ବଲାଙ୍ଗିର : 17 ଅକ୍ଟୋବର 2026 : ଏହି ଲେଖାର ସବୁଠାରୁ ପ୍ରମୁଖ କଥାଟି ହେଉଛି—ମଣିଷର ସବୁଠାରୁ ଦୁର୍ବଳ ମୁହୂର୍ତ୍ତ ଅର୍ଥାତ୍ ପ୍ରିୟଜନଙ୍କ ମୃତ୍ୟୁଜନିତ ଗଭୀର ଶୋକ ଏବଂ ପରଲୋକ ପ୍ରତି ଥିବା ଅଜ୍ଞାତ ଭୟକୁ କିପରି ସୁଚିନ୍ତିତ ଭାବେ ଏକ ବଡ଼ ଧରଣର ଆର୍ଥିକ ବଜାର ବା ବ୍ୟବସାୟରେ ପରିଣତ କରାଯାଇଛି, ତାହା ଦର୍ଶାଇବା।
ମୃତ୍ୟୁ ପରେ ଆତ୍ମାର ଗତି କେଉଁଆଡ଼େ ହୋଇଥାଏ , ତାହା କେହି ଦେଖି ନାହାନ୍ତି । ଏହି ଅଜ୍ଞାତ ଭୟକୁ ଆୟୁଧ କରି ଧର୍ମଶାସ୍ତ୍ର ଏବଂ ପୁରାଣ ଗୁଡ଼ିକରେ ଭୟର ଏକ ବିରାଟ ସାମ୍ରାଜ୍ୟ ଠିଆ କରାଯାଇ
ଲୋକଙ୍କ ମନରେ ଭରି ଦେଇଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାର :
( a ) ଯଦି ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ ଓ ପିଣ୍ଡଦାନ ନକଲେ ମୃତକଙ୍କ ଆତ୍ମା ‘ପ୍ରେତ ଯୋନି’ରେ ଅନ୍ତର୍ଧ୍ୟାନ ହୋଇ ରହିବ ଏବଂ ପରିବାରକୁ ଅଭିଶାପ ଦେବ।
( b ) ପିତୃପକ୍ଷ କିମ୍ବା ମହାଳୟାରେ ଶ୍ରାଦ୍ଧ ନଦେଲେ ପୂର୍ବପୁରୁଷଙ୍କ ଅଭିଶାପ (ପିତୃଦୋଷ) ପରିବାରକୁ ଘାରିବ, ଯାହାଫଳରେ ବଂଶବୃଦ୍ଧି ବନ୍ଦ ହୋଇଯିବ, ରୋଗ ଓ ଦାରିଦ୍ର୍ୟ ମାଡ଼ିଆସିବ।
ଏହି ଭୟକୁ ବ୍ରାହ୍ମଣବାଦୀଙ୍କ ଦ୍ୱାରା ଲୋକଙ୍କ ମନରେ ଅତି ଗଭୀର ଭାବେ ପୁରାଇ ଦିଆଗଲା l କର୍ମକାଣ୍ଡକୁ ସଫଳ କରିବା ନାମରେ ଭାରୀ ମାତ୍ରାରେ ଦକ୍ଷିଣା ଧାର୍ଯ୍ୟ କରାଗଲା। ଏଥିରେ କେବଳ ଧନ ନୁହେଁ, ବରଂ ସୁନା, ବସ୍ତ୍ର, ଶସ୍ୟ ଏବଂ ଗୋଦାନ (ଗାଈ ଦାନ) ସାମିଲ ଥିଲା। ଏହା ଯୋଗୁଁ ଗରିବ ଓ ଶୂଦ୍ର ଶ୍ରେଣୀର ଲୋକେ ନିଜ ଜମିବାଡ଼ି ହରାଇ ଚିରଦିନ ପାଇଁ ଗରିବ ହୋଇ ରହିଲେ।
ଉପରୋକ୍ତ ଜଟିଳ ଧାର୍ମିକ ବ୍ୟବସାୟର ମୂଳଦୁଆ କିଭଳି ପକାଯାଇଥିଲା, ତତ୍ସମ୍ବନ୍ଧୀୟ ସବିଶେଷ ତଥ୍ୟ ନିମ୍ନରେ ଉପସ୍ଥାପିତ କାରାଯାଇଛି l
( 1 ) ବୈଦିକ ସଂସ୍କୃତି ଓ ବ୍ରାହ୍ମଣବାଦର ସ୍ଥାପନା :
ମଧ୍ୟ -ଏସିଆରୁ ଆର୍ଯ୍ୟନ ଜାତିର ବିଦେଶୀ ଆକ୍ରମଣ କାରୀମାନେ ଶିଳ୍କ ରୋଡ଼ରେ ରହିଥିବା ଖାଇବରପାସ ରାସ୍ତା ଦେଇ 2000-1800 BCE ରେ ସିନ୍ଧୁ ଉପତ୍ୟକରେ ପହଞ୍ଚିଥିଲେ l ସେଠାରେ ରହିଥିବା ଭାରତ ମହାଦେଶର ସର୍ବପୁରାତନ ଇନ୍ଦୁସ ଉପତ୍ୟକା ସଭ୍ୟତା ଉପରେ ଆକ୍ରମଣ କରି ନିଜ ଦଖଲକୁ ନେଇଯାଇଥିଲେ l
ଭାରତ ମହାଦେଶର ପୁରାତନ ସଭ୍ୟତା ଓ ସଂସ୍କୃତିକୁ ବିଧ୍ୟାଂଶ କରିଦେଇ ସାଙ୍ଗରେ ନେଇ ଆସିଥିବା ରିକ ବେଦ ଆଧାରରେ ବୈଦିକ ସଂସ୍କୃତି ଓ ଜାତିପ୍ରଥାକୁ ଦେଶରେ ସର୍ବପ୍ରଥମେ ୧୫ ୦୦-୧୦୦୦ BCE ରେ ପ୍ରଚଳିତ କରି ଆର୍ଯ୍ୟନ ଜାତିର ଲୋକେ ବ୍ରାହ୍ମଣ ପାଲଟି ଯାଇଥିଲେ l
ସେମାନେ ସପ୍ତସିନ୍ଧୁ, ସରସ୍ବତୀ, ଝେଲୁମ, ଚେନlବ, ରବି, ବେଆସ, ସତଲେଜ ନଦୀ ଉପତ୍ୟକରେ ଓ ତାପରବତ୍ତି ସମୟରେ ଲୋକ ସଂଖ୍ୟା ବୃଦ୍ଧି ହେଲାପରେ ୧୦୦୦ – ୫୦୦ BCE ରେ ଗଙ୍ଗା ଓ ଯମୁନା ନଦୀ ଉପତ୍ୟକରେ ବସବାସ କରିଥିଲେ l
“ସାମାଜିକ ଗୋଲାମୀ ଏବଂ ଆର୍ଥିକ ଶୋଷଣର ମୂଳଦୁଆ କେବଳ ମିଥ୍ୟା ବିଶ୍ୱାସ ଉପରେ ନୁହେଁ, ବରଂ କୌଶଳପୂର୍ଣ୍ଣ ଭୌଗୋଳିକ ରଣନୀତି ଉପରେ ମଧ୍ୟ ପ୍ରତିଷ୍ଠିତ ହୋଇପାରେ—ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଗଙ୍ଗା ଉପତ୍ୟକାରେ ବ୍ରାହ୍ମଣବାଦୀ ବସତିର ଇତିହାସ।
ଏହି ଭୌଗୋଳିକ ସ୍ଥିତିକୁ ଆଧାର କରି, ପୁରାଣ ଓ ସ୍ମୃତି ଗ୍ରନ୍ଥ ମାଧ୍ୟମରେ ‘ଅସ୍ଥି ବିସର୍ଜନ’ ଏବଂ ‘ପିଣ୍ଡଦାନ’ ଭଳି କର୍ମକାଣ୍ଡକୁ ମୃତ ଆତ୍ମାର ମୁକ୍ତି ପାଇଁ ଏକମାତ୍ର ବାଧ୍ୟତାମୂଳକ ମାଧ୍ୟମ ଭାବେ ଘୋଷଣା କରାଗଲା।
ମଣିଷର ମୃତ୍ୟୁ ଜନିତ ଶୋକ ଏବଂ ପରଲୋକର ଅଜ୍ଞାତ ଭୟକୁ ଆୟୁଧ କରି ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା, କାଳକ୍ରମେ ଇତିହାସର ସବୁଠାରୁ ବଡ଼ ଏବଂ ସଂଗଠିତ ଧାର୍ମିକ ବ୍ୟବସାୟର ରୂପ ନେଇଛି ।
( 2 ) “ଅସ୍ଥି ବିସର୍ଜନ” ଏବଂ “ପିଣ୍ଡଦାନ” ପଛର ଆଧ୍ୟାତ୍ମିକ ଅନ୍ଧବିଶ୍ୱାସ ଓ ପୌରାଣିକ ଗାଥା। :
ପ୍ରାଚୀନ କାଳରେ ଯେତେବେଳେ ବ୍ରାହ୍ମଣବାଦୀ ଗ୍ରନ୍ଥ, ପୁରାଣ ଓ ସ୍ମୃତି ଗ୍ରନ୍ଥଗୁଡ଼ିକ ରଚନା କରାଗଲା, ସେତେବେଳେ ସେମାନଙ୍କର ନିଜସ୍ୱ ବସବାସ କ୍ଷେତ୍ର ଥିବା ଗଙ୍ଗାନଦୀ କୂଳକୁ ସର୍ବାଧିକ ପବିତ୍ର ତଥା ମୁକ୍ତିର ଏକମାତ୍ର ସ୍ଥାନ ବୋଲି ପ୍ରଚାର କରାଗଲା।
ସାଧାରଣ ଜନତାଙ୍କ ମନରେ ଏପରି ଗଭୀର ଭୟ ଓ ଅନ୍ଧବିଶ୍ୱାସ ଭର୍ତ୍ତି କରାଗଲା ଯେ, ପବିତ୍ର ଗଙ୍ଗା ଜଳରେ ମୃତ ବ୍ୟକ୍ତିର ଅସ୍ଥି ବିସର୍ଜନ ଏବଂ ଏହାର କୂଳରେ ପିଣ୍ଡଦାନ ନକଲେ ମୃତ ବ୍ୟକ୍ତିର ଆତ୍ମା କଦାପି ମୁକ୍ତି ପାଇବ ନାହିଁ।
ଏହି କୁସଂସ୍କାର ଏବଂ ପ୍ରଥାର ଉତ୍ପତ୍ତି ପାଇଁ ବିଭିନ୍ନ ହିନ୍ଦୁ ପୌରାଣିକ ଗ୍ରନ୍ଥ ଯଥା ‘ବାଲ୍ମୀକି ରାମାୟଣ’, ‘ମହାଭାରତ’ ଏବଂ ‘ବିଷ୍ଣୁ ପୁରାଣ’ ଆଦିରେ ଅନେକ କାହାଣୀର ରଚନା କରାଗଲା l ସେଥିରେ ବର୍ଣ୍ଣିତ ଏକ ପ୍ରସିଦ୍ଧ ପୌରାଣିକ କାହାଣୀକୁ ମୁଖ୍ୟ ଆଧାର କରାଗଲା:
( a ) କପିଳ ମୁନିଙ୍କ ଅଭିଶାପ ଓ ରାଜା ସଗରଙ୍କ ପୁତ୍ରଗଣ:
ଅଯୋଧ୍ୟାର ସୂର୍ଯ୍ୟବଂଶୀ ରାଜା ସଗର ଏକ ମହାନ୍ ଅଶ୍ୱମେଧ ଯଜ୍ଞର ଆୟୋଜନ କରିଥିଲେ। ସ୍ୱର୍ଗର ରାଜା ଇନ୍ଦ୍ର ଈର୍ଷାପରଶ୍ୱର ହୋଇ ସେହି ଯଜ୍ଞର ଅଶ୍ୱକୁ ଚୋରି କରି ନେଇ ପାତାଳ ପୁରରେ ଧ୍ୟାନମଗ୍ନ ଥିବା ମହର୍ଷି କପିଳଙ୍କ ଆଶ୍ରମରେ ବାନ୍ଧି ଦେଇଥିଲେ।
ଘୋଡ଼ା ଖୋଜୁଥିବା ରାଜା ସଗରଙ୍କ ୬୦,୦୦୦ ପୁତ୍ର କପିଳ ମୁନିଙ୍କ ଆଶ୍ରମରେ ପହଞ୍ଚି ଭ୍ରମବଶତଃ ତାଙ୍କୁ ଚୋର ଭାବି ଅପମାନିତ କଲେ। ଏଥିରେ କ୍ରୋଧିତ ହୋଇ କପିଳ ମୁନି ନିଜର ନେତ୍ର ଖୋଲିବା ମାତ୍ରେ ତାଙ୍କ କ୍ରୋଧାଗ୍ନିରୁ ନିର୍ଗତ ପ୍ରଚଣ୍ଡ ଶକ୍ତିରେ ସେହି ୬୦,୦୦୦ ପୁତ୍ର ଜଳିପୋଡ଼ି ପାଉଁଶ (ଭସ୍ମ) ହୋଇଗଲେ।
( b ) ଅକାଳ ମୃତ୍ୟୁ ଓ ମୁକ୍ତିର ବ୍ୟାକୁଳତା:
ଅକାଳରେ ଏବଂ ଅଭିଶାପ ଯୋଗୁଁ ମୃତ୍ୟୁ ହୋଇଥିବାରୁ ସେହି ସମସ୍ତ ରାଜକୁମାରଙ୍କ ଆତ୍ମାକୁ ପ୍ରେତଯୋନିରୁ ମୁକ୍ତି କିମ୍ବା ସ୍ୱର୍ଗ ପ୍ରାପ୍ତି ମିଳିଲା ନାହିଁ। ସେମାନଙ୍କର ଅସ୍ଥି ଏବଂ ଭସ୍ମ ପାତାଳ ପୁରରେ ଅପବିତ୍ର ଅବସ୍ଥାରେ ପଡ଼ିରହିଲା। ସେତେବେଳେ ପ୍ରଚାର କରାଗଲା ଯେ, ଯଦି ସ୍ୱର୍ଗରୁ ପବିତ୍ର ଗଙ୍ଗା ନଦୀ ମର୍ତ୍ତ୍ୟକୁ ଆସିବେ ଏବଂ ତାଙ୍କ ଜଳ ଏହି ଭସ୍ମକୁ ସ୍ପର୍ଶ କରିବ, ତେବେ ଯାଇ ଏମାନଙ୍କ ଆତ୍ମାକୁ ମୁକ୍ତି ମିଳିବ।
( c ) ଭଗୀରଥଙ୍କ ତପସ୍ୟା ଏବଂ ଗଙ୍ଗା ବତରଣ:
ରାଜା ସଗରଙ୍କ ବଂଶର ପରବର୍ତ୍ତୀ ରାଜା ଭଗୀରଥ ନିଜ ପୂର୍ବପୁରୁଷଙ୍କ ଆତ୍ମାର ସଦ୍ଗତି ପାଇଁ ସ୍ୱର୍ଗରୁ ଗଙ୍ଗା ନଦୀକୁ ମର୍ତ୍ତ୍ୟଲୋକକୁ ଆଣିବାକୁ ସହସ୍ର ବର୍ଷ ଧରି କଠୋର ତପସ୍ୟା କଲେ। ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଦେବୀ ଗଙ୍ଗା ମର୍ତ୍ତ୍ୟକୁ ଆସିବାକୁ ପ୍ରସ୍ତୁତ ହେଲେ, କିନ୍ତୁ ସେ କହିଲେ କି ” ତାଙ୍କ ପ୍ରବଳ ସ୍ରୋତକୁ ପୃଥିବୀ ସହ୍ୟ କରିପାରିବ ନାହିଁ “।
ଏହାପରେ ଭଗୀରଥ ଭଗବାନ ଶିବଙ୍କୁ ପ୍ରାର୍ଥନା କଲେ। ଭଗବାନ ଶିବ ନିଜ ଜଟାରେ ଗଙ୍ଗାଙ୍କ ତୀବ୍ର ସ୍ରୋତକୁ ବାନ୍ଧି ଧୀର ସ୍ରୋତରେ ମୁକ୍ତ କରିବା ପରେ, ଭଗୀରଥ ଗଙ୍ଗାଙ୍କୁ ପାତାଳ ପୁରର କପିଳ ଆଶ୍ରମକୁ ନେଇଗଲେ। ଯେମିତି ମା’ ଗଙ୍ଗାଙ୍କ ଜଳ ସେହି ଅସ୍ଥି ଓ ଭସ୍ମକୁ ସ୍ପର୍ଶ କଲା, ସେମାନଙ୍କୁ ମୁକ୍ତି ମିଳିଲା ବୋଲି କାହାଣୀରେ କୁହାଗଲା।
( d ) ପ୍ରଥାର ପ୍ରଥମ ଆରମ୍ଭ :
ଭଗୀରଥ ଗଙ୍ଗା ନଦୀଙ୍କୁ ବାଟ ଦେଖାଇ ଦେଖାଇ ସେହି ପାତାଳ ପୁରର କପିଳ ଆଶ୍ରମକୁ ନେଇଗଲେ, ଯେଉଁଠାରେ ସଗରଙ୍କ ୬୦,୦୦୦ ପୁତ୍ରଙ୍କ ଭସ୍ମ ଓ ଅସ୍ଥି ପଡ଼ିଥିଲା।
ଯେମିତି ହିଁ ମା’ ଗଙ୍ଗାଙ୍କ ପବିତ୍ର ଜଳ ସେହି ଅସ୍ଥି ଓ ପାଉଁଶକୁ ସ୍ପର୍ଶ କଲା, ସେମାନଙ୍କର ସମସ୍ତ ପାପ ଧୋଇ ହୋଇଗଲା ଏବଂ ସେହି ୬୦,୦୦୦ ଆତ୍ମାକୁ ମୁକ୍ତି ଓ ସ୍ୱର୍ଗଲୋକ ପ୍ରାପ୍ତି ହେଲା।
ଏହି ପୌରାଣିକ ଗାଥା ପରଠାରୁ ହିଁ ମୃତ ବ୍ୟକ୍ତିଙ୍କ ଅସ୍ଥି ଗଙ୍ଗା ନଦୀରେ ବିସର୍ଜନ କରିବାର ପରମ୍ପରା ଆରମ୍ଭ ହେଲା।

( 3 ) ପିତୃପକ୍ଷ୍ୟ ଓ ମହାଳୟାରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ :
ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସର ପୂର୍ଣ୍ଣିମାରୁ ଆରମ୍ଭ କରି ଆଶ୍ୱିନ କୃଷ୍ଣପକ୍ଷ ଅମାବାସ୍ୟା (ମହାଳୟା) ପର୍ଯ୍ୟନ୍ତ ସମୟକୁ ‘ପିତୃପକ୍ଷ’ ବୋଲି କୁହାଯାଏ। ପୁରାଣ ଏବଂ ସ୍ମୃତି ଗ୍ରନ୍ଥ ଗୁଡ଼ିକରେ ଏଭଳି ଭୟ ଓ ବିଶ୍ୱାସ ସୃଷ୍ଟି କରାଯାଇଛି ଯେ, ଏହି ସମୟରେ ମୃତ ପୂର୍ବପୁରୁଷମାନେ ପରଲୋକରୁ ଆସି ନିଜ ବଂଶଧରଙ୍କ ଠାରୁ ଅନ୍ନ ଓ ଜଳ ଗ୍ରହଣ କରନ୍ତି।
ଯଦି ସେମାନଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଏବଂ ବ୍ରାହ୍ମଣ ଭୋଜନ କରା ନଯାଏ, ତେବେ ପିତୃଦୋଷ ଲାଗିଥାଏ ଏବଂ ବଂଶର ଅଶାନ୍ତି ଓ ଅସଫଳତା ଦେଖାଦିଏ। ଏହି ଭୟକୁ ଆୟୁଧ କରି ପୁରୋହିତ ଶ୍ରେଣୀ ସାଧାରଣ ଜନତାଙ୍କୁ ଏହି କର୍ମକାଣ୍ଡରେ ବାନ୍ଧି ରଖିଛନ୍ତି।
ପିତୃପକ୍ଷ୍ୟ ଏବଂ ମହାଳୟା ଅବସରରେ ଗରିବ ଓ ମଧ୍ୟବିତ୍ତ ପରିବାର ଗୁଡ଼ିକ ବ୍ୟାପକ ଭାବରେ ଆର୍ଥିକ ଶୋଷଣର ଶିକାର ହୋଇଥାନ୍ତି ।
( a ) ଦକ୍ଷିଣା ଓ ସାମଗ୍ରୀ ଦାନ: କର୍ମକାଣ୍ଡ ସମ୍ପନ୍ନ କରିବା ନାମରେ ବ୍ରାହ୍ମଣମାନଙ୍କୁ ମୋଟା ଅଙ୍କର ଦକ୍ଷିଣା, କଞ୍ଚା ଚାଉଳ, ଡାଲି , ପନିପରିବା, ଫଳ, ବସ୍ତ୍ର ଏବଂ ସୁନା-ରୂପା ପର୍ଯ୍ୟନ୍ତ ଦାନ ଦେବା ପାଇଁ ବାଧ୍ୟ କରାଯାଏ।
( b ) ଆର୍ଥିକ ପଙ୍ଗୁତ୍ୱ: ନିଜ ପରିବାରର ଭବିଷ୍ୟତ ଏବଂ ପିଲାମାନଙ୍କ ଶିକ୍ଷା ପାଇଁ ସଞ୍ଚୟ କରିଥିବା ଟଙ୍କାକୁ ଲୋକେ ଏଭଳି ଅବୈଜ୍ଞାନିକ କର୍ମକାଣ୍ଡରେ ଖର୍ଚ୍ଚ କରି ଶେଷରେ ଆର୍ଥିକ ଭାବେ ଦୁର୍ବଳ ହୋଇପଡ଼ନ୍ତି।
( 4 ) ଅସ୍ଥି ବିସର୍ଜନ ଓ ପିଣ୍ଡାଦାନ କରିବାର ଆଧ୍ୟାତ୍ମିକ ଅନ୍ଧବିଶ୍ୱାସ ( Spiritual belief ) :
ଗଙ୍ଗରେ ଅସ୍ଥି ବିସର୍ଜନ ଓ ପିଣ୍ଡାଦାନ ଏବଂ ପିତୃପକ୍ଷ ଓ ମହାଳୟା ସମୟରେ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ପିଣ୍ଡଦାନ, ଶ୍ରାଦ୍ଧ ଉପରେ ଆଧ୍ୟାତ୍ମିକ ଭ୍ରମ ସୃଷ୍ଟି କରୁଥିବା ପୌରାଣିକ କାହାଣୀ ଗୁଡ଼ିକୁ ନିମ୍ନଲିଖିତ ବ୍ରାହ୍ମଣ ବାଦୀ ଧର୍ମଗ୍ରନ୍ଥ ମାନଙ୍କରେ ଲିପିବଦ୍ଧ କରାଯାଇଛି।
ମୃତ୍ୟୁ ପରେ ଶରୀରର ଅସ୍ଥିଗୁଡ଼ିକ ଯେତେଦିନ ପର୍ଯ୍ୟନ୍ତ ପବିତ୍ର ଗଙ୍ଗା ଜଳରେ ବୁଡ଼ି ରହେ, ସେହି ବ୍ୟକ୍ତି ସେତେ ହଜାର ବର୍ଷ ପର୍ଯ୍ୟନ୍ତ ସ୍ୱର୍ଗଲୋକରେ ସୁଖରେ ବାସ କରେ ବୋଲି ଗରୁଡ଼ ପୁରାଣ’ (Garuda Purana) , ମାର୍କଣ୍ଡେୟ ପୁରାଣ ଓ ଅଗ୍ନି ପୁରାଣ ଗ୍ରନ୍ଥରେ ଏଭଳି ଆଧ୍ୟାତ୍ମିକ ଅନ୍ଧବିଶ୍ୱାସର ଜାଲ ବୁଣାଗଲା l
ବ୍ରାହ୍ମଣବାଦୀ ବ୍ୟବସ୍ଥା ଏହିପରି ଭାବେ ଧର୍ମଗ୍ରନ୍ଥ ଓ ପୁରାଣଗୁଡ଼ିକର ଆଶ୍ରୟ ନେଇ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କଲା ଏବଂ “ଅସ୍ଥି ବିସର୍ଜନ ଓ ପିଣ୍ଡଦାନ ପ୍ରଥା”କୁ ଏକ ଅନିବାର୍ଯ୍ୟ ବ୍ୟବସାୟର ରୂପ ଦେଲା।
( a ) ପିତୃଲୋକ ଏବଂ ‘ଯମଲୋକ’ର ଧାର୍ମିକ କଳ୍ପନା
ଗରୁଡ଼ ପୁରାଣ ଅନୁସାରେ, ମୃତ୍ୟୁ ପରେ ମଣିଷର ଆତ୍ମା ମର୍ତ୍ତ୍ୟଲୋକରୁ ଯାଇ ପିତୃଲୋକ କିମ୍ବା ନର୍କ-ସ୍ୱର୍ଗରେ ପହଞ୍ଚିଥାଏ। ଧର୍ମଗ୍ରନ୍ଥରେ ଏପରି ଏକ ଭ୍ରମାତ୍ମକ ବିଶ୍ୱାସ ସୃଷ୍ଟି କରାଯାଇଛି ଯେ, ବର୍ଷସାରା ପିତୃପୁରୁଷ ମାନେ ଭୋକ ଓ ଶୋଷାରେ କଷ୍ଟ ପାଆନ୍ତି।
କେବଳ ଭାଦ୍ରବ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଆଶ୍ୱିନ କୃଷ୍ଣପକ୍ଷ ଅମାବାସ୍ୟା (ଅର୍ଥାତ୍ ମହାଳୟା) ପର୍ଯ୍ୟନ୍ତ ଏହି ୧୬ ଦିନ ପାଇଁ ସେମାନଙ୍କୁ ପିତୃଲୋକରୁ ମର୍ତ୍ତ୍ୟଲୋକକୁ ଆସିବାର ଅନୁମତି ମିଳିଥାଏ।
ଏହି ସମୟରେ ସେମାନେ ନିଜ ବଂଶଧର ମାନଙ୍କ ଦ୍ୱାରା ଦିଆଯାଉଥିବା ପିଣ୍ଡ (ଚାଉଳ, ତିଳ ଓ ଯବର ମିଶ୍ରଣ) ଏବଂ ଜଳକୁ ଗ୍ରହଣ କରିବା ପାଇଁ ନିଜ ଘରର ଦ୍ୱାରଦେଶରେ ଅପେକ୍ଷା କରି ରହନ୍ତି ବୋଲି ପ୍ରଚାର କରାଗଲା ।
( b ) ମାର୍କଣ୍ଡେୟ ପୁରାଣ ଏବଂ ପିତୃପକ୍ଷର ଉତ୍ପତ୍ତି (କାହାଣୀ)
ପିତୃପକ୍ଷ ଏବଂ ମହାଳୟା ପଛର ପୌରାଣିକ କାହାଣୀ ‘ମାର୍କଣ୍ଡେୟ ପୁରାଣ’ର ଅନ୍ତର୍ଗତ ‘ପିତୃକଳ୍ପ’ରେ ବର୍ଣ୍ଣିତ ଅଛି:
ଋଷି ନିମି ଏବଂ ପିତୃଗଣଙ୍କ ଶାପ: ପ୍ରାଚୀନ କାଳରେ ଋଷି ନିମି ନିଜ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଏକ ଶ୍ରାଦ୍ଧ କର୍ମର ଆୟୋଜନ କରିଥିଲେ। କିନ୍ତୁ ସେ ସଠିକ୍ ସମୟରେ ସଠିକ୍ ବିଧିବିଧାନ ପାଳନ ନ କରିବାରୁ ପିତୃଗଣ (ପୂର୍ବପୁରୁଷ) କ୍ରୋଧିତ ହୋଇଥିଲେ।
ପିତୃଙ୍କ ଭୋକ ଓ ଅଶାନ୍ତି: ଏହାପରେ ପ୍ରଚାର କରାଗଲା ଯେ ଯେଉଁ ବଂଶଧରମାନେ ନିଜ ପୂର୍ବପୁରୁଷଙ୍କ ପାଇଁ ବର୍ଷକୁ ଥରେ ଏହି ୧୬ ଦିନ ମଧ୍ୟରେ (ପିତୃପକ୍ଷରେ) ପିଣ୍ଡଦାନ, ତର୍ପଣ ଏବଂ ବ୍ରାହ୍ମଣ ଭୋଜନ ନକରନ୍ତି, ସେମାନଙ୍କ ପୂର୍ବପୁରୁଷମାନେ ପ୍ରେତଯୋନିରେ ରହି କଷ୍ଟ ପାଆନ୍ତି ଏବଂ ବଂଶକୁ ଅଭିଶାପ (ପିତୃଦୋଷ) ଦିଅନ୍ତି।
( c ) ଗରୁଡ଼ ପୁରାଣରେ ବର୍ଣ୍ଣିତ ପିଣ୍ଡଦାନର ‘ଭୟ ଓ ପ୍ରଲୋଭନ’
ଗରୁଡ଼ ପୁରାଣରେ ପିଣ୍ଡଦାନର ମହତ୍ତ୍ୱକୁ ବର୍ଣ୍ଣନା କରିବା ନାମରେ ସାଧାରଣ ଲୋକଙ୍କ ମନରେ ଭୟର ଏକ ବିରାଟ ଜାଲ ବୁଣାଯାଇଛି:
ପିଣ୍ଡର ଗଠନ ଏବଂ ଆତ୍ମାର ତୃପ୍ତି: ଏଥିରେ କୁହାଯାଇଛି ଯେ ଯେତେବେଳେ ବଂଶଧରମାନେ ମହାଳୟା ବା ପିତୃପକ୍ଷରେ ପିଣ୍ଡ ଦିଅନ୍ତି, ସେତେବେଳେ ପ୍ରଥମ ପିଣ୍ଡରୁ ମୃତକଙ୍କ ଶରୀରର ମୁଣ୍ଡ, ଦ୍ୱିତୀୟ ପିଣ୍ଡରୁ ଛାତି ଏବଂ ପରବର୍ତ୍ତୀ ପିଣ୍ଡଗୁଡ଼ିକରୁ ଅନ୍ୟାନ୍ୟ ଅଙ୍ଗ ଗଠିତ ହୁଏ।
ଅନ୍ନ ଓ ଜଳର ଅଭାବ: ଯଦି ଏହି ପିଣ୍ଡଦାନ କରା ନଯାଏ, ତେବେ ପୂର୍ବପୁରୁଷଙ୍କ ଆତ୍ମା ନିରାଧାର ହୋଇ ଭୂମିରେ ଭ୍ରମଣ କରେ ଏବଂ ବଂଶର ଧନ, ସମ୍ପତ୍ତି ଓ ବଂଶବୃଦ୍ଧିକୁ ନଷ୍ଟ କରିଦିଏ ବୋଲି ଭୟଭୀତ କରାଯାଇଥାଏ।
ବ୍ରାହ୍ମଣବାଦୀ ମାନେ ଉପରୋକ୍ତ ଆଧ୍ୟାତ୍ମିକ ଅନ୍ଧବିଶ୍ୱାସ ବଳରେ ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ୱାସ ତିଆରି କରି ” ଅସ୍ଥି ବିସର୍ଜନ ଓ ପିଣ୍ଡଦାନ ପ୍ରଥା ” ବ୍ୟବସାୟର ମୂଳଦୁଆ ସ୍ଥାପନା କରିଥିଲେ l
( 5 ) ଏହି ବ୍ୟବସାୟ ଆଜି ପର୍ଯ୍ୟନ୍ତ ବଳବତ୍ତର ରହିବାର କାରଣ ?
ଆଶ୍ଚର୍ଯ୍ୟର ବିଷୟ ସାମ୍ରାଜ୍ୟ ବଦଳିଲା, ଶିକ୍ଷାର ପ୍ରସାର ହେଲା ଏବଂ ବିଜ୍ଞାନ ଆଗେଇଲା, କିନ୍ତୁ ପ୍ରାଚୀନ କାଳରେ ଗଢ଼ାଯାଇଥିବା ଏହି ଶୋଷଣର ଚକ୍ର ଆଜିର ଇଣ୍ଟରନେଟ୍ ଓ ଡିଜିଟାଲ୍ ଯୁଗରେ ମଧ୍ୟ ସେତିକି ଶକ୍ତିଶାଳୀ ଏବଂ ବଳବତ୍ତର ହୋଇ ରହିଛି।”
( a ) ଇଭେଣ୍ଟ ମ୍ୟାନେଜମେଣ୍ଟ ପରି କର୍ପୋରେଟ୍ ଏବଂ VIP ପ୍ୟାକେଜ୍ ବଜାର :
ସମୟ ବଦଳିବା ସାଙ୍ଗକୁ ଏହି ଧାର୍ମିକ ବ୍ୟବସାୟ ମଧ୍ୟ ଅଧିକ ଆଧୁନିକ ଏବଂ କର୍ପୋରେଟ୍ ରୂପ ନେଇଛି। ଆଜିର ପଣ୍ଡା ଓ ପୁରୋହିତମାନେ କୌଣସି ବଡ଼ ଇଭେଣ୍ଟ ମ୍ୟାନେଜରଙ୍କ ଠାରୁ କମ୍ ନୁହଁନ୍ତି:
ଗ୍ରାହକଙ୍କ ଆର୍ଥିକ ସ୍ଥିତି ଏବଂ ସାମାଜିକ ପ୍ରତିଷ୍ଠା ଦେଖି ବିଭିନ୍ନ ବଜେଟ୍ ପ୍ୟାକେଜ୍ ( ଯଥା- ସାଧାରଣ ପିଣ୍ଡଦାନ ଠାରୁ ଆରମ୍ଭ କରି ‘VIP ପିଣ୍ଡଦାନ’ ଓ ମହାଯଜ୍ଞ ) ପ୍ରଦାନ କରାଯାଉଛି।
ଗଙ୍ଗା କୂଳରେ ବା ତୀର୍ଥକ୍ଷେତ୍ରଗୁଡ଼ିକରେ ହୋଟେଲ୍ ବୁକିଂ, ବିଶେଷ ପୂଜା ସାମଗ୍ରୀ ଏବଂ ପଣ୍ଡାଙ୍କ ଦେୟ ପାଇଁ ଏକ ଦାମୀ ବଜାର ସୃଷ୍ଟି ହୋଇଛି।
( b ) ଡିଜିଟାଲ୍ ଯୁଗରେ ‘ଇ-ପିଣ୍ଡଦାନ’ ଏବଂ NRI ଶୋଷଣ। :
ପ୍ରଯୁକ୍ତିବିଦ୍ୟା (Technology) ଏହି ବ୍ୟବସାୟକୁ ଆହୁରି ସହଜ ଏବଂ ସୀମାହୀନ କରିଦେଇଛି। ବର୍ତ୍ତମାନ ବିଦେଶରେ (NRI) ବସବାସ କରୁଥିବା ବ୍ୟକ୍ତିମାନେ ଯେଉଁମାନେ ଭାରତ ଆସିପାରୁ ନାହାନ୍ତି, ସେମାନଙ୍କ ପାଇଁ :
ଭିଡିଓ କଲ୍ ମାଧ୍ୟମରେ ଅନଲାଇନ୍ ମନ୍ତ୍ରପାଠ ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ (UPI/Online Transfer) ଜରିଆରେ ମୋଟା ଅଙ୍କର ଦକ୍ଷିଣା ଆଦାୟ କରାଯାଉଛି।
ଘରେ ବସି କେବଳ କ୍ଲିକ୍ କରିବା ଦ୍ୱାରା ପିଣ୍ଡଦାନ ସମ୍ପନ୍ନ ହେବାର ପ୍ରତିଶ୍ରୁତି ଦିଆଯାଇ ବ୍ୟବସାୟକୁ ସାରା ବିଶ୍ୱରେ ପ୍ରସାର କରାଯାଉଛି।
( c ) ତୀର୍ଥ ପଞ୍ଜିକା’ ଏବଂ ବଂଶାବଳୀର ମାନସିକ ଜାଲ
ପୁରୋହିତ ମାନଙ୍କ ପାଖରେ ଶତାବ୍ଦୀ ଶତାବ୍ଦୀ ଧରି ହାତଲେଖା ଖାତାରେ (ତୀର୍ଥ ପଞ୍ଜିକାରେ) ପ୍ରତିଟି ପରିବାରର ବଂଶାବଳୀ ରେକର୍ଡ ସାଇତା ହୋଇରହିଛି। ଯେତେବେଳେ କୌଣସି ବ୍ୟକ୍ତି ତୀର୍ଥକ୍ଷେତ୍ରକୁ ଯାଉଛି , ସେତେବେଳେ ପୁରୋହିତ ମାନେ ତାଙ୍କ ଜେଜେବାପା ବା ପୂର୍ବପୁରୁଷଙ୍କ ନାଁ ସଠିକ୍ ଭାବେ କହି ବଂଶାବଳୀ ଦେଖାଇଥାଆନ୍ତି। ଏହା ଦେଖି ଲୋକେ ଏହାକୁ କୌଣସି “ଦିବ୍ୟ ଶକ୍ତି” ବା ଚମତ୍କାର ବୋଲି ଭାବି ନିଅନ୍ତି ଏବଂ ସଂପୂର୍ଣ୍ଣ ଆତ୍ମସମର୍ପଣ କରି ମୋଟା ଅଙ୍କର ଅର୍ଥ ଦାନ କରିବାକୁ ବାଧ୍ୟ ହୁଅନ୍ତି।
ଏହିପରି ଭାବେ, ମାନବିକତାର ସବୁଠାରୁ କୋମଳ ଓ ଦୁର୍ବଳ ଭାବନା (ଶୋକ ଓ ଭୟ)କୁ ଆୟୁଧ କରି ଧର୍ମ ଏବଂ ପରମ୍ପରାର ଆବରଣ ତଳେ ଏକ ବିଶ୍ୱବ୍ୟାପୀ ଶୋଷଣମୂଳକ ବ୍ୟାବସାୟିକ ବଜାର ସଫଳତାର ସହ ଚାଲିଆସୁଛି।
( 6 ) ଲକ୍ଷ ଲକ୍ଷ କୁଇଣ୍ଟାଲ୍ ଚାଉଳ ଏବଂ ଖାଦ୍ୟଶସ୍ୟର ଜଳାଞ୍ଜଳି (ଅପଚୟ) ଏବଂ ପରିବେଶ ପ୍ରଦୂଷଣ :
ସମଗ୍ର ଭାରତବର୍ଷର ଲୋକେ ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ ଓ ପିଣ୍ଡାଦାନ କରିଥାନ୍ତି l ଏହାସହିତ ପ୍ରତ୍ୟେକ ବର୍ଷ ପିତୃପକ୍ଷର ୧୬ ଦିନ ଧରି ଏବଂ ବିଶେଷ କରି ମହାଳୟା ଦିନ କୋଟି କୋଟି ପରିବାରରେ ପିଣ୍ଡଦାନ ଅନୁଷ୍ଠିତ ହୋଇଥାଏ। ଏହି କର୍ମକାଣ୍ଡ ନାମରେ ପ୍ରତିଦିନ ଲକ୍ଷ ଲକ୍ଷ କୁଇଣ୍ଟାଲ୍ ଭଲ ଚାଉଳ, ଅନ୍ୟାନ୍ୟ ଶସ୍ୟ ଏବଂ ଖାଦ୍ୟ ସାମଗ୍ରୀ ବ୍ୟବହାର କରାଯାଏ।
( a ) ପାଣିରେ ଫିଙ୍ଗିବାର ବିଧି: ପିଣ୍ଡ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହେଉଥିବା ଏହି ଅମୂଲ୍ୟ ଚାଉଳ ଓ ଶସ୍ୟଗୁଡ଼ିକୁ ତଥା ପୂଜା ସାମଗ୍ରୀ ଶେଷରେ ପୋଖରୀ, ନଦୀ କିମ୍ବା ସମୁଦ୍ର ଜଳରେ ଫିଙ୍ଗି ଦିଆଯାଉଛି ଯଦ୍ୱାରା ଖାଦ୍ୟ ସାମଗ୍ରୀ ନଷ୍ଟ ହେବା ସହିତ ପରିବେଶକୁ ମଧ୍ୟ ପ୍ରଦୂଷିତ ହେଉଛି l
( b ) ଭୋକିଲା ଦୁନିଆରେ ଖାଦ୍ୟର ଅପଚୟ: ଯେଉଁ ଦେଶରେ କୋଟି କୋଟି ଲୋକ ଦୁଇବେଳା ମୁଠାଏ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି, କୁପୋଷଣ ଏବଂ ଦାରିଦ୍ର୍ୟ ଦେଶର ଏକ ପ୍ରମୁଖ ସମସ୍ୟା, ସେହି ଦେଶରେ କେବଳ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲକ୍ଷ ଲକ୍ଷ କୁଇଣ୍ଟାଲ୍ ଖାଦ୍ୟଶସ୍ୟକୁ ପାଣିରେ ଫୋପାଡ଼ି ନଷ୍ଟ କରିଦେବା କୌଣସି ବି ପ୍ରକାରେ ଯୁକ୍ତିଯୁକ୍ତ ନୁହେଁ। ଏହା ପ୍ରକୃତରେ ପ୍ରକୃତି ଏବଂ ମାନବିକତା ପ୍ରତି ଏକ ବଡ଼ କୁଠାରଘାତ।
( c ) ବିଜ୍ଞାନ ଓ ଯୁକ୍ତିବାଦର ଦୃଷ୍ଟିକୋଣ: ଆଜିର ଏକବିଂଶ ଶତାବ୍ଦୀର ଡିଜିଟାଲ୍ ଏବଂ ବୈଜ୍ଞାନିକ ଯୁଗରେ ମଧ୍ୟ ଯଦି ଆମେ ଏଭଳି ପ୍ରଥାକୁ ଜାବୁଡ଼ି ରଖିଛେ, ତେବେ ଏହା ଆମର ମାନସିକ ପରାଧୀନତାକୁ ଦର୍ଶାଏ।
ମୃତ୍ୟୁ ପରେ ଆତ୍ମା ଆସି ଚାଉଳ କିମ୍ବା ପିଣ୍ଡ ଖାଏ—ଏହାର କୌଣସି ବୈଜ୍ଞାନିକ କିମ୍ବା ଯୁକ୍ତିଯୁକ୍ତ ପ୍ରମାଣ ନାହିଁ।
ଯଦି ପ୍ରକୃତରେ ପୂର୍ବପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଚଳୀ ଜ୍ଞାପନ କରିବାକୁ ହୁଏ, ତେବେ ସେହି ଖାଦ୍ୟଶସ୍ୟକୁ ନଷ୍ଟ କରିବା ବଦଳେ କୌଣସି ଗରୀବ, ଅସହାୟ, ଅନାଥ କିମ୍ବା କ୍ଷୁଧାର୍ତ୍ତ ବ୍ୟକ୍ତିଙ୍କୁ ଖାଦ୍ୟ ଭାବେ ପ୍ରଦାନ କଲେ ପ୍ରକୃତ ପୁଣ୍ୟ ଏବଂ ମାନବିକତା ପ୍ରକାଶ ପାଇବ।
( 7 ) ମହାପୁରୁଷଙ୍କ ଐତିହାସିକ ଓ ଯୁକ୍ତିବାଦୀ ପ୍ରତିବାଦର ସ୍ୱର :
( a ) ଗୌତମ ବୁଦ୍ଧଙ୍କ ଦୃଷ୍ଟିକୋଣ (କର୍ମବାଦ ଏବଂ ବାହ୍ୟ କର୍ମକାଣ୍ଡର ପ୍ରତ୍ୟାଖ୍ୟାନ):
ଗୌତମ ବୁଦ୍ଧ ସେକାଳର ସମସ୍ତ ଅନ୍ଧବିଶ୍ୱାସ ଏବଂ ବାହ୍ୟ କର୍ମକାଣ୍ଡକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ସ୍ପଷ୍ଟ କରିଥିଲେ ଯେ ମଣିଷର ମୁକ୍ତି କୌଣସି ପବିତ୍ର ନଦୀରେ ଅସ୍ଥି ଭସାଇବା, ହାଡ଼ ବିସର୍ଜନ କରିବା କିମ୍ବା ପିଣ୍ଡ ଦେବା ଦ୍ୱାରା ମିଳେ ନାହିଁ।
ବୁଦ୍ଧଙ୍କ ଦର୍ଶନ ଅନୁସାରେ, ମନୁଷ୍ୟର ଜୀବନ ଓ ପରଲୋକ କେବଳ ତା’ର ନିଜର “କର୍ମ” (ସଦାଚାର, ସତ୍ଚିନ୍ତା ଏବଂ ସତ୍କର୍ମ) ଉପରେ ପୂର୍ଣ୍ଣ ରୂପେ ନିର୍ଭର କରେ। ଧର୍ମ ନାମରେ ଚାଲିଥିବା ଏହି ଆଡ଼ମ୍ବର ଓ ଶୋଷଣ ମାନବ ସମାଜକୁ ଅଜ୍ଞାନତା ଆଡ଼କୁ ଟାଣି ନେଇଥାଏ ବୋଲି ସେ ମତ ଦେଇଥିଲେ।
( b ) ବାବାସାହେବ ଡ. ବି.ଆର୍. ଅମ୍ବେଦକର (ମାନସିକ ଗୋଲାମୀ ଏବଂ ଆର୍ଥିକ ଶୋଷଣର ବିରୋଧ):
ଭାରତୀୟ ସମ୍ବିଧାନର ପ୍ରଣେତା ବାବାସାହେବ ଡ. ବି.ଆର୍. ଅମ୍ବେଦକର ଏହିସବୁ ପରମ୍ପରା ଓ ମୃତ୍ୟୁ ପରବର୍ତ୍ତୀ କର୍ମକାଣ୍ଡୀ ବ୍ୟବସ୍ଥାକୁ “ମାନସିକ ଗୋଲାମୀ” ର ଏକ ପ୍ରମୁଖ ମାଧ୍ୟମ ବୋଲି କଡ଼ା ସମାଲୋଚନା କରିଥିଲେ।
ତାଙ୍କ ବିଶ୍ଳେଷଣ ଅନୁସାରେ, ଏହି ପ୍ରଥାଗୁଡ଼ିକ କେବଳ କିଛି ଲୋକଙ୍କୁ ଧର୍ମୀୟ ଭୟରେ ବାନ୍ଧି ରଖିବା ପାଇଁ ନୁହେଁ, ବରଂ ସମାଜର ଶ୍ରମିକ, ବଞ୍ଚିତ ଏବଂ ତଳସ୍ତରର ଲୋକଙ୍କୁ ଆର୍ଥିକ ଭାବେ ସର୍ବସ୍ୱାନ୍ତ ଓ ପଙ୍ଗୁ କରି ରଖିବାର ଏକ ସୁଚିନ୍ତିତ ଅର୍ଥନୈତିକ ଜାଲ ଥିଲା, ଯାହା ମାଧ୍ୟମରେ ସାଧାରଣ ଜନତାଙ୍କ ସଞ୍ଚୟକୁ ଲୁଟ୍ କରାଯାଉଥିଲା।
( c ) ମହର୍ଷି ଦୟାନନ୍ଦ ସରସ୍ୱତୀ (ଅବୈଦିକ ଏବଂ ଅବୈଜ୍ଞାନିକ ପ୍ରଥାର ପର୍ଦ୍ଦାଫାଶ):
ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀ ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ ‘ସତ୍ୟାର୍ଥ ପ୍ରକାଶ’ (Satyarth Prakash) ରେ ବେଦର ପ୍ରକୃତ ସୂତ୍ରକୁ ଆଧାର କରି ଏହାର ଦୃଢ଼ ପ୍ରତିବାଦ କରିଛନ୍ତି।
ସେ ପ୍ରମାଣ କରି ଦର୍ଶାଇଛନ୍ତି ଯେ ମୃତ୍ୟୁ ପରବର୍ତ୍ତୀ କର୍ମକାଣ୍ଡ, ପିଣ୍ଡଦାନ ଏବଂ ଅସ୍ଥି ବିସର୍ଜନ ଭଳି ପ୍ରଥାଗୁଡ଼ିକ ବେଦ ସମ୍ମତ ନୁହେଁ; ବରଂ ଏହା ସମ୍ପୂର୍ଣ୍ଣ ଅବୈଜ୍ଞାନିକ, ଅବୈଦିକ ଏବଂ କେବଳ ପୁରୋହିତ ଶ୍ରେଣୀର ନିଜସ୍ୱ ସ୍ୱାର୍ଥ ଓ ଆର୍ଥିକ ଲାଭ ପାଇଁ ପରବର୍ତ୍ତୀ କାଳରେ ଗଢ଼ାଯାଇଥିବା ଏକ କପଟପୂର୍ଣ୍ଣ ଜାଲ ଅଟେ।
ଏହି ମହାନ ମନୀଷୀ ମାନଙ୍କ ବିଚାରଧାରାକୁ ଆଧାର କରି ଆଜିର ସମାଜରେ ଅସ୍ଥି ବିସର୍ଜନ ଓ ପିଣ୍ଡାଦାନ ବ୍ୟବସାୟରେ କରାଯାଉଥିବା ସାମାଜିକ ପ୍ରତାରଣା ଓ ଶୋଷଣ ବିରୁଦ୍ଧରେ ଯୁକ୍ତିବାଦୀ ଚେତନା ଜାଗ୍ରତ କରିବାର ନିତାନ୍ତ ଆବଶ୍ୟକତା ରହିଛି।