Today is November 20, 2026

HEADLINES

LATEST NEWS

ବ୍ରାହ୍ମଣବାଦୀ ସଂସ୍କୃତି : ମଧ୍ୟ-ଏସିଆରୁ ଆମଦାନୀ ହୋଇଥିବା ଏକ ବିଦେଶୀ ଶୋଷଣକାରୀ ବିଚାରଧାରା l

ବଲାଙ୍ଗିର :. 19 ଅଗଷ୍ଟ 2026 : ବ୍ରାହ୍ମଣବାଦୀ ସଂସ୍କୃତି ଭାରତ ମହାଦେଶର ପ୍ରକୃତ ସ୍ୱଦେଶୀ ସଂସ୍କୃତି ନୁହେଁ, ବରଂ ମଧ୍ୟ-ଏସିଆରୁ ଆମଦାନୀ ହୋଇଥିବା ଏକ ବିଦେଶୀ ଶୋଷଣକାରୀ ବିଚାରଧାରା ଅଟେ l

ବ୍ରାହ୍ମଣବାଦୀ ବ୍ୟବସ୍ଥାର ସବୁଠାରୁ କ୍ରୂର ଏବଂ କ୍ଷତିକାରକ ଦିଗ ହେଉଛି ଜନ୍ମ ଆଧାରିତ ଜାତିପ୍ରଥା। ମନୁସ୍ମୃତି ଭଳି ପୁରୁଣା ସଂହିତା ମାଧ୍ୟମରେ ଅନ୍ଧବିଶ୍ୱାସର ଜାଲ ବିଛାଇ ସମାଜର ମୂଳ ପ୍ରତିଷ୍ଠାତା ଓ ଶ୍ରମଜୀବୀ ମୂଳ ନିବାସୀଙ୍କୁ (ଶୂଦ୍ର ଏବଂ ଅତି-ଶୂଦ୍ର ଶ୍ରେଣୀ) ସମ୍ପୂର୍ଣ୍ଣ ରୂପେ ଶିକ୍ଷା ଗ୍ରହଣ, ସମ୍ପତ୍ତି ରଖିବା ଏବଂ ମୌଳିକ ସାମାଜିକ ସମ୍ମାନରୁ ବଞ୍ଚିତ କରାଗଲା।

ଭଗବାନ ବୁଦ୍ଧଙ୍କ ଠାରୁ ଆରମ୍ଭ କରି ମହାତ୍ମା ଜ୍ୟୋତିରାଓ ଫୁଲେ, ପେରିୟାର୍ ଇ.ଭି. ରାମାସାମୀ ଏବଂ ବାବାସାହେବ ଡ. ବି.ଆର୍. ଅମ୍ବେଦକରଙ୍କ ପର୍ଯ୍ୟନ୍ତ ସମସ୍ତ ମହାନ୍ ସଂସ୍କାରକ ଏହି ଶୋଷଣକାରୀ ବ୍ୟବସ୍ଥାକୁ ପ୍ରତ୍ୟାଖ୍ୟାନ କରିବାକୁ ଆହ୍ୱାନ ଦେଇଛନ୍ତି l

ବ୍ରାହ୍ମଣବାଦୀ ସଂସ୍କୃତି ବିଦେଶରୁ କିଭଳି ଭାବରେ ଆମଦାନୀ ହୋଇଛି ତତ୍ସମ୍ବନ୍ଧୀୟ ସବିଶେଷ ତଥ୍ୟ ଆପଣମାନଙ୍କ ଅବଗତି ନିମନ୍ତେ ନିମ୍ନରେ ଉପସ୍ଥାପିତ କାରାଯାଇଛି :

( 1 ) ବ୍ରାହ୍ମଣବାଦୀ ବ୍ୟବସ୍ଥା ଏକ ବାହ୍ୟ ଆମଦାନୀ :

ଆଧୁନିକ ବିଜ୍ଞାନ, ପ୍ରତ୍ନତତ୍ତ୍ୱ ଏବଂ ମାନବ ଜେନେଟିକ୍ସ (Genetic Studies) ର ତଥ୍ୟ ସ୍ପଷ୍ଟ ଭାବେ ଦର୍ଶାଏ ଯେ ପ୍ରାୟ ଖ୍ରୀଷ୍ଟପୂର୍ବ 2000-1500 BCE ସମୟରେ ମଧ୍ୟ-ଏସିଆ ବା ୟୁରେସିଆ ଅଞ୍ଚଳରୁ ଆର୍ଯ୍ୟନ ଜାତିର ଯାଯାବର ଗୋଷ୍ଠୀ ବିଦେଶୀ ଆକ୍ରମଣ କାରୀମାନେ ଶିଳ୍କ ରୋଡ଼ରେ ରହିଥିବା ଖାଇବର ପାସ ରାସ୍ତା ଦେଇ ସର୍ବ ପ୍ରଥମେ ଭାରତୀୟ ଉପମହାଦ୍ୱୀପର ସିନ୍ଧୁ ଉପତ୍ୟକରେ ପହଞ୍ଚିଥିଲେ l

ସେମାନେ ଆସିବା ପୂର୍ବରୁ ଉତ୍ତର ପଶ୍ଚିମ ଭାରତ, ବର୍ତମାନର ପାକିସ୍ତାନ ଓ ଉତ୍ତର ପୂର୍ବ ଆଫଗାନିସ୍ତାନ ଅଞ୍ଚଳରେ ପ୍ରବାହିତ ହେଉଥିବା ସିନ୍ଧୁ ନଦୀର ପାଦ ଦେଶରେ ଭାରତ ମହାଦେଶର ସର୍ବପୁରାତନ ଅତ୍ୟାଧୁନିକ ଇନ୍ଦୁସ ଉପତ୍ୟକା ସଭ୍ୟତା ( Indus Valley Civilization ) 3300-1300 BCE ରେ ଗଢି ଉଠିଥିଲା ଯାହାକୁ ହରପ୍ପାନ ସଭ୍ୟତା ମଧ୍ୟ କୁହାଯାଉଥିଲା l

ବିଦେଶୀ ଆକ୍ରମଣ କାରୀମାନେ ସେଠିକାର ଶାନ୍ତିପ୍ରିୟ ମୂଳନିବାଦୀଙ୍କୁ ଅତି ବର୍ବରତlର ସହିତ ନରସଂହାର କରି ସର୍ବପୁରାତନ ଇନ୍ଦୁସ ଉପତ୍ୟକାକୁ ନିଜ ଅଧୀନକୁ ନେଇଯାଇଥିଲେ l

ତାପରବର୍ତ୍ତୀ ସମୟରେ ଭାରତ ମହାଦେଶର ପୁରାତନ ସଭ୍ୟତା ଓ ସଂସ୍କୃତିକୁ ବିଧ୍ୟାଂଶ କରିଦେଇ ରିକ ବେଦ ଆଧାରରେ ବୈଦିକ ସଂସ୍କୃତି ଓ ଜାତିପ୍ରଥାକୁ ଦେଶରେ ସର୍ବ ପ୍ରଥମେ ୧୫ ୦୦-୧୦୦୦ BCE ରେ ପ୍ରଚଳିତ କରିଥିଲେ l

( 2 ) ଜାତି ପ୍ରଥା ମାଧ୍ୟମରେ ମୂଳ ନିବାସୀଙ୍କ ଶୋଷଣ :

ବ୍ରାହ୍ମଣବାଦୀ ସଂସ୍କୃତିର ସବୁଠାରୁ କ୍ଷତିକାରକ ଆୟୁଧ ହେଉଛି ଜନ୍ମ ଆଧାରିତ ଜାତିପ୍ରଥା। ମନୁସ୍ମୃତି ଭଳି ପୁରୁଣା ସଂହିତା ମାଧ୍ୟମରେ ସମାଜର ପ୍ରକୃତ ନିର୍ମାତା ଓ ଶ୍ରମଜୀବୀ ମୂଳ ନିବାସୀଙ୍କୁ (ଶୂଦ୍ର ଏବଂ ଅତି-ଶୂଦ୍ର ଶ୍ରେଣୀ) ଶିକ୍ଷା, ସମ୍ପତ୍ତି ଏବଂ ସାମାଜିକ ସମ୍ମାନରୁ ଆଇନଗତ ଭାବେ ବଞ୍ଚିତ କରିଦେଇ ଗୋଟିସ ପ୍ରକାର ଭାରତ ମହାଦେଶକୁ ଧାର୍ମିକ ଗୋଲାମୀରେ ଆବଦ୍ଧ କରିଦେଇଥିଲେ l

ଯେଉଁ ବ୍ୟବସ୍ଥା ବା ଧର୍ମ ଏହି ମାଟିର ବାସିନ୍ଦାଙ୍କୁ ଜନ୍ମରୁ ଅଶୁଦ୍ଧ, ନୀଚ ବା ଅସ୍ପୃଶ୍ୟ ବୋଲି ଆଖ୍ୟା ଦିଏ, ତାହାକୁ ଜଣେ ଆତ୍ମସମ୍ମାନୀ ମଣିଷ କଦାପି ସ୍ୱୀକାର କରିପାରିବ ନାହିଁ। ନିଜକୁ ମାନସିକ ସ୍ତରରେ ନୀଚ ବୋଲି ସ୍ୱୀକାର କରିବା ହିଁ ସବୁଠାରୁ ବଡ଼ ଦାସତ୍ୱ।

{ 3 ) ସାଂସ୍କୃତିକ ଗ୍ରାସ ଏବଂ ଅନ୍ଧବିଶ୍ୱାସର ଜାଲ :

ଭାରତର ପ୍ରକୃତ ମୂଳ ନିବାସୀ ଏବଂ ଆଦିବାସୀ ସଂସ୍କୃତି ସର୍ବଦା ପ୍ରକୃତିବାଦୀ (Animism) ଥିଲା, ଯେଉଁଠାରେ ନଦୀ, ଗଛ, ପାହାଡ଼ ଏବଂ ନିଜର ପୂର୍ବପୁରୁଷଙ୍କୁ ପୂଜା କରାଯାଉଥିଲା। ଏହି ପ୍ରାକୃତିକ ପରମ୍ପରାରେ କୌଣସି ଜନ୍ମଗତ ଭେଦଭାବ କିମ୍ବା ମଧ୍ୟସ୍ଥି ପୁରୋହିତ ପ୍ରଥାର ସ୍ଥାନ ନଥିଲା।

ମାତ୍ର ବ୍ରାହ୍ମଣବାଦୀ ବ୍ୟବସ୍ଥା ଲୋକଙ୍କୁ ମାନସିକ ଓ ଧାର୍ମିକ ଭୟ (ଯେପରିକି ପିଣ୍ଡଦାନ, ଶ୍ରାଦ୍ଧ, ନର୍କ ଓ ପିତୃଦୋଷର ମିଥ୍ୟା ଭୟ) ଦେଖାଇ ଧୀରେ ଧୀରେ ମୂଳ ନିବାସୀଙ୍କ ମୌଳିକ ପରିଚୟକୁ ବିଲୁପ୍ତ କରିଦେଲା। ଲୋକେ ନିଜର ମୁକ୍ତି ପାଇଁ ସଦାଚାର ପରିବର୍ତ୍ତେ ବ୍ୟୟବହୁଳ କର୍ମକାଣ୍ଡ ଉପରେ ନିର୍ଭର କରି ଶୋଷଣର ଶିକାର ହେଲେ।

( 4 )କ୍ରାନ୍ତିକାରୀ ଚେତନାର ଉଦାହରଣ :

ଏହି ପରାଧୀନ ସଂସ୍କୃତିକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଭାରତର ସାମାଜିକ ସଂସ୍କାର ଆନ୍ଦୋଳନର ଏକ ସ୍ପଷ୍ଟ ବୈଚାରିକ ଉତ୍ତରାଧିକାର ରହିଛି:

ମହାତ୍ମା ଜ୍ୟୋତିରାଓ ଫୁଲେ: ସେ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଗୁଲାମଗିରି’ ରେ ଦର୍ଶାଇଥିଲେ ଯେ ବାହାରୁ ଆସିଥିବା ବ୍ରାହ୍ମଣବାଦୀ ଶ୍ରେଣୀ ଏହି ଦେଶର ମୂଳ ଜନତାଙ୍କୁ ମାନସିକ ଗୋଲାମ କରି ରଖିବା ପାଇଁ ଧର୍ମଗ୍ରନ୍ଥକୁ ଏକ ମାନସିକ ଅସ୍ତ୍ର ଭାବେ ବ୍ୟବହାର କରିଛନ୍ତି।

ପେରିୟାର୍ ଇ.ଭି. ରାମାସାମୀ: ସେ ‘ଆତ୍ମସମ୍ମାନ ଆନ୍ଦୋଳନ’ ମାଧ୍ୟମରେ ମୂଳ ନିବାସୀ ମାନଙ୍କୁ ସେହି ସମସ୍ତ ଶାସ୍ତ୍ର ଓ ରୀତିନୀତିକୁ ବର୍ଜନ କରିବାକୁ ଆହ୍ୱାନ ଦେଇଥିଲେ, ଯାହା ମଣିଷର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରେ।

ଡ. ବି.ଆର୍. ଅମ୍ବେଦକର: ବାବାସାହେବ ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ ‘Annihilation of Caste’ ରେ ଦର୍ଶାଇଥିଲେ ଯେ ଜାତି ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ସେତେବେଳେ ହିଁ ସମ୍ଭବ, ଯେତେବେଳେ ଲୋକେ ଏହି ଅସମାନତାବାଦୀ ଧାର୍ମିକ ନିୟମଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିବେ। ସେ ନିଜେ ଏହି ସାଂସ୍କୃତିକ ଶୃଙ୍ଖଳାକୁ ଭାଙ୍ଗି ୧୯୫୬ରେ ଲକ୍ଷ ଲକ୍ଷ ଅନୁଗାମୀଙ୍କ ସହ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ।

ଭଗବାନ ବୁଦ୍ଧ : ଭଗବାନ ବୁଦ୍ଧ ଜନ୍ମ ଆଧାରିତ ବ୍ରାହ୍ମଣବାଦ ଏବଂ ଜାତି ପ୍ରଥାକୁ ସମ୍ପୂର୍ଣ୍ଣ ବିରୋଧ କରିଥିଲେ। ତାଙ୍କ ମତରେ, କୌଣସି ନିର୍ଦ୍ଦିଷ୍ଟ ବଂଶରେ ଜନ୍ମ ହେବା ଦ୍ୱାରା କେହି ବଡ଼ ବା ସାନ ହୁଏନାହିଁ, ମଣିଷ ନିଜର କର୍ମ ଓ ଭଲ ଆଚରଣ ଦ୍ୱାରା ହିଁ ଶ୍ରେଷ୍ଠ ହୋଇଥାଏ। ସେ ବ୍ରାହ୍ମଣ ମାନଙ୍କର ଯଜ୍ଞ, ଗରିବଙ୍କୁ ଶୋଷଣ କରୁଥିବା କର୍ମକାଣ୍ଡ ଏବଂ ପଶୁବଳୀକୁ ବନ୍ଦ କରି ସମସ୍ତ ମଣିଷଙ୍କୁ ସମାନ ଅଧିକାର ଦେଇ ଏକ ଜାତି-ମୁକ୍ତ ସମାଜ ଗଢ଼ିବାକୁ ଚେଷ୍ଟା କରିଥିଲେ।

( 5 ) ବିଦେଶୀ ଆମଦାନୀ ବ୍ରାହ୍ମଣବାଦ ସଂସ୍କୃତିକୁ ପରିତ୍ୟାଗ କରିବା :

ଭାରତବର୍ଷର ଇତିହାସରେ ସାମାଜିକ କ୍ରାନ୍ତି ଏବଂ ପ୍ରଗତି ସେତେବେଳେ ହିଁ ସମ୍ଭବ ହୋଇଛି, ଯେତେବେଳେ ସମାଜର ମୂଳ ଅଧିବାସୀ ଓ ବଞ୍ଚିତ ଶ୍ରେଣୀ ନିଜକୁ ହେୟଜ୍ଞାନ କରୁଥିବା ପରମ୍ପରା ଏବଂ ବୈଚାରିକ ଗୋଲାମୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି।

ତେଣୁ ଆଜିର ପ୍ରଗତିଶୀଳ ଯୁଗରେ ନିଜର ମୌଳିକ ସ୍ୱାଭିମାନ ଫେରିପାଇବା, ମାନସିକ ପରାଧୀନତାରୁ ମୁକ୍ତ ହେବା ଏବଂ ସାମ୍ବିଧାନିକ ନୈତିକତା ପ୍ରତିଷ୍ଠା କରିବା ହିଁ ସମୟର ସବୁଠାରୁ ବଡ଼ ଡାକରା l ସମାଜରେ ପ୍ରକୃତ ସମାନତା ଆଣିବାକୁ ହେଲେ ଶୋଷଣର ମୂଳ ଆଧାର ବିଦେଶୀ ଆମଦାନୀ ବ୍ରାହ୍ମଣବାଦୀ ସଂସ୍କୃତିକ୍ତି ଚିହ୍ନିବା ଏବଂ ତାହାକୁ ପ୍ରତ୍ୟାଖ୍ୟାନ କରିବାର ନିତାନ୍ତ ଆବଶ୍ୟକତା ରହିଛି ।

MUST READ..

Share this post

Leave a Comment