ବଲାଙ୍ଗିର : 15 ଅଗଷ୍ଟ 2026 : ଆର୍ଯ୍ୟନ ଜାତିର ଵେଦେଶୀ ଆକ୍ରମଣକାରୀଙ୍କ ହାତରେ ଭାରତ ମହାଦେଶ ହଜାର ହଜାର ବର୍ଷ ହେଲା ବ୍ରହ୍ମଣବାଦର ଧାର୍ମିକ ଗୋଲାମିରେ ଆବଦ୍ଧ ହୋଇ ରହିଁଛି l
ବ୍ରାହ୍ମଣବାଦୀଙ୍କୁ ଛାଡିଦେଲେ ଭାରତର ମୂଳ ନିବାସୀ ( SC , ST ଓ OBC ) ହିନ୍ଦୁ କିମ୍ବା ସନାତନୀ ନୁହନ୍ତି l ଜାତିପ୍ରଥାକୁ ପ୍ରଚଳିତ କରି ରଖିବା ପାଈଁ ହିନ୍ଦୁ, ସନାତନ ଧର୍ମ ଓ ହିନ୍ଦୁ ରାଷ୍ଟ୍ର ନାମରେ ଭାରତର ପ୍ରକୃତ ନାଗରିକ ମାନଙ୍କୁ ଭ୍ରମିତ କରି ବ୍ରାହ୍ମଣବାଦୀ ମାନେ ଦେଶର ଶାସନ କ୍ଷମତାକୁ ମଧ୍ୟ ଦଖଲ କରି ନେଇ ସାରିଛନ୍ତି l
ଭାରତ ଗଣତନ୍ତ୍ର ରାଷ୍ଟ୍ର ହୋଇଥିବାରୁ ଦେଶକୁ ସବୁଦିନ ପାଈଁ ଗୋଲାମ କରି ରଖିବା ପାଇଁ ଧର୍ମନିରପେକ୍ଷ୍ୟ ରାଷ୍ଟ୍ର ନାମକୁ ସମ୍ଭିଧାନିରେ ପରିବର୍ତନ କରି ହିନ୍ଦୁରାଷ୍ଟ୍ର କରିବା ଏମାନଙ୍କ ପାଇଁ ଜରୁରୀ ହୋଇପଡିଛି ଓ ସେଥିପାଇଁ ଜୋରଦାର ପ୍ରୟାସ ମଧ୍ୟ ଚଳାଇଛନ୍ତି l
ବ୍ରାହ୍ମଣବାଦୀଙ୍କୁ ଛାଡିଦେଲେ ଭାରତର ମୂଳ ନିବାସୀ ( SC , ST ଓ OBC ) ହିନ୍ଦୁ କିମ୍ବା ସନାତନୀ ନୁହନ୍ତି ଯାହାକି ଭାରତର ପ୍ରତ୍ୟେକ ନାଗରିକ ଜାଣିବାର ନିତାନ୍ତ ଆବଶ୍ୟକତା ରହିଛି l ତତ୍ସମ୍ବନ୍ଧୀୟ ସବିଶେଷ ତଥ୍ୟ ନିମ୍ନରେ ଉପସ୍ଥାପିତ କାରାଯାଇଛି :
( ୧ ) ଭାରତ ମହାଦେଶର ପୁରାତନ ସଭ୍ୟତା କଣ ରହିଥିଲା ?
ଉତ୍ତର ପଶ୍ଚିମ ଭାରତ, ବର୍ତମାନର ପାକିସ୍ତାନ ଓ ଉତ୍ତର ପୂର୍ବ ଆଫଗାନିସ୍ତାନ ଅଞ୍ଚଳରେ ପ୍ରବାହିତ ହେଉଥିବା ସିନ୍ଧୁ ନଦୀର ପାଦ ଦେଶରେ ଭାରତ ମହାଦେଶର ସର୍ବପୁରାତନ ଅତ୍ୟାଧୁନିକ ଇନ୍ଦୁସ ଉପତ୍ୟକା ସଭ୍ୟତା ( Indus Valley Civilization ) 3300-1300 BCE ରେ ଗଢି ଉଠିଥିଲା ଯାହାକୁ ହରପ୍ପାନ ସଭ୍ୟତା ମଧ୍ୟ କୁହାଯାଉଥିଲା l
ଇଟାରେ କୋଠାବାଡ଼ି , ଉନ୍ନତ ମାନର ରାସ୍ତା ସହିତ ପାଣି ନିଷ୍କାସନ ପାଇଁ ନାଳ ତିଆରି କରାଯାଉଥିଲା, ଲୋକେ ତମ୍ବlରେ ନିର୍ମିତ ବାସନ କୁଶଳ ବ୍ୟବହାର କରୁଥିଲେ ଓ କଳାକୃତି ଅତି ବିକଶିତ ହୋଇ ରହିଥିଲା l ଏଥିସହିତ ଟିଣ ଓ ସିଶାର ବ୍ୟବହାର ମଧ୍ୟ ସେଠିକାର ଅଧିବାସୀ ମାନେ ଜାଣିଥିଲେ l
କୃଷି ଜାତ ଦ୍ରବ୍ୟର ଉତ୍ପାଦନ ଓ ପଶୁପାଳନ କରି ଲୋକେ ଜୀବିକା ନିର୍ବାହ କରୁଥିଲେ l ସମସ୍ତ ସହର ମାନଙ୍କ ମଧ୍ୟରେ ହରପ୍ପା ଓ ମହେଞ୍ଜୋଦାରୋ ନାମକ ଦୁଇଟି ସହର ଅତିମାତ୍ରରେ ବିକଶିତ ହୋଇ ରହିଥିଲା l ସ୍ୱାସ୍ଥ୍ୟ ରକ୍ଷ୍ୟା, ସ୍ୱଚ୍ଛତା ଓ ପରିମଳ ପରିଚାଳନା ବ୍ୟବସ୍ଥା ଅତି ଉନ୍ନତ ମାନରଥିଲା l
ଭାରତ ଓ ପାକିସ୍ଥାନ ଅଞ୍ଚଳରେ ସ୍ଥିତ ପଂଜାବ ପ୍ରଦେଶରେ ବିଂଶ ଶପ୍ତlଦ୍ଧିରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କରାଯାଇଥିବା xସର୍ବେକ୍ଷଣରେ ହରପ୍ପା ଓ ମହେଞ୍ଜୋଦାରୋ ସହରର ଭଗ୍ନାଂଶ ମାଟିତଳୁ ଉଦ୍ଧାର କରାଯାଇଥିଲା l
( ୨ ) ଆର୍ଯ୍ୟନ ଜାତିର ବିଦେଶୀ ଆକ୍ରମଣ କାରୀମାନେ ଭାରତ ମହାଦେଶର ମୂଳ ସଭ୍ୟତକୁ ବିଧ୍ୟାଂଶ କରି କିଭଳି ଭାବରେ ବୈଦିକ ସଭ୍ୟତାକୁ ପ୍ରଚଳିତ କରିଥିଲେ ?
ଆର୍ଯ୍ୟନ ଜାତିର ଯାଯାବର ଶ୍ରେଣୀୟ ଲୋକ ତୁର୍କମେନିସ୍ଥାନ , କାଜକସ୍ଥାନ, ଉଜବେକିସ୍ଥାନ ଇତ୍ୟାଦି ଅନେକ ଦେଶରୁ ପଳାୟନ କରି ଆସି ମଧ୍ୟ -ଏସିଆରେ ବସବାସ କରି ରହିଥିଲେ l ବର୍ଷlର ଘୋର ଅଭାବ ହେଵା କାରଣରୁ ଜମି ମରୁଭୂମି ସଦୃଶ ପାଲଟି ଯାଇଥିଲା l
ସେଠାରେ ବସବାସ କରିବା ସେମାନଙ୍କ ପାଇଁ ସମ୍ଭବ ପର ହୋଇ ନପାରିବାରୁ ଦେଶଛାଡି ମଧ୍ୟ -ଏସିଆର ( a ) ଦକ୍ଷିଣାଞ୍ଚଳରେ ରହିଥିବା ଭାରତ ମହାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା ( b ) ପଶ୍ଚିମାଞ୍ଚଳରେ ରହିଥିବା ଇରାନ, ସିରିୟl, ତୁର୍କୀ ( c ) ଆଫଗାନିସ୍ତାନ ଓ ମଧ୍ୟ -ଏସିଆ ପାଖରେ ରହିଥିବା ବିଭିନ୍ନ ଦେଶକୁ ପଳାୟନ କରିଥିଲେ l
ଶିଳ୍କ ରୋଡ଼ରେ ରହିଥିବା ଖାଇବର ପାସ ରାସ୍ତା ଦେଇ ଏମାନେ ରଥ, ଘୋଡା, ତମ୍ବା ଓ କଂସାରେ ତିଆରି କରାଯାଇଥିବା ଅସ୍ତ୍ରଶସ୍ତ୍ର , ବିଭିନ୍ନ ପ୍ରକାରର ପଶୁ, ପକ୍ଷୀ ଓ ରିକ ବେଦ ସାଙ୍ଗରେ ଆଣି ସର୍ବ ପ୍ରଥମେ 2000-1800 BCE ରେ ସିନ୍ଧୁ ଉପତ୍ୟକରେ ପହଞ୍ଚିଥିଲେ l
ସେଠାରେ ରହିଥିବା ଭାରତ ମହାଦେଶର ସର୍ବପୁରାତନ ଇନ୍ଦୁସ ଉପତ୍ୟକା ସଭ୍ୟତା ଉପରେ ଆକ୍ରମଣ କରି ଶାନ୍ତିପ୍ରିୟ ଦେଶର ମୂଳନିବାଦୀଙ୍କୁ ବର୍ବରତlର ସହିତ ନରସଂହାର କରିବାରୁ ଲୋକେ ପ୍ରାଣ ଭୟରେ ଦେଶର ଦକ୍ଷିଣାଞ୍ଚଳକୁ ( ଦକ୍ଷିଣା ଭାରତ ) ପଳାୟନ କରିଥିଲେ l
ଆର୍ଯ୍ୟନ ଜାତିର ଲୋକେ ଇନ୍ଦୁସ ଉପତ୍ୟକାକୁ ନିଜ ଅଧୀନକୁ ନେଲାପରେ ଭାରତ ମହାଦେଶର ପୁରାତନ ସଭ୍ୟତା ଓ ସଂସ୍କୃତିକୁ ବିଧ୍ୟାଂଶ କରିଦେଇ ରିକ ବେଦ ଆଧାରରେ ବୈଦିକ ସଂସ୍କୃତି ଓ ଜାତିପ୍ରଥାକୁ ଦେଶରେ ସର୍ବ ପ୍ରଥମେ ୧୫ ୦୦-୧୦୦୦ BCE ରେ ପ୍ରଚଳିତ କରିଥିଲେ l
( ୩ ) ଭାରତ ମହାଦେଶରେ ସର୍ବପ୍ରଥମେ ବ୍ରହ୍ମଣବାଦ ଓ ଜାତିପ୍ରଥାର ପ୍ରଚଳନ କିଭଳି ଭାବରେ କରାଯାଇଥିଲା ?
ଆର୍ଯ୍ୟନ ଜାତିର ଲୋକେ ସପ୍ତନଦୀ ସିନ୍ଧୁ, ସରସ୍ବତୀ, ଝେଲୁମ, ଚେନlବ, ରବି, ବେଆସ, ସତଲେଜ ନଦୀ ଉପତ୍ୟକରେ ବଡବାସ ୧୫୦୦-୧୦୦୦ BCE ରେ ଆରମ୍ଭ କରି ଦେଇଥିଲେ l ତାପରବତ୍ତି ସମୟରେ ୧୦୦୦-୫୦୦ BCE ରେ ସେମାନେ ଗଙ୍ଗା ଓ ଯମୁନା ଉପତ୍ୟକରେ ମଧ୍ୟ ବସବାସ କରିଥିଲେ l
ସେସମୟରେ ସରସ୍ବତୀ ନଦୀର ଉପତ୍ୟକ ଦେଶରେ ଜାତିପ୍ରଥା ଓ ବ୍ରାହ୍ମଣବାଦ ପ୍ରଚଳିତ କରିବା ପାଇଁ ଆର୍ଯ୍ୟନ ଜାତିର ଲୋକଙ୍କର କେନ୍ଦ୍ରସ୍ଥଳୀ ପାଲଟି ଯାଇଥିଲା l ଭାରତୀୟ ଅଧିବାସୀ ମାନଙ୍କୁ ଧାର୍ମିକ ଗୋଲମୀରେ ଆବଦ୍ଧ କରି ରଖିବା ପାଇଁ ସେମାନଙ୍କ ଦ୍ୱାରା ବୈଦିକ କାଳରେ ରିକ୍ ବେଦର 7 ପଦ୍ୟାଂଶର 10-୯୦ ଛନ୍ଦରେ ରହିଥିବା ପୁରୁଷସୂକ୍ତ ନାମକ ଶ୍ଲୋକକୁ ଭୁଲ ବ୍ୟାଖ୍ୟା କରାଯାଇ ସର୍ଵ ପ୍ରଥମେ ଭାରତ ମହାଦେଶରେ ଜାତିପ୍ରଥାର ସଂରଚନା କରlଯାଇଥିଲା l
ପୁରୁଷ ସୂକ୍ତ ଶ୍ଲୋକ ଅନୁଯାୟୀ ଭଗବାନ ବ୍ରହ୍ମା ଜାତିପ୍ରଥାର ସଂରଚନା କରିବା ପାଇଁ ଏକ ବଡଧରଣର ହୋମଯଜ୍ଞ/ କର୍ମକାଣ୍ଡ କରି ସେଥିରେ ଜଣେ ପୁରୁଷକୁ ଉତ୍ସର୍ଗ କରିଥିଲେ l ଯାହାର ହଜାରେ ମୁଣ୍ଡା /ହାତ / ଗୋଡ ଓ ପୃଥିବୀ ଆକାରର ଶରୀର ରହିଥିଲା l ହୋମଯଜ୍ଞରେ ପୁରୁଷକୁ ଉତ୍ସର୍ଗ କଲାପରେ ତାପାଟିରୁ ବ୍ରାହ୍ମଣ , ହାତରୁ କ୍ଷତ୍ରିୟ , ଅଣ୍ଟାରୁ ବୈଶ୍ୟ ଓ ପାଦରୁ ଶୂଦ୍ର ଆବିର୍ଭାବ ହୋଇଥିଲେ l
ଏଭଳିଆ କାଳ୍ପନିକ ଓ ଅସତ୍ୟ ବିଷୟବସ୍ତୁ ଆଧାରରେ ଜାତିପ୍ରଥର ପ୍ରଚଳନ କରି ଆର୍ଯ୍ୟନ ଜାତିର ବିଦେଶୀ ଆକ୍ରମଣ କାରୀମାନେ ବ୍ରାହ୍ମଣ ପାଲଟି ଯାଇଥିଲେ l ଆର୍ଯ୍ୟନ ଜାତିର ଲୋକେ ଜାତିପ୍ରଥା ଆଧରରେ ଦେଶରେ ବ୍ରାହ୍ମଣବାଦର ଓ ଜାତିପ୍ରଥାର ପ୍ରଚଳନ କରି ଭାରତର ମୂଳନୀବାସୀ ଲୋକଙ୍କୁ ବିଭିନ୍ନ ଜାତିରେ ଭାଗ ଭାଗ କରିଦେଇ ତାଙ୍କ ଅଧୀନରେ ପରିଚାଳିତ କରି ବର୍ତମାନ ପର୍ଯ୍ୟନ୍ତ ଶୋଷଣ ଓ ଅତ୍ୟାଚାର କରିଚାଲିଛନ୍ତି l
ରିକ୍ ବେଦରେ ପୁରୁଷ ସୂକ୍ତ ଶ୍ଲୋକ ପ୍ରଥମରୁ ଉଲ୍ଲେଖ ନଥିଲା ପରବର୍ତ୍ତୀ ସମୟରେ ବ୍ରାହ୍ମଣ ବାଦିଙ୍କ ଦ୍ବାରା ଏହାକୁ ଉଦ୍ଧେଶ୍ୟ ମୂଳକ ଭାବରେ ପୁରାଇ ଦିଆଯାଇଛି ବୋଲି ଅନେକ ଇତିହାସକlରଙ୍କ ମତ ରହିଛି l
ତାପରବର୍ତ୍ତୀ ସମୟରେ ବ୍ରହ୍ମା, ବିଷ୍ନୁ, ମହେଶ୍ୱର,, ରାମ, ପର୍ଶୁରାମ, ହନୁମାନ, କୃଷ୍ଣ, ବଳରାମ, ତେତିଶ କୋଟି ଦେବାଦେବୀ ଇତ୍ୟାଦି ଅନେକ କାଳ୍ପନିକ ଭଗବାନ ତିଆରି କରି ଦେଶରେ ଲୋକଙ୍କ ମନରେ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଭରିଦେଇ ଗୋଟିଏ ପ୍ରକାର ଦେଶର ପ୍ରକୃତ ଅଧିବାସୀଙ୍କୁ ଧାର୍ମିକ ଗୋଲାମୀରେ ଅବଦ୍ଧ କରିଦେଇଥିଲେ l ଯଦ୍ୱାରା ବୈଦିକ ସଂସ୍କୃତି ଭାରତ ମହାଦେଶର ମୂଳ ସଂକୃତି ପାଲଟି ଯାଇଛି l
( ୪ ) ବ୍ରାହ୍ମଣବାଦୀଙ୍କୁ ଛାଡିଦେଲେ ଭାରତର ମୂଳ ନିବାସୀ ( SC , ST ଓ OBC ) ହିନ୍ଦୁ କିମ୍ବା ସନାତନୀ ନୁହନ୍ତି l
ଭୌଗୋଳିକ ପରିଚୟ: ଆରମ୍ଭରେ “ହିନ୍ଦୁ” କୌଣସି ନିର୍ଦ୍ଦିଷ୍ଟ ଧର୍ମର ନାମ ନଥିଲା। ସିନ୍ଧୁ ନଦୀ ଆରପାରିରେ ବାସ କରୁଥିବା ସମସ୍ତ ଲୋକଙ୍କୁ ଚିହ୍ନଟ କରିବା ପାଇଁ ବିଦେଶୀମାନେ ପ୍ରଥମେ ଏହି ଶବ୍ଦର ବ୍ୟବହାର କରିଥିଲେ।
“ହିନ୍ଦୁ” (Hindu) ଶବ୍ଦର ଇତିହାସ ଏବଂ ଏହାର କାଳକ୍ରମ (Timeline) ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ନିମ୍ନରେ ଦିଆଗଲା :
( a ) ବୈଦିକ କାଳ (ଖ୍ରୀଷ୍ଟପୂର୍ବ ୧୫୦୦ – ୧୦୦୦) – ମୂଳ ଶବ୍ଦ “ସିନ୍ଧୁ”
ଋଗ୍ବେଦରେ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳକୁ “ସପ୍ତ ସିନ୍ଧୁ” (ସାତଟି ନଦୀର ଦେଶ) କୁହାଯାଇଛି l ଏହି ସମୟରେ ଏହା କୌଣସି ଧର୍ମ ନଥିଲା, ବରଂ କେବଳ ସିନ୍ଧୁ ନଦୀ (Indus River) ର ଆଖପାଖ ଭୌଗୋଳିକ ଅଞ୍ଚଳକୁ ବୁଝାଉଥିଲା l
( b ) ପ୍ରାଚୀନ ପାରସ୍ୟ ଶିଳାଲେଖ (ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀ) – “ହିନ୍ଦୁ” ଶବ୍ଦର ପ୍ରଥମ ପ୍ରମାଣ :
ବର୍ଷ ଖ୍ରୀଷ୍ଟପୂର୍ବ ୫୧୬ – ୪୯୦ (516–490 BCE): ପାରସ୍ୟର (ଆଧୁନିକ ଇରାନ) ମହାନ ସମ୍ରାଟ ଡାରିୟସ୍-୧ (Darius I) ସିନ୍ଧୁ ପ୍ରଦେଶକୁ ନିଜ ସାମ୍ରାଜ୍ୟରେ ମିଶାଇଥିଲେ l
ତାଙ୍କର ପ୍ରସିଦ୍ଧ ପଥର ଖୋଦିତ ଶିଳାଲେଖ (Naqsh-e Rustam DNa Inscription) ରେ ଏହି ଅଞ୍ଚଳକୁ “ହିନ୍ଦୁଶ୍” (Hinduš) ବୋଲି ଉଲ୍ଲେଖ କରାଯାଇଛି, ଯାହାକି ଲିଖିତ ଇତିହାସରେ “ହିନ୍ଦୁ” ଶବ୍ଦର ସବୁଠାରୁ ପୁରୁଣା ପ୍ରମାଣ l
ପାର୍ସୀ ଭାଷାରେ “ସ” (S) ଅକ୍ଷରର ଉଚ୍ଚାରଣ “ହ” (H) ହେଉଥିବାରୁ “ସିନ୍ଧୁ” ଶବ୍ଦଟି “ହିନ୍ଦୁ” ରେ ପରିଣତ ହୋଇଥିଲା l
( c ) ମଧ୍ୟଯୁଗ (ଖ୍ରୀଷ୍ଟାବ୍ଦ ୮ମ ରୁ ୧୪ଶ ଶତାବ୍ଦୀ) – “ଆଲ୍-ହିନ୍ଦ୍” ଏବଂ “ହିନ୍ଦୁସ୍ତାନ” :
ଆରବୀ ଏବଂ ତୁର୍କୀ ଆକ୍ରମଣକାରୀମାନେ ଭାରତକୁ ଆସିବା ପରେ ଏହି ସମ୍ପୂର୍ଣ୍ଣ ଭୂଖଣ୍ଡକୁ “ଆଲ୍-ହିନ୍ଦ୍” (Al-Hind) ବା “ହିନ୍ଦୁସ୍ତାନ” କହିଲେ l ସେହି ସମୟରେ ମଧ୍ୟ ଏହା ଏକ ଭୌଗୋଳିକ ପରିଚୟ ଥିଲା, ଯାହାର ଅର୍ଥ ଥିଲା “ଭାରତବର୍ଷର ଅଧିବାସୀ” l
( d ) ବ୍ରିଟିଶ ଶାସନ କାଳ (୧୮୩୦ ଖ୍ରୀଷ୍ଟାବ୍ଦ) – ଧାର୍ମିକ ସଂଜ୍ଞା “ହିନ୍ଦୁଇଜିମ୍” :
ବର୍ଷ ୧୮୩୦ (1830 AD): ବ୍ରିଟିଶମାନେ ଜନଗଣନା ଏବଂ ଆଇନଗତ ବ୍ୟବସ୍ଥା ପାଇଁ ଭାରତର ବିଭିନ୍ନ ଧାର୍ମିକ ପରମ୍ପରାକୁ ଗୋଟିଏ ଶ୍ରେଣୀରେ ରଖିବାକୁ ଚାହିଁଲେ ।
ଏହି ସମୟରେ ପ୍ରଥମ କରି “ହିନ୍ଦୁଇଜିମ୍” (Hinduism) ଶବ୍ଦର ପ୍ରଚଳନ ଆରମ୍ଭ ହେଲା, ଯାହା ଭାରତର ସମସ୍ତ ନିବାସୀ (ଯେଉଁମାନେ ମୁସଲମାନ କିମ୍ବା ଖ୍ରୀଷ୍ଟିଆନ ନଥିଲେ) ସେମାନଙ୍କର ଧର୍ମକୁ ବୁଝାଇଲା l
( e ) ବ୍ରାହ୍ମଣବାଦୀ ମାନେ ଇନ୍ଦୁସ ଉପତ୍ୟକାରୁ ଦେଶର ମୂଳ ନିବାସୀଙ୍କୁ ଆକ୍ରମଣ କରି ବିତାଡିତ କରିଦେଇଥିଲେ l
ଆର୍ଯ୍ୟନ ଜାତିର ବ୍ରାହ୍ମଣବାଦୀ ମାନେ ଭାରତ ମହାଦେଶର ସର୍ବ ପୁରାତନ ଇନ୍ଦୁସ ଉପତ୍ୟକା ସଭ୍ୟତା ଉପରେ ଆକ୍ରମଣ କରି ଦେଶର ମୂଳନିବାଦୀଙ୍କୁ ବର୍ବରତlର ସହିତ ନରସଂହାର କରିବାରୁ ସେମାନେ ପ୍ରାଣ ଭୟରେ ଦକ୍ଷିଣାଞ୍ଚଳକୁ ( ଦକ୍ଷିଣା ଭାରତ ) ପଳାୟନ କରିଥିଲେ l
ଇନ୍ଦୁସ ଉପତ୍ୟକାକୁ ନିଜ ଅଧୀନକୁ ନେଲାପରେ ଭାରତ ମହାଦେଶର ପୁରାତନ ସଭ୍ୟତା ଓ ସଂସ୍କୃତିକୁ ବିଧ୍ୟାଂଶ କରିଦେଇ କେବଳ ଆର୍ଯ୍ୟନ ଜାତିର ଲୋକେ ସେଠାରେ ରହୁଥିଲେ l ତେଣୁ ବ୍ରାହ୍ମଣବାଦୀଙ୍କୁ ଛାଡିଦେଲେ ଭାରତର ମୂଳ ନିବାସୀ ( SC , ST ଓ OBC ) ହିନ୍ଦୁ କିମ୍ବା ସନାତନୀ ନୁହନ୍ତି l
( ୫ ) ଆର୍ଯ୍ୟନ ଜାତିର ଵେଦେଶୀ ଆକ୍ରମଣ କାରୀଙ୍କ ହାତରେ ଭାରତ ମହାଦେଶ କିଭଳି ଭାବରେ ସବୁଦିନ ପାଇଁ ଗୋଲାମ ହେବାକୁ ଯାଉଛି ?
ଆର୍ଯ୍ୟନ ଜାତିର ଲୋକେ ଅନେକ ହିନ୍ଦୁ ସଂଗଠନ ତିଆରି କରି ହିନ୍ଦୁସମାଜ ଓ ସନାତନ ଧର୍ମ ନାମରେ ଜନସାଧରଣଙ୍କୁ ଭ୍ରମିତ କରି ଦେଶର ଶାସନ କ୍ଷମତା ମଧ୍ୟ ଦଖଲ କରିସାରିଛନ୍ତି l
ଏଠାରେ ପ୍ରକାଶ ଥାଉକି ବ୍ରିଟିଶ ସରକାର ବିରୋଧରେ କରାଯାଇଥିବା ସ୍ୱାଧୀନତା ସଂଗ୍ରାମରେ ତଥାକଥିତ ଆର୍ଯ୍ୟନ ଜାତିର ଲୋକେ ସାମିଲ ହୋଇନଥିଲେ l ମାତ୍ର ଦେଶ ସ୍ୱାଧୀନତା ପାଇଲା ପରେ ହିଦୁରାଷ୍ଟ୍ର ନାମରେ ସମ୍ବିଧାନରେ ବ୍ରହ୍ମଣବାଦ ସ୍ଥାପନା କରିବାରେ ବିଫଳ ହୋଇଯିବାରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ l
ବର୍ତମାନ ସମ୍ବିଧାନରେ ରହିଥିବା ( a ) ଧର୍ମନିରପେକ୍ଷ ରାଷ୍ଟ୍ର ନାମକୁ ପରିବର୍ତ୍ତନ କରି ହିନ୍ଦୁ ରାଷ୍ଟ୍ର କରିବା l ( b ) ଆରକ୍ଷଣ ଉଛେଦ : ସମ୍ବିଧାନ ସଂଶୋଧନ ବଳରେ ଭାରତରୁ ଆରକ୍ଷଣକୁ ସବୁଦିନ ପାଇଁ ଉଛେଦ କରିଦେବାଏମାନଙ୍କ ଜୀବନର ମୂଳଲକ୍ଷ୍ୟ ପାଲଟି ଯାଇଛି l
ହିନ୍ଦୁରାଷ୍ଟ୍ର ନାମରେ ଯଦି ବ୍ରାହ୍ମଣବାଦୀ ମାନେ ସମ୍ବିଧାନକୁ ପରିବର୍ତ୍ତନ କରିବାରେ ସଫଳ ହୋଇଯିବେ ତାହେଲେ ଭାରତ ମହାଦେଶ ବିଦେଶୀ ଆକ୍ରମଣ କାରି ଆର୍ଯ୍ୟନ ଜାତିର ଲୋକଙ୍କ ହାତରେ ସବୁଦିନ ପାଇଁ ଗୋଲାମ ପାଲଟିଯିବ l