ବଲାଙ୍ଗିର : 26 ସେପ୍ଟେମ୍ବର 2025 : ପୌରାଣିକ ଗାଥା ଅନୁଯାୟୀ ରାମରାଜ୍ୟରେ ଶମ୍ଭୁକl ନାମକ ଜଣେ ଶୂଦ୍ର ସନ୍ୟାସୀ ଘୋର ତପସ୍ୟା କରିବାରୁ , ମହାରାଜl ରାମଚନ୍ଦ୍ର ଏକ ତିକ୍ଷ୍ଣଖଣ୍ଡlରେ ନିଜ ହାତରେ ତାର ମୁଣ୍ଡକୁ କାଟିଦେଇଥିଲେ l ଉତ୍ତରା ଖଣ୍ଡ ରାମାୟଣର ଅଧ୍ୟାୟ 73 – 76 ଏବଂ ପଦ୍ମ ପୁରାଣ ପ୍ରଥମ ଭାଗର ଅଧ୍ୟାୟ 35 ରେ ଏହା ଉପସ୍ଥାପନ କରାଯାଇଛି l
ରାମରାଜ୍ୟରେ ପ୍ରଜାମାନଙ୍କୁ ସଦାବେଳେ ନ୍ୟାୟ ପ୍ରଦାନ କରାଯାଉଥିଲା l ଦେଶର ଜନସାଧାରଣ ଜାତିପ୍ରଥା ଅନୁଯାୟୀ ବର୍ଣ୍ଣଧର୍ମ ପାଳନ କରି ଶାନ୍ତିଶୃଙ୍ଖଳାର ସହିତ ନିଜର କର୍ମ ସମ୍ପାଦନା କରୁଥିଲେ l ସମସ୍ତେ ସୁଖ ଶାନ୍ତିରେ ଜୀବନ ନିର୍ବାହ କରୁଥିଲେ ଓ ସମୟ ପୂର୍ବରୁ କାହାର ଆକସ୍ମିକ ମୃତ୍ୟୁ ହେଉନଥିଲା l ଏଭଲିଅ ଅନେକ କଥା ଜନମାନସରେ ପ୍ରକାଶ କରlଯାଉଛି l
ଅପରପକ୍ଷେ ପୁରାଣ ବର୍ଣ୍ଣିତ ତ୍ରେତୟା ଯୁଗର ରlମରlଜ୍ୟରେ ଜାତିପ୍ରଥା ଉତ୍କଟ ରୂପ ଧାରଣ କରିଥିଲା l ଶୂଦ୍ର ମାନଙ୍କୁ ପାଠପଢା, ଧର୍ମକର୍ମ ତଥା ସନ୍ନ୍ୟାସବ୍ରତ ଇତ୍ୟାଦି କାର୍ଯ୍ୟ କରିବାରୁ ବଞ୍ଚିତ କରାଯାଉଥିଲା l ରାଜ୍ୟରେ କୌଣସି ପ୍ରକାର ବିପଦ ଆପଦ ଆସିଲେ ସେଥିପାଇଁ ଶୂଦ୍ର ମାନଙ୍କୁ ଦାୟୀ କରାଯାଇ ଦଣ୍ଡିତ କରାଯାଉଥିଲା l ଦରକାର ପଡିଲେ ମୃତ୍ୟୁ ଦଣ୍ଡ ମଧ୍ୟ ଦିଆଯାଉଥିଲା l
ମହାରାଜା ରାମଚନ୍ଦ୍ର ଶୂଦ୍ର ସମ୍ଭୂକାଙ୍କୁ ହତ୍ୟା କରିବାର ପ୍ରଚ୍ଛଦ ପଟରେ ରହିଥିବା ଘଟଣାବଳୀକୁ ଆପଣମାନଙ୍କ ଅବଗତି ନିମନ୍ତେ ନିମ୍ନରେ ଉପସ୍ଥାପିତ କରାଯାଇଛି l
( 1 ) ମହାରାଜା ରାମଚନ୍ଦ୍ର 14 ବର୍ଷ ବନବାସ କାଟିଲାପରେ ଅଯୋଧ୍ୟାର ଶାସନ୍ ଗାଦିରେ ପୁଣିଥରେ ଅବସ୍ଥାପିତ ହୋଇ ରାମରାଜ୍ୟ ପରିଚାଳନା କରୁଥିଲେ l
ତାଙ୍କର ଶାସନକାଳ ସମୟରେ ଜଣେ ବ୍ରାହ୍ମଣ ନିଜର 14 ବର୍ଷର ମୃତ ବାଳକକୁ ନିଜ ହାତରେ ଧରି ସିଂହଦ୍ୱାର ନିକଟକୁ ଆସି ମହାରାଜା ରାମଚନ୍ଦ୍ରଙ୍କୁ ସାକ୍ଷାତ କରି ଅଭିଯୋଗ ଶୁଣାଇବାକୁ ନିବେଦନ କଲେ l
( 2 ) ବ୍ରାହ୍ମଣ ଜଣକ ବଡପାଟିରେ ” ପୂର୍ବ ଜନ୍ମରେ ମୁଁ କଣ ପାପ କରିଥିଲି ଯାହାର ଦଣ୍ଡ ସ୍ଵରୁପ ମୋର ଛୋଟ ପୁଅର ମୃତ୍ୟୁ ମୁଖକୁ ଦେଖିବାକୁ ପାଇଲି l ଏଜନ୍ମରେ ମୋର ଜାଣତରେ କିମ୍ବା ଅଜାଣତରେ ମଣିଷ ଅଥବା ଜୀବଜଗତ କାହାର କିଛି କ୍ଷତି କରିନାହିଁ ତାସତ୍ତ୍ୱେ ମୋର ଛୋଟ ପୁଅର ଅକାଳ ବିୟୋଗ କିପରି ଘଟିଲା ?
ମହାରାଜା ରାମଚନ୍ଦ୍ର ଶାସନ୍ କଳ ପରିଚାଳନା କରିବା ସମୟରେ ଦେଶରେ ଧର୍ମରକ୍ଷl କରିନପାରି କିଛି ଗୋଟିଏ ବଡ଼ଧରଣର ପାପ ଅର୍ଜନ କରିଛନ୍ତି l ଯଦ୍ୱାରା ମୋର ଛୋଟ ପୁଅର ଅସମୟରେ ଅକାଳ ମୃତ୍ୟୁ ହୋଇଛି l ତେଣୁ ମୋର ପୁଅର ଜୀବନଦାନ ମହାରାଜା ରାମଚନ୍ଦ୍ର କରିବା ପାଇଁ ଅଭିଯୋଗ କରିବି ” ବୋଲି ବଡ ପାଟିରେ ଚିତ୍କାର କରୁଥିଲେ l
( 3 ) ରାମ ରାଜ୍ୟରେ କେବେ ଦେଖା ଦେଇନଥିବା ଅକାଳ ମୃତ୍ୟୁ ଭଲିଆ ଅଘଟଣା ପ୍ରଜାମାନଙ୍କ ଭିତରେ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ଓ ଦେଶରେ ବଡ଼ଧରଣର ଆଲୋଚନାର ବିଷୟବସ୍ତୁ ପାଲଟି ଯାଇଥିଲେ l
କଥାଟି ମହାରାଜା ରାମଚନ୍ଦ୍ରଙ୍କର କର୍ଣଗୋଚର ହେଲାପରେ ବ୍ରାହ୍ମଣଙ୍କ ଅଭିଯୋଗକୁ ଗୁରୁତର ସହିତ ଗ୍ରହଣ କରିଥିଲେ l
( 4 ) ମହାରାଜା ରାମଚନ୍ଦ୍ର ସଙ୍ଗେସଙ୍ଗେ ନିଜର ମନ୍ତ୍ରୀମଣ୍ଡଳ, ଭାଇ ମାନଙ୍କୁ ଓ ଗୁରୁ ବଶିଷ୍ଟଙ୍କୁ ଘଟଣାର ସତ୍ୟତା ଉନ୍ମୋଚନ କରିବା ପାଇଁ ନିର୍ଦ୍ଦେଶ ଦେଲେ l ଗୁରୁ ବଶିଷ୍ଟ ଅlଠ ଜଣ ଜ୍ଞାନୀ ବ୍ରାହ୍ମଣଙ୍କୁ ଏବିଷୟରେ ଆଲୋଚନା କରିବା ପାଇଁ ବୈଠକ ଡାକିଲେ ତନ୍ମଧ୍ୟରେ ରୁଷି ନାରଦ ମଧ୍ୟ ଉପସ୍ଥିତ ରହିଥିଲେ l
ରାମରାଜ୍ୟରେ କେବେହେଲେ ସଂଘଟିତ ହୋଇନଥିବା ଏଭଲିଅl ଅସମୟରେ ଜଣେ ଛୋଟ ବ୍ରାହ୍ମଣ ବାଳକର ଅକାଳ ମୃତ୍ୟୁ ଘଟଣାର ପ୍ରକୃତ ରହସ୍ୟ କଣ ରହିଛି ?
ତତ୍ ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ଅନେକ ପ୍ରକାରର ଆଲୋଚନ ଓ ଅନୁଧ୍ୟାନ କରାଗଲା ପରେ ଶେଷରେ କାରଣଟି ଉନ୍ମୋଚିତ ହୋଇଥିଲା l
( 5 ) ରୁଷି ନାରଦ ବୈଠକରେ ଉନ୍ମୋଚିତ ହୋଇଥିବା କାରଣଟିକୁ ବିସ୍ତାର ଭାବରେ ମହାରାଜା ରାମଚନ୍ଦ୍ରଙ୍କୁ ବୁଝେଇଦେଲେ l ତାଙ୍କ କହିବା ଅନୁଯାୟୀ ( 1 ) ସତ୍ୟ ଯୁଗରେ କେବଳ ବ୍ରାହ୍ମଣ ମାନେ ସନ୍ୟାସୀବ୍ରତ ପାଳନ କରିପାରିବେ ( 2 ) ଦ୍ଵାପର ଯୁଗରେ ବ୍ରାହ୍ମଣ ଓ କ୍ଷତ୍ରିୟ ମାନେ ସନ୍ୟାସୀବ୍ରତ ପାଳନ କରିପାରିବେ ( 3 ) ତ୍ରେତୟl ଯୁଗରେ ମଧ୍ୟ ବ୍ରାହ୍ମଣ ଓ କ୍ଷତ୍ରିୟ ମାନେ ସନ୍ୟାସୀବ୍ରତ ପାଳନ କରିପାରିବେ ( 4 ) କଲିୟୁଗରେ କେବଳ ସବୁ ଜାତିର ଲୋକ ସନ୍ୟାସୀବ୍ରତ ପାଳନ କରିପାରିବେ l
ରାମରାଜ୍ୟରେ ଶମ୍ଭୁକା ନାମକ ଜଣେ ଶୂଦ୍ର ଗଭୀର ତପସ୍ୟାରେ ଲୀନ ହୋଇରହିଛି l ଯେହେତୁ ବର୍ତ୍ତମାନ ତ୍ରେତୟା ଯୁଗ ଚାଲିଛି , ତାହା ବର୍ଣ୍ଣଧର୍ମର ବିରୋଧାଚରଣ କରୁଛି l ମହାରାଜା ରାମଚନ୍ଦ୍ରଙ୍କ ଶାସନ୍ କାଳରେ କଥାଟି ସଂଘଟିତ ହୋଇଥିବାରୁ ଏହାର ଏକ ଚତୁର୍ଥାଂଶ ପାପ ତାଙ୍କୁ ଗ୍ରାସ କରିଛି l
ଯାହାର ପରିଣତି ଛୋଟ ବ୍ରାହ୍ମଣ ବାଳକର ଅକାଳ ମୃତ୍ୟୁ ଘଟିଛି l ତେଣୂ ଶମ୍ଭୁକା ନାମକ ଶୂଦ୍ରଙ୍କୁ ଅତିଶୀଘ୍ର ଖୋଜି ମୃତ୍ୟୁଦଣ୍ଡ ଦେଇ ଦେଶରେ ଧର୍ମ ରକ୍ଷା କରିପାରିଲେ ମୃତ ବାଳକ ପୁନର୍ବାର ଜୀବିତ ହୋଇପାରିବ l
( 6 ) ମହାରାଜା ରାମଚନ୍ଦ୍ର ମୃତ ବ୍ରାହ୍ମଣ ବାଳକର ଶରୀରକୁ ଠିକ ଭାବରେ ରକ୍ଷଣା ବେକ୍ଷଣ କରି ରଖିବାକୁ ନିଜ ଭାଇ ଲକ୍ଷ୍ମଣଙ୍କୁ ନିଦ୍ଦେର୍ଶ ଦେଇ ପୁଷ୍ପକ ବିମାନରେ ଶୂଦ୍ର ଶମ୍ଭୁକାଙ୍କୁ ଖୋଜିବା ପାଇଁ ବାହାରି ପଡିଲେ l
ଅନେକ ଖୋଜାଖୋଜି କଲାପରେ ଶୈବାଳ ପର୍ବତର ପାଦ ଦେଶରେ ରହିଥିବା ଏକ ହ୍ରଦ ନିକଟରେ ଜଣେ ସନ୍ୟାସୀ ମୁଣ୍ଡ ତଳକୁ ଓ ଗୋଡ ଉପରକୁ କରି ଘୋର ତପସ୍ୟାରେ ଲୀନ ହୋଇ ରହିଥିବା ଦେଖିବାକୁ ପାଇଲେ l
ମହାରାଜା ରାମଚନ୍ଦ୍ର ସନ୍ୟାସୀଙ୍କ ପାଖକୁ ଯାଇ ନିଜର ପରିଚୟ ଦେଇ ତାଙ୍କର ତପସ୍ୟା କରିବାର ଅଭିପ୍ରାୟ , ନାମ ଓ ଜାତି ବିଷୟରେ ପଚାରିଲେ l
( 7 ) ସନ୍ୟାସୀ ଜଣକ ଅତି ସଚ୍ଚୋଟl ତଥା ସରଳତାର ସହିତ ନିଜର ପରିଚୟରେ ଜାତିରେ ଶୂଦ୍ର ଓ ନାମ ସମ୍ଭୂକl ବୋଲି ପରିଚୟ ଦେଇ ଭଗବାନଙ୍କ ଆଶିର୍ବାଦ ଲାଭ କରି ସ୍ଵର୍ଗଧାମ ଯିବାର ଅଭିପ୍ରାୟରେ କଠିନ ତପସ୍ୟା କରୁଛି ବୋଲି ନିଜର ମନର କଥା ମହାରାଜା ରାମଚନ୍ଦ୍ରଙ୍କ ଠାରେ ପରିପ୍ରକାଶ କରିଥିଲେ l
ସନ୍ୟାସୀ ସମ୍ଭୂକl ଶୂଦ୍ର ହୋଇ ତପସ୍ୟା କରିବାରୁ ମହାରାଜା ରାମଚନ୍ଦ୍ର ଦେଶରେ ବର୍ଣ୍ଣଧର୍ମର ବିରୁଦ୍ଧାଚରଣ କରିଥିବାର ଦର୍ଶାଇ ଏହାକୁ ଏକ ବିରାଟ ଦଣ୍ଡନୀୟ ଅପରାଧ ଭାବରେ ବିବେଚନା କରିଥିଲେ l କାରଣ ତ୍ରେତୟା ଯୁଗରେ ଯୁଗରେ ବ୍ରାହ୍ମଣ ଓ କ୍ଷତ୍ରିୟ ମାନେ କେବଳ ସନ୍ୟାସୀବ୍ରତ ପାଳନ କରିପାରିବେ l ତେଣୁ ରlମରଜ୍ୟରେ ଧର୍ମରକ୍ଷl କରିବା ପlଇଁ ମହାରାଜା ରାମଚନ୍ଦ୍ର ନିଜ ହାତରେ ଏକ ତିକ୍ଷ୍ଣଖଣ୍ଡlରେ ସନ୍ୟାସୀ ସମ୍ଭୂକlର ମୁଣ୍ଡ କାଟି ଦେଇଥିଲେ l
( 8 ) ମହାରାଜା ରାମଚନ୍ଦ୍ର ସନ୍ୟାସୀ ସମ୍ଭୂକlର ମୁଣ୍ଡକାଟି ପାପର ଅନ୍ତ ଘଟାଇ ରାମରାଜ୍ୟରେ ପୁଣିଥରେ ଧର୍ମସ୍ଥାପନ କରିଥିବାରୁ ସ୍ଵର୍ଗର ଦେବତା ମାନେ ଖୁସିହୋଇ ତାଙ୍କ ଉପରେ ପୁଷ୍ପବୃଷ୍ଟି କରି ବରଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ l ମହାରାଜା ରାମଚନ୍ଦ୍ର ମୃତ ବ୍ରାହ୍ମଣ ବାଳକକୁ ପୁନର୍ବାର ଜୀବଦାନ କରିବା ପାଇଁ ଦେବତାମାନଙ୍କୁ ନିବେଦନ କରିଥିଲେ l ଦେବତା ମାନଙ୍କ ବରଦlନରୁ ବ୍ରାହ୍ମଣ ବାଳକ ପୁଣିଥରେ ଜୀବଦାନ ପାଇପାରି ଥିଲେ l
( 9 ) ଉପରୋକ୍ତ ଘଟଣାବଳୀ ଉପରେ ଆଉ ଏକ କିମ୍ବଦନ୍ତୀ ରହିଛି l ସମ୍ଭୂକାଙ୍କ କଠୋର ତପସ୍ୟା ଦେଖି ସ୍ଵର୍ଗର ଦେବତା ମାନେ ଚିନ୍ତାଗ୍ରସ୍ତ ହୋଇପଡିଥିଲେ l ସମ୍ଭୂକା ତପସ୍ୟl ବଳରେ ଭଗବାନଙ୍କ ବରଦାନ ପାଇ ସ୍ଵର୍ଗ ଧାମରେ ସଶରୀରରେ ପହଁଞ୍ଚି ପାରିବେ ବୋଲି ଦେବତାମାନେ ଭଲଭାବରେ ଜାଣି ପାରିଥିଲେ l ତେଣୂ ଇନ୍ଦ୍ର ଦେବତା ଜାଣିଶୁଣି ବ୍ରାହ୍ମଣ ବାଳକର ଜୀବନକୁ ହରଣ କରି ନେଇଥିଲେ l
ଇନ୍ଦ୍ର ଦେବତା ନାରଦଙ୍କ ସହଯୋଗରେ ବ୍ରାହ୍ମଣଙ୍କ ମାଧ୍ଯମରେ କଥାଟିକୁ ମହାରାଜା ରାମଚନ୍ଦ୍ରଙ୍କ ଦୃଷ୍ଟି ଆକର୍ଷଣ କରାଇ ସନ୍ୟାସୀ ସମ୍ଭୂକlଙ୍କୁ ହତ୍ୟା କରାଇଥିଲେ l
ଉପରୋକ୍ତ ଉତ୍ତରା ଖଣ୍ଡ ରାମାୟଣ ଏବଂ ପଦ୍ମ ପୁରାଣରେ ବର୍ଣ୍ଣିତ ଗାଥାକୁ ଗଭୀରତାର ସହିତ ଅନୁଧ୍ୟାନ କଲେ ରାମରାଜ୍ୟରେ ଜାତିପ୍ରଥା କିଭଳୀ ବିକଟାଳ ରୂପ ନେଇଥିଲା ଅପଣମାନେ ଭଲ ଭାବରେ ଜାଣିପାରିବେ l
ଜାତିପ୍ରଥାର ସଂରଚନା କରିବା ପାଇଁ କାଳ୍ପନିକ ବିଷୟବସ୍ତୁ ଆଧାରରେ ତଥା ଭଗବାନଙ୍କ ନାମରେ ତଥାକଥିତ ଜାତିବାଦୀ ମାନଙ୍କ ଦ୍ବାରା ଅନେକ ଧର୍ମଶାସ୍ତ୍ରରେ ଜାତିବାଦ ପ୍ରଥାର ଉପସ୍ଥାପନ କରାଯାଇଛି ଯାହାର କୌଣସି ସତ୍ୟତା ନାହିଁ l ଜାତିପ୍ରଥା ଏକ ସାମାଜିକ ପ୍ରତାରଣା ଯାହାକୁ ଅପାଣମାନେ ମାନିବାର କୌଣସି ଯଥାର୍ଥତା କିମ୍ବା ଆବଶ୍ୟକତା ନାହିଁ l
ଡା. ବି ଆର୍ ଆମ୍ବେଦକର ଜାତିପ୍ରଥାକୁ ସମ୍ବିଧାନରେ ବେଆଇନ୍ ଘୋଷାଣ କରିସାରିଛନ୍ତି l ସମଗ୍ର ଭାରତରେ ଜାତିବାଦକୁ ବିଲୁପ୍ତ କରି ମାନବବାଦର ସ୍ଥାପନ କରିବା ଓ ସମ୍ବିଧାନର ସୁରକ୍ଷା ପାଇଁ ଏକ ବଡଧରଣର ଧର୍ମଯୁଦ୍ଧ ଆରମ୍ଭ ହୋଇ ସାରିଛି l ସମୟ ଡାକରା ଦେଉଛି ଅପାଣମାନେ ସଚେତନତା ଓ ଏକତା ବଦ୍ଧ ହୋଇ ଏହି ଧର୍ମଯୁଦ୍ଧରେ ସାମିଲ ହେବାର ନିତାନ୍ତ ଆବଶ୍ୟକତା ରହିଛି l