Today is November 20, 2026

HEADLINES

LATEST NEWS

ଭାରତ ସରକାରଙ୍କ ସମ୍ବିଧାନ ସଂଶୋଧନ ଯୋଜନା ପଛରେ ଲୁକ୍କାୟିତ ଏଜେଣ୍ଡା’ ( Hidden Agenda ) କଣ ରହିଛି ?

ବଲାଙ୍ଗିର : 05 ଅଗଷ୍ଟ 2026 : ସଂସଦରେ ସରକାରଙ୍କ ପକ୍ଷରୁ ଏମ୍.ପି. ( MP ) ମାନଙ୍କୁ କିଣିବା ବା ସଂଖ୍ୟା ଜୁଟାଇ ୨/୩ ( ଦୁଇ-ତୃତୀୟାଂଶ ) ବହୁମତ ହାସଲ କରିବାର ମୂଳ କାରଣ ଗୁଡ଼ିକ ହେଲା ସମ୍ବିଧାନ ସଂଶୋଧନ ( Constitutional Amendment):

( 1 ) ସମ୍ବିଧାନରେ କୌଣସି ବଡ଼ଧରଣର ପରିବର୍ତ୍ତନ କିମ୍ବା ନୂତନ ଆଇନ ପ୍ରଣୟନ ?

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୬୮ (Article 368) ଅନୁଯାୟୀ ସମ୍ବିଧାନରେ କୌଣସି ବଡ଼ଧରଣର ପରିବର୍ତ୍ତନ କିମ୍ବା ନୂତନ ଆଇନ ଆଣିବା ପାଇଁ ସଂସଦର ଉଭୟ ଗୃହରେ ୨/୩ ବହୁମତ ( Special Majority ) ଆବଶ୍ୟକ ହୋଇଥାଏ। ସାଧାରଣ ବହୁମତରେ ଏହା ସମ୍ଭବ ହୋଇନଥାଏ।

( a ) ବଡ଼ ନୀତିଗତ ଏବଂ ଗଠନମୂଳକ ପରିବର୍ତ୍ତନ :

ଦେଶର ଫେଡେରାଲ୍ (ସଂଘୀୟ) ବ୍ୟବସ୍ଥା, ରାଜ୍ୟଗୁଡ଼ିକର ଅଧିକାର, ନିର୍ବାଚନ ପ୍ରକ୍ରିୟା କିମ୍ବା ବଡ଼ ଆର୍ଥିକ ନୀତିରେ ପରିବର୍ତ୍ତନ କରିବାକୁ ହେଲେ ସରକାରଙ୍କୁ ଏହି ସ୍ୱତନ୍ତ୍ର ବହୁମତର ଆବଶ୍ୟକତା ପଡ଼ିଥାଏ।

( b ) ରାଜନୈତିକ ସ୍ଥିରତା ଏବଂ କ୍ଷମତା ଦୃଢ଼ କରିବା :

ଯଦି କୌଣସି ସରକାରଙ୍କ ପାଖାପାଖି ସଂଖ୍ୟା ନଥାଏ କିମ୍ବା ମେଣ୍ଟ ସରକାର ଭାଙ୍ଗିଯିବାର ଭୟଥାଏ, ତେବେ ସରକାର ନିଜର ସ୍ଥିରତା ବଜାୟ ରଖିବା ଏବଂ ବିରୋଧୀ ଦଳର ଆକ୍ରମଣରୁ ବର୍ତ୍ତିବା ପାଇଁ ସଂଖ୍ୟାବଳ ବଢ଼ାଇବାକୁ ଚେଷ୍ଟା କରିଥାନ୍ତି।

( c ) ବଡ଼ ପଦବୀରୁ ବାହାର କରିବା (Impeachment):

ରାଷ୍ଟ୍ରପତି, ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ବିଚାରପତିମାନଙ୍କୁ ସେମାନଙ୍କ ପଦବୀରୁ ହଟାଇବା (Impeachment) ପାଇଁ ମଧ୍ୟ ସଂସଦରେ ୨/୩ ବହୁମତ ଜରୁରୀ ଅଟେ।

( 2 ) ସମ୍ବିଧାନ ସଂଶୋଧନକୁ ନେଇ ଦେଶବାସୀଙ୍କ ମନରେ କଣ ଆଶଙ୍କା ରହିଛି ?

( a ) ସଂଶୋଧନ ନେଇ କାହିଁକି ଆଶଙ୍କା ପ୍ରକାଶ ପାଉଛି ?

୨/୩ ବହୁମତର ଶକ୍ତି: ଯଦି କୌଣସି ଦଳ କିମ୍ବା ମେଣ୍ଟ ସଂସଦରେ ଦୁଇ-ତୃତୀୟାଂଶ (2/3rd) ବହୁମତ ହାସଲ କରେ, ତେବେ ସେମାନଙ୍କ ପକ୍ଷରେ ସମ୍ବିଧାନର ଅନେକ ଧାରା ସଂଶୋଧନ କରିବା ସହଜ ହୋଇଯାଏ।

( b ) କେନ୍ଦ୍ର ସରକାରଙ୍କ ଗୋଟିଏ ‘ଲୁକ୍କାୟିତ ଏଜେଣ୍ଡା’ (Hidden Agenda) ରହିଛି ଓ ତଦନୁଯାୟୀ ନିମ୍ନଲିଖିତ ସମ୍ବିଧାନ ସଂଶୋଧନ କରାଯିବାର ଆଶଙ୍କା କରାଯାଉଛି ବୋଲି ସମଗ୍ର ଭାରତରେ ବୁଦ୍ଧିଜୀବୀ ଓ ବିସ୍ଲେସକଙ୍କ ମତ ରହିଛି l

( ୧ ) ଧର୍ମନିରକ୍ଷତା ଓ ସମ୍ବିଧାନର ସ୍ୱରୂପ:

ପ୍ରସ୍ତାବନାରୁ ‘ଧର୍ମନିରକ୍ଷ’ (Secular) ଶବ୍ଦ ହଟାଇବା କିମ୍ବା ଦେଶର ଧର୍ମନିରକ୍ଷ ଚରିତ୍ରକୁ ବଦଳାଇବା l

( ୨ ) ସଂରକ୍ଷଣ ସମୀକ୍ଷା:

ସଂରକ୍ଷଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ହଟାଇବା କିମ୍ବା ଏହାର ମାନଦଣ୍ଡରେ ବଡ଼ଧରଣର ପରିବର୍ତ୍ତନ କରିବା l

ଉଭୟ ବିଷୟବସ୍ତୁକୁ ନେଇ ଜାତୀୟ ସ୍ତରରେ ଏକ ବଡଧରଣର ବିତର୍କ ଲାଗିରହିଛି l

( 3 ) ଭାରତୀୟ ସମ୍ବିଧାନରେ ପ୍ରସ୍ତାବନା’ (Preamble) ଏବଂ ଜାତିଗତ ସଂରକ୍ଷଣ ବ୍ୟବସ୍ଥା’ (Caste Reservation System) ର ସାମ୍ବିଧାନିକ ଗୁରୁତ୍ୱ କଣ ରହିଛି ?

ଭାରତୀୟ ସମ୍ବିଧାନରେ ପ୍ରସ୍ତାବନା’ (Preamble) ଏବଂ ଜାତିଗତ ସଂରକ୍ଷଣ ବ୍ୟବସ୍ଥା’ (Caste Reservation System) ର ସାମ୍ବିଧାନିକ ଗୁରୁତ୍ୱ ତଥା ଆଶଙ୍କା କରାଯାଉଥିବା ପରବର୍ତ୍ତୀ ସମ୍ବିଧାନ ସଂଶୋଧନ ସମ୍ପର୍କରେ ବିସ୍ତୃତ ସୂଚନା ନିମ୍ନରେ ଦିଆଗଲା :

( a ) ସମ୍ବିଧାନର ପ୍ରସ୍ତାବନା (Preamble) କ’ଣ ?

ପ୍ରସ୍ତାବନା ହେଉଛି ଭାରତୀୟ ସମ୍ବିଧାନର ଏକ ପ୍ରକାର ମୁଖବନ୍ଧ ବା ପରିଚୟ ପତ୍ର। ଏହା ସମ୍ବିଧାନର ମୌଳିକ ଆଦର୍ଶ, ଉଦ୍ଦେଶ୍ୟ ଏବଂ ମୂଳନୀତି ଗୁଡ଼ିକୁ ସ୍ପଷ୍ଟ କରିଥାଏ।

( ୧ ) ମୁଖ୍ୟ ମୂଳନୀତି: ଏଥିରେ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରକ୍ଷ, ପ୍ରଜାତାନ୍ତ୍ରିକ ଏବଂ ଗଣରାଜ୍ୟ ଭାବରେ ଘୋଷଣା କରାଯାଇଛି।

( ୨ ) ମୌଳିକ ଅଧିକାର: ଦେଶର ସମସ୍ତ ନାଗରିକଙ୍କ ପାଇଁ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକନ୍ୟାୟ; ଚିନ୍ତା, ଅଭିବ୍ୟକ୍ତି, ବିଶ୍ୱାସ, ଧର୍ମ ଏବଂ ଉପାସନାର ସ୍ୱାଧୀନତା; ତଥା ପ୍ରତିଷ୍ଠା ଏବଂ ସୁଯୋଗର ସମାନତା ନିଶ୍ଚିତ କରାଯାଇଥାଏ।

( ୩ ) ସମ୍ବିଧାନ ସଂଶୋଧନ : ପ୍ରସ୍ତାବନା (Preamble) କୁ ସମ୍ବିଧାନ ସଂଶୋଧନ ବଳରେ ପରିବର୍ତନ କରି ‘ ହିନ୍ଦୁ ରାଷ୍ଟ୍ର ‘ ନାମରେ ଭାରତରେ ବ୍ରହ୍ମଣବାଦ ସ୍ଥାପନା କରିବାର ଆଶଙ୍କା ରହିଛି l

( b ) ଜାତିଗତ ସଂରକ୍ଷଣ ବ୍ୟବସ୍ଥା (Caste Reservation System) :

ଭାରତରେ ସାମାଜିକ ଏବଂ ଶିକ୍ଷlଗତ ଯୋଗ୍ୟତା ଦୃଷ୍ଟିରୁ ପଛୁଆ ବର୍ଗଙ୍କୁ ସୁଯୋଗ ଦେବା ପାଇଁ ସମ୍ବିଧାନରେ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି।

( ୧ ) କାହା ପାଇଁ ବ୍ୟବସ୍ଥା: ଏହା ମୁଖ୍ୟତଃ ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST) ଏବଂ ସାମାଜିକ ତଥା ଶୈକ୍ଷିକ ଦୃଷ୍ଟିରୁ ପଛୁଆ ବର୍ଗ (OBC) ମାନଙ୍କ ପାଇଁ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଚାକିରିରେ ସ୍ଥାନ ସଂରକ୍ଷଣ କରିଥାଏ।

( ୨ ) ସମ୍ବିଧାନର ଆଧାର: ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୫(୪), ୧୫(୫) ଏବଂ ୧୬(୪) ରାଷ୍ଟ୍ରକୁ ସମାଜର ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାର କ୍ଷମତା ଦେଇଥାଏ।

( ୩ ) ଆରକ୍ଷଣ ଉଛେଦ : ସମ୍ବିଧାନ ସଂଶୋଧନ ବଳରେ ଭାରତରୁ ଆରକ୍ଷଣକୁ ସବୁଦିନ ପାଇଁ ଉଛେଦ କରିଦେବାର ଆଶଙ୍କା ରହିଛି l

( 4 ) ସମ୍ବିଧାନରେ ସଂଶୋଧନକୁ ନେଇ ସାଧାରଣରେ ଏବଂ ବିଭିନ୍ନ ବିଶ୍ଳେଷକଙ୍କ ମତ ଓ ଚିନ୍ତା ପ୍ରକାଶ ?

ଏହି ବିଷୟରେ ଦୁଇଟି ପ୍ରମୁଖ ଦିଗ ଓ ସମ୍ଭାବ୍ୟ ଆଶଙ୍କା :

( a ) ଯଦି ସମ୍ବିଧାନର ମୌଳିକ ଆଦର୍ଶ ଯେପରିକି ଧର୍ମନିରକ୍ଷତା (Secularism), ସମାନତା କିମ୍ବା ଗଣତାନ୍ତ୍ରିକ ମୂଲ୍ୟବୋଧରେ ଅନାବଶ୍ୟକ କିମ୍ବା ବଡ଼ଧରଣର ପରିବର୍ତ୍ତନ କରି ହିନ୍ଦୁରାଷ୍ଟ୍ର କରାଯାଏ, ତେବେ ଏହା ଦେଶର ବିବିଧତା ଏବଂ ସାମାଜିକ ଶାନ୍ତି ପ୍ରତି ବିପଦ ସୃଷ୍ଟି କରିବ । ସମ୍ବିଧାନରେ ବ୍ରହ୍ମଣବାଦ ସ୍ୱୀକୃତି ପାଇବ ଓ ଭାରତ ବର୍ଷ ସବୁଦିନ ପାଇଁ ଆର୍ଯ୍ୟନ ଜାତିର ବିଦେଶୀ ଆକ୍ରମଣ କାରୀଙ୍କ ହାତରେ ଗୋଲାମ ହୋଇ ରହିଯିବ l

( b ) ସେହିପରି ଆରକ୍ଷଣ ବ୍ୟବସ୍ଥା କିମ୍ବା ପଛୁଆ ବର୍ଗଙ୍କ ଅଧିକାରରେ ପରିବର୍ତ୍ତନ ହେଲେ ସାମାଜିକ ଅସନ୍ତୋଷ ଓ ଅତ୍ୟାଚାର ବୃଦ୍ଧି ପାଇବାର ସହିତ ଜାତିପ୍ରଥା ସବୁଦିନ ପାଇଁ ସାମ୍ବାଧାନିକ ସ୍ୱୀକୃତି ପାଇବ l

MUST READ..

Share this post

Leave a Comment