ ସରକାରଙ୍କୁ ସୁରକ୍ଷା ଦେବା ପାଇଁ ସମ୍ବିଧାନର ଧାରା 355 ଲାଗୁ କରି ସମଗ୍ର ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷାଣ କରିଛନ୍ତି l

ମଣିପୁରରେ ହିଂସା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆସାମ ରାଇଫଲସ ଓ ସେନା ମୁତୟନ କରାଯାଇଛି । ଏଥିସହ ମଣିପୁର ପୋଲିସ ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି । ମଣିପୁରରେ କିଛିଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଅଧିକ ଲୋକ ଏକାଠି ହେବା ଉପରେ ଜାରି ହୋଇଛି କଟକଣା । ଉତ୍ତେଜନା ପ୍ରବଣ ଜିଲ୍ଲା ଗୁଡିକରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ବିଶେଷ କରି ଅଧିକ ଆଦିବାସୀ ସମ୍ପ୍ରଦାୟ ରହୁଥିବା ଚୁରାଚାନ୍ଦପୁର, କାଙ୍ଗପୋକପି ଓ ଇମ୍ପାଲ ୱେଷ୍ଟ ଇତ୍ୟାଦି ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି ।

ଏଥିସହ କାକଚିଙ୍ଗ, ଥୋଉବାଲ, ଜିରିବାମ୍, ବିଷ୍ଣୁପୁର ଇତ୍ୟାଦି ଜିଲ୍ଲାରେ ମଧ୍ୟ କର୍ଫ୍ୟୁ ଘୋଷଣା କରାଯାଇଛି । ହିଂସା ବଢୁଥିବାରୁ ସେନା ଓ ଆସାମ ରାଇଫଲସର ଯବାନମାନେ ସହରରେ ପଇଁତରା ମାରିବା ସହ ସମ୍ବେଦନଶୀଳ ସ୍ଥାନମାନଙ୍କରେ ମୁତୟନ ଅଛନ୍ତି । ଘଟଣାସ୍ଥଳରେ ରହି ପ୍ରଭାବିତ ଲୋକମାନଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରୁଛନ୍ତି । ଏପରିକି ଘରଘର ବୁଲି ଲେକାମାନଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

( 2 ) ମଣିପୁର ହିଂସା ଉଗ୍ରରୂପ ନେବାର ପ୍ରମୂଖ କାରଣ ଗୁଡ଼ିକ ହେଲା :

( a ) ମେଇତି ସମ୍ପ୍ରଦାୟ ମଣିପୁର ମୋଟ ଜନସଂଖ୍ୟାର ପ୍ରାୟ ୫୩ ପ୍ରତିଶତ ଓ ଏମାନଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୁ ସମ୍ପ୍ରଦାୟର l ବିଜେପି ଶାସନାଧୀନ ରାଜ୍ୟ ସରକାରରେ ଏମାନଙ୍କର ଅଖଣ୍ଡ ପ୍ରଭାବ ରହିଛି l ଏମାନେ ଯଦି ଅନୁସୂଚିତ ଜାତିର ମାନ୍ୟତା ପାଇଯିବେ ତାହେଲେ ନାଗା ଓ କୁକୀ ସମ୍ପ୍ରଦାୟ ଶିକ୍ଷା , ସ୍ୱାସ୍ଥ୍ୟ ଓ ସରକାରୀ ଚାକିରୀ କ୍ଷେତ୍ରରେ ରହିଥିବା ଆରକ୍ଷଣ ପୂର୍ବଭଳି ପାଇ ପାରିବେ ନାହିଁ ବୋଲି ବିଚାର କରି ସେମାନଙ୍କ ଭିତରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି l

( b ) ନାଗା ଓ କୁକୀ ସମ୍ପ୍ରଦାୟ ଚାଇନା ଓ ମିଆଁମାର ଦେଶର ଲୋକଙ୍କ ସହିତ ବନ୍ଧୁତା ଓ ଉତ୍ତମ ସମ୍ପର୍କ ରହିଛି l ମଣିପୁର ରାଜ୍ୟର ସୀମା ମିଆଁମାର ଦେଶର ସୀମାରେ ସଂଲଗ୍ନିତ ହୋଇ ରହିଛି l ଏହି ରାସ୍ତା ଦେଇ ଉଭୟ ଦେଶର ଅନେକ ନାଗରିକ ଶରଣାର୍ଥୀ ଭାବରେ ରାଜ୍ୟରେ ପ୍ରବେଶ କରୁଛନ୍ତି l ପାହାଡ଼ି ଅଞ୍ଚଳର ଜଙ୍ଗଳ ଜମିରେ ଅନୁପ୍ରବେଶକାରୀ ମାନେ ବସବାସ କରି ରାଜ୍ୟରେ ଉଗ୍ରବାଦୀ କାର୍ଯ୍ୟକଳlପ କରିବା ସହିତ ପପୀ ନାମକ ମାଦକ ଦ୍ରବ୍ୟର ବହୁଳ ପରିମାଣରେ ଚାଷ କରୁଛନ୍ତି l

ରାଜ୍ୟ ସରକାର ଅନୁପ୍ରବେଶକାରୀଙ୍କୁ ବେଆଇନ ଘୋଷଣା କରି ଦୃଢତାର ସହିତ ଦମନ କରିବା ସହିତ ରାଜ୍ୟରୁ ବିତାଡିତ କରି ଦେଇଛନ୍ତି l ବେଆଇନ ଭାବେ ରହୁଥିବା ଶରଣାର୍ଥୀ ଓ ଡ୍ରଗ ମାଫିଆ ଏଥିପାଇଁ ଚାରିଆଡ଼େ ସରକାରଙ୍କ ବିରୁଦ୍ଧରେ ଉଭୟ ସମ୍ପ୍ରଦାୟର ଭିତରେ ଉତ୍ତେଜନା ଓ ହିଂସାକୁ ଉସୁକାଉଛନ୍ତି ।

( c ) ପାହାଡ଼ି ଅଞ୍ଚଳରେ ରହିଥିବା ଜଙ୍ଗଳ ଜମିକୁ ବ୍ୟାପକ ଭାବରେ ନାଗା ଓ କୁକୀ ସମ୍ପ୍ରଦାୟ ନିଜ ଅଧିନରେ ରଖିଛନ୍ତି l ସରକାର ବର୍ତ୍ତମାନ ଜବର ଦଖଲରେ ରହିଥିବା ସମସ୍ତ ସରକାରୀ ଓ ଜଙ୍ଗଳ ଜମିକୁ ଉଭୟ ସମ୍ପ୍ରଦାୟ ଠାରୁ ଉଚ୍ଛେଦ କରୁଛନ୍ତି l ବିନା ଥଇଥାନରେ ସରକାର ଉଚ୍ଛେଦ କରି ପାରିବେ ନାହିଁ ବୋଲି ଦାବି କରି ଉଭୟ ସମ୍ପ୍ରଦାୟ ମଧ୍ୟରେ ଚାରିଆଡ଼େ ଜନଅସନ୍ତୋଷ ବ୍ୟାପିବାରେ ଲାଗିଛି l

( d ) ନାଗI ଓ କୁକୀ ସମ୍ପ୍ରଦାୟ ମଣିପୁର ମୋଟ ଜନସଂଖ୍ୟାର ପ୍ରାୟ 40 ପ୍ରତିଶତ ଓ ଏମାନଙ୍କ ମଧ୍ୟରୁ ଅଧିକାଂଶ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର l ରାଜ୍ୟର ସମସ୍ତ ପାହାଡିଆ ଅଞ୍ଚଳ ବର୍ତ୍ତମାନ୍ ଏମାନଙ୍କ ଦଖଲରେ ରହିଛି l ରାଜ୍ୟରେ ଜନସଂଖ୍ୟା ଦିନକୁଦିନ ବଢିବାରେ ଲାଗିଛି l ମାଇତି ସମ୍ପ୍ରଦାୟ ଅନୁସୂଚିତ ଜନଜାତିର ସ୍ଵୀକୃତି ପାଇବା ପରେ ପାହାଡ ଅଞ୍ଚଳର ଜମିରେ ବସବାସ କରିପାରିବେ l ଏହାକୁ ନାଗା ଓ କୁକୀ ସମ୍ପ୍ରଦାୟ ଗ୍ରହଣ କରି ପାରୁନାହାନ୍ତି ତେଣୂ ଅଞ୍ଚଳରେ ଘୋର ଅଶାନ୍ତ ପରିବେଶ ତିଆରି ହେଉଛି l

( e ) ରାଜ୍ୟରେ ଚାଇନା ଓ ମିୟାଁମାର ସହାୟତାରେ ଅନେକ ଉଗ୍ରବାଦୀ ସଂଗଠନ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି l ଏମାନଙ୍କ ସହାୟତାରେ ମଣିପୁର ହିଂସା ସମଗ୍ର ରାଜ୍ୟରେ ଉଗ୍ରରୂପ ଧାରଣ କରିଛି l ଏହାସହିତ ଚାଇନା ମଣିପୁରକୁ ଅଶାନ୍ତ କରିବା ପାଇଁ ଦଙ୍ଗାକlରିଙ୍କୁ ସମସ୍ତ ପ୍ରକାର ମାରଣାସ୍ତ୍ର ଓ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛି l

( 3 ) ଦୀର୍ଘ ଦଶନ୍ଧି ଧରି କୁହୁଳୁଥିବା ଅଶାନ୍ତି ପୁଣି କାହିଁକି ଉତ୍ତେଜନାର ରୂପ ନେଇଛି ?

ମାନ୍ୟବର ମଣିପୁର ହାଇକୋର୍ଟ ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ଦେଇଥିବା ନିର୍ଦ୍ଦେଶନାମା ପରେ ନାଗ ଓ କୁକୀ ସମ୍ପ୍ରଦାୟ ଭିତରେ ଦୀର୍ଘ ଦଶନ୍ଧି ଧରି ରହିଥିବା ଉପରୋକ୍ତ ପୁଞ୍ଜିଭୂତ ଜନ ଅସନ୍ତୋଷର ବିସ୍ପୋରଣ ହୋଇ ମଣିପୁର ହିଂସା ଉଗ୍ର ରୂପ ଧାରଣ କରି ସମଗ୍ର ରାଜ୍ୟରେ ଦୀର୍ଘ ମାସ ହେଲା ଅଣାୟତ୍ତ ହୋଇପଡିଛି l

ଗତ ମାସ ୩ ତାରିଖରେ ନାଗI ଓ କୁକି ସମ୍ପ୍ରଦାୟ ପକ୍ଷରୁ ଆଦିବାସୀ ଶୋଭାଯାତ୍ରା ବାହାର କରାଯାଇଥିବାବେଳେ ତାହା କିଭଳି ଭାବରେ ହିଂସାର ରୂପ ନେଇଥିଲା ଏହାର ତଦନ୍ତ କରିବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ (ସିବିଆଇ) କୁ କେନ୍ଦ୍ର ସରକାରଙ୍କ ତରଫରୁ ଦାୟିତ୍ୱ ଦିଆଯାଇଛି। ସିବିଆଇ ୬ଟି ଏତଲା ଦାଏର କରିବା ସହ ହିଂସା ପଛର ଷଡ଼ଯନ୍ତ୍ରର ତଦନ୍ତ ଲାଗି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଛି।

ମାସେରୁ ଊର୍ଦ୍ଧ୍ୱ ସମୟ ଧରି ମଣିପୁରରେ ହିଂସା ଲାଗିରହିଥିବା ବେଳେ ଶତାଧିକ ଲୋକଙ୍କ ଜୀବନ ଗଲାଣି ୩୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଘରଦ୍ୱାର ହରାଇ ଅସ୍ଥାୟୀ ଶିବିରରେ ରହୁଛନ୍ତି l ନାଗାଲାଣ୍ଡ , ମିଜୋରାମ୍ ଓ ସିକିମ ସରକାର ନିଜ ରାଜ୍ୟର ପ୍ରାୟ ଦଶ ହଜାର ଲୋକଙ୍କୁ ସେଠାରୁ ସ୍ଥାନାନ୍ତରିତ କରିସାରିଛନ୍ତି l ରାଜ୍ୟରେ ହିଂସାକାଣ୍ଡ ଘଟିବା ଦିନଠାରୁ ପ୍ରାୟ ୩,୭୦୦ରୁ ଅଧିକ ଏତଲା ଦାଏର ହୋଇସାରିଲାଣି ।

MUST READ..

Share this post

Leave a Comment