ବଲାଙ୍ଗିର : 25 ନଭେମ୍ବର 2023 : ସମ୍ରାଟ ଅଶୋକଙ୍କ ଶାସନକାଳ ସମୟରେ ମୌର୍ଯ୍ୟ ସାମ୍ରାଜ୍ୟ ( ଅଖଣ୍ଡ ଭାରତ ) ପୃଥିବୀର ସବୁଠାରୁ ଶକ୍ତିଶାଳୀ ଓ ବିରାଟ ଦେଶ ପାଲଟି ଯାଇଥିଲା l ମୌର୍ଯ୍ୟ ସାମ୍ରାଜ୍ୟ ବୁଦ୍ଧଙ୍କର ଦେଶ ଭାବରେ ବିଶ୍ଵ ଦରବାରରେ ପ୍ରସିଦ୍ଧି ଲାଭ କରିଥିଲା l
ପୁରାତନ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଥିବା ମୌର୍ଯ୍ୟ ସାମ୍ରାଜ୍ୟର ( ଅଖଣ୍ଡ ଭାରତ ) ପତନ ତଥା ସନାତନ ଧର୍ମର ଉତ୍ଥାନ ହେଲାପରେ ଦେଶର ପରବର୍ତ୍ତୀ ସମୟରେ ସଙ୍ଗଠିତ ହୋଇଥିବା ଘଟଣାବଳୀ ଉପରେ ସବିଶେଷ ତଥ୍ୟ ଆପଣମାନଙ୍କ ଅବଗତି ନିମନ୍ତେ ନିମ୍ନରେ ଉପସ୍ଥାପିତ କରାଯାଇଛି l
( a ) ସମ୍ରାଟ ଅଶୋକ 36 ବର୍ଷ ମୌର୍ଯ୍ୟ ସାମ୍ରାଜ୍ୟକୁ ଶାସନ କଲାପରେ 232 BCE ରେ ମୃତ୍ୟୁ ବରଣ କରିଥିଲେ l ମୌର୍ଯ୍ୟ ସାମ୍ରାଜ୍ୟର ତୃତୀୟ ସମ୍ରାଟ ଭାବରେ ତାଙ୍କର ଶାସନକାଳ 268 BCE ରୁ 232 BCE ପର୍ଯ୍ୟନ୍ତ ରହିଥିଲା l
( b ) ବଂଶାନୁକ୍ରମେ ମୌର୍ଯ୍ୟ ସାମ୍ରାଜ୍ୟର ନବମ ସମ୍ରାଟ ଭାବରେ ବ୍ରିହାଦ୍ରତ ମୌର୍ଯ୍ୟ 187 BCE ରେ ଶାସନ୍ ଗାଦିରେ ଅବସ୍ଥାପିତ ହୋଇଥିଲେ l ସେସମୟରେ ମୌର୍ଯ୍ୟ ସାମ୍ରାଜ୍ୟର ସେନାପତି ଭାବରେ ପୁଷ୍ୟମିତ୍ର ଶୃଙ୍ଗ ନାମକ ଜଣେ ବ୍ରାହ୍ମଣଙ୍କୁ ନିଯୁକ୍ତି ପ୍ରଦାନ କରାଯଇଥିଲା l ବ୍ରିହାଦ୍ରତ ମୌର୍ଯ୍ୟଙ୍କୁ ଯୋଜନାବଦ୍ଧ ଭାବରେ ସୈନ୍ୟ ପରିଦର୍ଶନ କରିବା ପାଇଁ ନିମନ୍ତ୍ରଣ କରାଯାଇ 185 BCE ରେ ସେନାପତି ପୁଷ୍ୟମିତ୍ର ଶୃଙ୍ଗ ହତ୍ୟା କରିଥିଲେ l ତIପରବର୍ତ୍ତୀ ସମୟରେ ମୌର୍ଯ୍ୟ ରାଜବଂଶର ସବୁଦିନ ପାଇଁ ପତନ ହୋଇ ଶୃଙ୍ଗ ସାମ୍ରାଜ୍ୟର ସ୍ଥପାନ ହୋଇଥିଲା l
( c ) ମୌର୍ଯ୍ୟ ରାଜବଂଶର ପତନ ପରେ 185 BCE ରେ ଶୃଙ୍ଗ ସାମ୍ରାଜ୍ୟର ଉତ୍ଥାନ ହୋଇ ପୁଷ୍ୟମିତ୍ର ଶୃଙ୍ଗ ପ୍ରଥମ ଶୃଙ୍ଗ ବଂଶର ସମ୍ରାଟ ଭାବରେ ଅବସ୍ଥାପିତ ହୋଇଥିଲେ l ମନ୍ତ୍ରୀ ପରିଷଦରେ ରହି ସମ୍ରାଟଙ୍କ ଉପଦେଷ୍ଟା ଭାବରେ ସାମ୍ରାଜ୍ୟ ପରିଚାଳନା କରୁଥିବା ବୌଦ୍ଧ ଭିକ୍ଷୁ ମାନଙ୍କୁ ହଟାଇ ଦିଆଗଲା l ବ୍ରାହ୍ମଣ ମାନଙ୍କୁ ଉକ୍ତ ପଦବୀରେ ଅବସ୍ଥାପିତ କରାଯାଇ ଶୃଙ୍ଗ ସାମ୍ରାଜ୍ୟରେ ସନାତନ ଧର୍ମର ପ୍ରଚଳନ କରାଯାଇଥିଲା l
( d ) ଶୃଙ୍ଗ ବଂଶର ଶାସନକାଳ ସମୟରେ ଦେଶ ପରିଚାଳନା କରିବା ପାଇଁ ସମ୍ବିଧାନ ଭାବରେ ମାନୁସ୍ମୃତର ସଂରଚନା କରାଯାଇଥିଲା l ମାନୁସ୍ମୃତରେ ବର୍ଣ୍ଣିତ ନିୟମ ଅନୁଯାୟୀ ଦେଶରେ ଆଇନ୍ ପ୍ରଣୟନ କରାଗଲା ଓ ବ୍ରାହ୍ମଣବାଦକୁ କଡାକଡି ଭାବରେ ଲାଗୁ କରିବା ପାଇଁ ଦେଶର ଶାସନ୍ କ୍ଷମତାର ବିନିଯୋଗ କରାଗଲା l ମୌର୍ଯ୍ୟ ସାମ୍ରାଜ୍ୟରେ ସମ୍ପୂର୍ଣ୍ଣ ଭାବରେ ବିଲୁପ୍ତ ହୋଇଯାଉଥିବା ଜାତିପ୍ରଥାକୁ ପୁନଃ ପ୍ରଚଳନ କରାଗଲା l

( e ) ଶୃଙ୍ଗ ସାମ୍ରାଜ୍ୟରେ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ମାନଙ୍କୁ ହତ୍ୟା କରିବା ପାଇଁ ଶାସନ ବ୍ୟବସ୍ଥା ତରଫରୁ ପୁରସ୍କାର ଘୋଷଣା କରାଯାଇଥିଲା l ଦେଶରୁ ବୁଦ୍ଧଧର୍ମକୁ ସମ୍ପୂର୍ଣ୍ଣ ଭାବରେ ବିଲୋପ କରିଦେବା ପାଇଁ ଶାସନ ବ୍ୟବସ୍ଥାର ସହଯୋଗରେ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ମାନଙ୍କୁ ଅମାନୁଷିକ ଭାବରେ ଅତ୍ୟାଚାର କରାଯାଇ ନରସଂହାର କରାଯାଇଥିଲା l
ସେସମୟରେ ଶୃଙ୍ଗ ସାମ୍ରାଜ୍ୟରେ ଦେଖାଯାଇଥିବା ଭୟାନକ ପରିସ୍ଥିତି କାରଣରୁ ଅନେକ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ଦେଶ ଛାଡି ଥାଇଲାଣ୍ଡ , ଶ୍ରୀଲଙ୍କା , ନେପାଲ , ଚାଇନା ଇତ୍ୟାଦି ଦେଶକୁ ପଳାୟନ କରିବା ପାଇଁ ବାଧ୍ୟ ହୋଇଥିଲେ l
( f ) ପୁଷ୍ୟମିତ୍ର ଶୃଙ୍ଗ 185 BCE ରୁ 149 BCE ପର୍ଯ୍ୟନ୍ତ 37 ବର୍ଷ ଧରି ଦେଶର ଶାସନ୍ ଗାଦିରେ ଅବସ୍ଥାପିତ ହୋଇ ରହିଥିଲେ l ତାପରବର୍ତ୍ତୀ ସମଯରେ ବଂଶାନୁକ୍ରମେ ଶୃଙ୍ଗ ବଂଶର ସାତଜଣ ସମ୍ରାଟ ଦେଶ ପରିଚାଳନା କରିଥିଲେ l ଦେଶରେ ଶୃଙ୍ଗ ବଂଶର ଶାସନ 185 BCE ରୁ 73 BCE ପର୍ଯ୍ୟନ୍ତ ରହିଥିବା ସମୟରେ ସମଗ୍ର ଦେଶରେ ବୁଦ୍ଧ ଧର୍ମର ସମ୍ପୂର୍ଣ୍ଣ ଭାବରେ ପତନ ହୋଇ ବ୍ରାହ୍ମଣବାଦର ତଥା ସନାତନ ଧର୍ମର ଉତ୍ଥାନ ହୋଇଥିଲା l
( g ) ମୌର୍ଯ୍ୟ ସାମ୍ରାଜ୍ୟରେ ସମ୍ପୂର୍ଣ୍ଣ ଭାବରେ ବିଲୁପ୍ତ ହୋଇଯାଇଥିବା ଜାତିପ୍ରଥାକୁ ପୁନଃ ଶୃଙ୍ଗ ସାମ୍ରାଜ୍ୟରେ ପ୍ରଚଳନ କରାଗଲା l ଜାତିପ୍ରଥା ପୁଣିଥରେ ଉଗ୍ରରୂପ ଧାରଣ କରି ସମାଜର ଶୁଦ୍ର ଶ୍ରେଣୀଭୁକ୍ତ ଜାତିର ଲୋକଙ୍କୁ ଅମାନୁଷିକ ଭାବରେ ଶୋଷଣ ଓ ଅତ୍ୟାଚାର କରlଯାଇଥିଲା l
( h ) ସମ୍ରାଟ ଅଶୋକଙ୍କ ଶାସନ କାଳ ସମୟରେ ବୁଦ୍ଧଙ୍କର ସ୍ମୃତିରକ୍ଷା କରିବା ପାଇଁ 86000 ପୂଜାସ୍ଥଳୀ , ସ୍ତୁପ ତଥା ବଡବଡ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା l ବୌଦ୍ଧ ଭିକ୍ଷୁ ମାନଙ୍କ ଦ୍ଵାରା ମଧ୍ୟ ସାମ୍ରାଜ୍ୟର ଅନେକ ସ୍ଥାନରେ ବୁଦ୍ଧଙ୍କର ଅନେକ ଗୁଡିଏ ସ୍ମୃତିସ୍ଥଳୀ ନିର୍ମାଣ କରାଯାଇଥିଲା lଶୃଙ୍ଗ ରାଜବଂଶର ଶାସନକାଳ ସମୟରେ ବୁଦ୍ଧଧର୍ମକୁ ଦେଶରୁ ବିଲୁପ୍ତ କରିଦେବା ପାଇଁ ପ୍ରାୟ ନବେ ପ୍ରତିଶତ ବୁଦ୍ଦଙ୍କର ସ୍ମୃତିସ୍ଥଳୀ ମାନଙ୍କୁ ଭାଙ୍ଗି ଦିଆଯାଇଛି l ତନ୍ମଧ୍ୟରୁ କେତେକ ସ୍ଥାନରେ ବୁଦ୍ଦଙ୍କର ସ୍ମୃତିସ୍ଥଳୀ ମାନଙ୍କୁ ମନ୍ଦିରରେ ପରିବର୍ତ୍ତୀତ କରାଯାଇଥିବା ଜାଣିବାକୁ ମିଲୁଛି l
( i ) ଆଫଗାନିସ୍ତାନ , ବେଲୁଚିସ୍ତାନ , ନେପାଳ ,ଭୁଟାନ , ମିଆଁମାର , ମାଳଦ୍ଵୀପକ , ଇଣ୍ଡୋନେସିଆ ଇତ୍ୟଦି ଦେଶର ବ୍ୟାପକ ଅଞ୍ଚଳ ତଥା ଅଖଣ୍ଡ ଭାରତର ପ୍ରାୟ ସମସ୍ତ ଅଞ୍ଚଳ ମୌର୍ଯ୍ୟ ସାମ୍ରାଜ୍ୟ ଅଧୀନରେ ରହିଥିଲା lମୌର୍ଯ୍ୟ ରାଜବଂଶ ପତନର ପରବର୍ତ୍ତି ସମୟରେ ମୌର୍ଯ୍ୟ ସାମ୍ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇ ଅନେକ ଗୁଡିଏ ସ୍ଵାଧୀନ ଦେଶରେ ପରିଣତ ହୋଇଯାଇଥିଲା l
( j ) ସନାତନ ଧର୍ମ ସ୍ଥାପନ ହେଲାପରେ ଶୃଙ୍ଗ ସାମ୍ରାଜ୍ୟରେ ଦେଖାଦେଇଥିବା ଉଗ୍ର ଜାତିପ୍ରଥାର ଅତ୍ୟାଚାର କାରଣରୁ ସାମାଜ ଅନେକ ଭାଗରେ ବିଭକ୍ତ ହୋଇ ଯାଇଥିଲା l ଚାରିଆଡ଼େ ଅଶାନ୍ତ ବାତାବରଣ ତିଆରି ହୋଇ ଦେଶରେ ଭାଇଚାରା ଓ ଏକତା ନଷ୍ଟ ହୋଇଯାଇଥିଲା lବିଦେଶୀ ଆକ୍ରମଣକାରୀ ମାନେ ଏହାର ସୁଯୋଗ ଉଠାଇ ଦେଶକୁ ଆକ୍ରମଣ କରି ସହସହ ବର୍ଷଧରି ଜନସାଧାରଣଙ୍କୁ ଗୁଲାମ କରି ରଖିଥିଲେ l
( k ) ବିଶ୍ୱବିଖ୍ୟାତ ନାଳନ୍ଦା ମହାବିଦ୍ୟାଳୟରୁ ବୁଦ୍ଧଙ୍କର ବିଚାରଧାରା ଉପରେ ଜ୍ଞାନ ଆହରଣ କଲାପରେ ବିଦ୍ୟାର୍ଥୀ ମାନେ ବିଦେଶକୁ ଯାଇ ବୁଦ୍ଧ ଧର୍ମର ପ୍ରଚାର ପ୍ରସାର ଦିଗରେ ନିଜକୁ ନିୟୋଜିତ କରୁଥିଲେ lବିଦେଶୀ ଆକ୍ରମଣକାରୀଙ୍କ ସହିତ ସଡଯନ୍ତ୍ର କରାଯାଇ ବୁଦ୍ଧଧର୍ମକୁ ବିଲୁପ୍ତ କରିଦେବା ପାଇଁ ନାଳନ୍ଦା ମହାବିଦ୍ୟାଳୟକୁ ମଧ୍ୟ ବିଧ୍ଵଂସ କରି ଜାଳି ଦିଆଯାଇଥିଲା l
( l ) ଜାତିପ୍ରଥାର ଅତ୍ୟାଚାର କାରଣରୁ ଦେଶରେ ରହିଥିବା ପ୍ରାୟ 95 ପ୍ରତିଶତ ମୁସଲମାନ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଜନସାଧାରଣ ଶୂଦ୍ର ଶ୍ରେଣୀଭୁକ୍ତ SC ,ST ଓ OBC ସମାଜରୁ ଧର୍ମାନ୍ତିକରଣ ହୋଇଯାଇଛନ୍ତି l
( m ) ମୁସଲମାନ ଜନସଂଖ୍ୟା ଦେଶରେ ବଢିଯିବାରୁ ଭାରତ ବର୍ଷର ବିଭାଜନ ହୋଇ ପାକିସ୍ତାନ ଓ ବଙ୍ଗଳା ଦେଶ ତିଆରି ହୋଇଯାଇଛି l ଭାରତରେ ହିନ୍ଦୁ , ମୁସଲମାନ ଓ ଖ୍ରୀଷ୍ଟିୟାନ ସାମାଜ ମଧ୍ୟରେ ଦେଖାଦେଉଥିବା ସାମ୍ପ୍ରଦାୟିକ ଉତ୍ତେଜନା ଓ ବିବାଦ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି l ଜାତି ଓ ଆରକ୍ଷଣ ଉପରେ ବର୍ତ୍ତମାନ ମଣିପୁର ହିଂସାର ବିଭିଷିକା ଏକ ଜ୍ୱଳନ୍ତ ଉଦାହରଣ l
( n ) ସନାତନ ଧର୍ମ ସପକ୍ଷବାଦି ଓ ବିପକ୍ଷବାଦି ମାନଙ୍କ ମଧ୍ୟରେ ଦେଶରେ ଏକ ବଡଧରଣର ବିବାଦ ଲାଗିରହିଛି l ସନାତନ ଧର୍ମରେ ରହିଥିବା ଜାତିପ୍ରଥାକୁ ବିରୋଧ କରି ଉତ୍ତର ଭାରତ ଓ ଦକ୍ଷିଣ ଭାରତ ମଧ୍ୟରେ ମତାନ୍ତର ହୋଇ ଧାର୍ମିକ ଆଧାରରେ ଦେଶ ଦୁଇ ଭାଗରେ ବିଭକ୍ତ ହୋଇସାରିଛି l
( o ) ଭାରତୀୟ ସମ୍ବିଧାନରେ ଜାତିପ୍ରଥାକୁ ବେଆଇନ ଘୋଷଣା କରାଯାଇଥିଲେ ସୁଦ୍ଧା ସନାତନ ଧର୍ମ ନାମରେ ସମାଜରେ ଜୋରଜବରଦସ୍ତି ଭାବରେ ପ୍ରଚଳିତ କରାଯାଉଛି l ତେଣୁ ଜାତିପ୍ରଥାର ଉଚ୍ଛେଦ ଦାବିକରି ଭାରତର SC , ST ଓ OBC ସାମାଜର ଜନସାଧାରଣଙ୍କ ଭିତରେ ପ୍ରବଳ ଜନଅସନ୍ତୋଷ ଦେଖାଯାଉଛି l ସମ୍ବିଧାନର ସୁରକ୍ଷା ଓ ଜାତିପ୍ରଥlର ଉଚ୍ଛେଦ ବିରୋଧରେ ସନାତନ ଧର୍ମକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ସମଗ୍ର ଦେଶରେ ପ୍ରବଳ ଜନମତ ପ୍ରକାଶ ପାଉଛି l
ଉପରୋକ୍ତ ସମସ୍ତ ଘଟଣାବଳୀକୁ ଗଭୀରତାର ସହିତ ଅନୁଧ୍ୟାନ କଲେ ଅପାଣମାନେ ଭଲଭାବରେ ଜାଣିପାରିବେ ଧାର୍ମିକ ବିବାଦ ଓ ଜାତିପ୍ରଥା କାରଣରୁ ଅଖଣ୍ଡ ଭାରତର ପତନ କିଭଳି ଭାବରେ ସଙ୍ଗଠିତ ହେବାରେ ଲାଗିଛି l
ତେଣୂ ଆଗାମୀ ଦିନରେ ଭାରତ ବର୍ଷକୁ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଦେଶରେ ଧାର୍ମିକ ସଂସ୍କାର ଓ ଜାତିପ୍ରଥାର ଉଚ୍ଛେଦ କରିବାର ନିତାନ୍ତ ଆବଶ୍ୟକତା ରହିଛି l