ବଲାଙ୍ଗିର : 09 ଜୁନ 2023 : ରାଜପରିବାର ଦୀର୍ଘ ପଚାଶବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ବିଭିନ୍ନ ପଦପଦବୀରେ ନିର୍ବାଚିତ ହୋଇ ବଂଶାନୁକ୍ରମେ ତିନୋଟି ପିଢି ଏକଛତ୍ରବାଦୀ ଭାବରେ ବଲାଙ୍ଗିର ଲୋକସଭା ଅଞ୍ଚଳରେ ଅଖଣ୍ଡ କ୍ଷମତାର ଉପଭୋଗ କରି ଚାଲିଛନ୍ତି l ଯାହାକି ବଲାଙ୍ଗିର ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ଭାବରେ ଲିପିବଦ୍ଧ ଘଟାଇବାର ହୋଇ ରହିବ l
ମାତ୍ର ବିଗତ ନିର୍ବାଚନ ମାନଙ୍କରେ ଜନସାଧାରଣଙ୍କ ସଚେତନତା କାରଣରୁ ସେମାନଙ୍କ ମଧ୍ୟରୁ ଅନଙ୍ଗ ଉଦୟ ସିଂହଦେଓ , କନକବର୍ଦ୍ଧନ ସିଂହଦେଓ , କଳିକେଶ ନାରାୟଣ ସିଂହଦେଓ , ଆର୍କେଶ ନାରାୟଣ ସିଂହଦେଓ ପ୍ରତ୍ୟାକ୍ଷୀତ ହୋଇ ସାରିଛନ୍ତି l ସଙ୍ଗୀତ କୁମାରୀ ସିଂହଦେଓ ବର୍ତ୍ତମାନ୍ ସଂସାଦ ରହିଥିଲେ ସୁଦ୍ଧା ତାଙ୍କର ଜନସାଧାରଣଙ୍କ ପ୍ରତି ରହିଥିବା ଖରାପ ଆଭିମୁଖ୍ୟ କାରଣରୁ ଆଗାମୀ ନିର୍ବାଚନରେ ନିଶ୍ଚିତ ଭାବରେ ପ୍ରତ୍ୟାକ୍ଷୀତ ହେବେ l
ରାଜପରିବାରଙ୍କ ଦୀର୍ଘ ପଚାଶ ବର୍ଷର ଅଭିଶପ୍ତ ଶାସନକାଳ
ସମୀକ୍ଷା କରିବାକୁ ହେଲେ ନିମ୍ନଲିଖିତ କେତୋଟି ପ୍ରଶ୍ନର ଉତ୍ତର ଆପଣ ମାନେ ଜାଣିବାର ନିତାନ୍ତ ଆବଶ୍ୟକତା ରହିଛି :
( 1 ) ବଲାଙ୍ଗିର ଲୋକସଭା ଅଞ୍ଚଳରେ ରାଜପରିବାର ବିଭିନ୍ନ ନିର୍ବାଚିତ ପଦପଦବୀରେ ରହି କିଭଳି ଭାବରେ ଅଖଣ୍ଡ କ୍ଷମତାର ଉପଭୋଗ କରିଛନ୍ତି ?
( 2 ) ସେମାନଙ୍କ ଅଭିଶପ୍ତ ଶାସନକାଳ ସମୟରେ ବଲାଙ୍ଗିର ଲୋକସଭା ଅଞ୍ଚଳ ଜନସାଧାରଣଙ୍କୁ କଣ ମିଳିଛି ?
( 3 ) କରୋନା ମହାମାରୀ ସମଯରେ ଏମାନଙ୍କ ଭୂମିକା କଣ ରହିଥିଲା ?
( 4 ) ଜନସାଧାରଣ ଏମାନଙ୍କର ରାଜନୈତିକ ଭବିଷ୍ୟତ ନଷ୍ଠ କରିଦେବା ପାଇଁ କଣ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ?
ଉପରୋକ୍ତ ପ୍ରଶ୍ନର ସଠିକ ଉତ୍ତର. ଜାଣିବାକୁ ହେଲେ ନିମ୍ନରେ ଉପସ୍ଥାପନ କରାଯାଇଥିବା ବିଷୟବସ୍ତୁ ଉପରେ ଆପଣ ମାନେ ଅବଗତି ହେବାର ନିତାନ୍ତ ଆବଶ୍ୟକତା ରହିଛି l
( 1 ) ବଲାଙ୍ଗିର ଲୋକସଭା ଅଞ୍ଚଳରେ ରାଜପରିବାର ବିଭିନ୍ନ ନିର୍ବାଚିତ ପଦପଦବୀରେ ରହି କିଭଳି ଭାବରେ ଅଖଣ୍ଡ କ୍ଷମତାର ଉପଭୋଗ କରିଛନ୍ତି ?
1950 – 1962 ମସିହା : ରାଜେନ୍ଦ୍ର ନାରାୟଣ ସିଂହଦେଓ ଗଣତନ୍ତ୍ର ପରିଷଦ ସଭାପତି ପଦବୀରେ ରହିଥିଲେ l
1951 ମସିହା : ରାଜେନ୍ଦ୍ର ନାରାୟଣ ସିଂହଦେଓ କଳାହାଣ୍ଡି ବଲାଙ୍ଗିର ଲୋକସଭl ଆସନରୁ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବରେ ପ୍ରଥମ ଲୋକସଭାକୁ ନିର୍ବାଚିତ ହୋଇଥିଲେ l
1957 ମସିହା : ରାଜେନ୍ଦ୍ର ନାରାୟଣ ସିଂହଦେଓ ଟିଟିଲାଗଡ଼ ବିଧାନସଭା ଆସନରୁ ନିର୍ବାଚିତ ହୋଇ ରାଜ୍ୟ ବିରୋଧୀ ଦଳ ନେତା ଭାବରେ ଅବସ୍ଥାପିତ ହୋଇଥିଲେ l
ସେସମୟର କଂଗ୍ରେସ ସରକାରର ପତନ ପରେ ଗଣତନ୍ତ୍ର ପରିଷଦ ଓ କଂଗ୍ରେସ ପାର୍ଟି ଦ୍ଵାରା ମିଳିତ ସରକାର ଗଠିତ ହୋଇଥିଲI I ରାଜେନ୍ଦ୍ର ନାରାୟଣ ସିଂହଦେଓ 22 ମେ 1959 ତାରିଖ ଦିନ ଅର୍ଥ ମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ l
1961 ମସିହା : ରାଜେନ୍ଦ୍ର ନାରାୟଣ ସିଂହଦେଓ କଣ୍ଟାବାଞ୍ଜି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ l
1962 ମସିହା : ଗଣତନ୍ତ୍ର ପରିଷଦ ସ୍ଵତନ୍ତ୍ର ପାର୍ଟି ସହିତ ବିଳୟ ହେଲାପରେ ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ଵତନ୍ତ୍ର ପାର୍ଟିର ସଭାପତି ଭାବରେ ମନୋନୀତ ହୋଇଥିଲେ l
1967 ମସିହା : ରାଜେନ୍ଦ୍ର ନାରାୟଣ ସିଂହଦେଓ ବଲାଙ୍ଗିର ବିଧାନସଭା ଆସନରୁ ସ୍ଵତନ୍ତ୍ର ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇ ସ୍ଵତନ୍ତ୍ର ଓ ହରେକୃଷ୍ଣ ମହତାବଙ୍କ ଓଡିଶା ଜନ କଂଗ୍ରେସ ପାର୍ଟିର ମିଳିତ ସରକାରରେ 8 ମାର୍ଚ୍ଚ 1967 ତାରିଖ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ସପଥ ଗ୍ରହଣ କରିଥିଲେ l
1971 ଓ 1974 ମସିହା : ରାଜେନ୍ଦ୍ର ନାରାୟଣ ସିଂହଦେଓ ବଲାଙ୍ଗିର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ l
1974 ମସିହା : ଅନଙ୍ଗ ଉଦୟ ସିଂଦେଓଙ୍କ ଲୋଇସିଂହା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ l
1990, 1995, 2000, 2004 ଓ 2009 ମସିହା : ଅନଙ୍ଗ ଉଦୟ ସିଂଦେଓଙ୍କ ବଲାଙ୍ଗିର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ l
2000 ଓ 2004 ମସିହା : ବିଜେଡି ଓ ବିଜେପି ମିଳିତ ସରକାରରେ ଅନଙ୍ଗ ଉଦୟ ସିଂଦେଓଙ୍କ ପ୍ରଥମେ ପୂର୍ତ୍ତ ବିଭାଗ ଓ ତାପରେ ଅବକାରୀ ଓ ଖଣି ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ l
2014 ରୁ 2018 ମସିହା : ଅନଙ୍ଗ ଉଦୟ ସିଂହଦେଓ ରାଜ୍ୟସଭା ସାଂସଦ ଭlବରେ ଓଡିଶାରୁ ମନୋନୀତ ହୋଇଥିଲେ l
1995, 2000, 2004, 2009, 2014 ମସିହା : କନକ ବର୍ଦ୍ଧନ ସିଂହଦେଓ ପାଟଣାଗଡ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ l
2000 ଓ 2004 ମସିହା : ବିଜୁ ଜନତା ଦଳ ଓ ବିଜେପିର ମିଳିତ ସରକାରରେ କନକ ବର୍ଦ୍ଧନ ସିଂହଦେଓ ପ୍ରଥମେ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ବିଭାଗ ଓ ତାପରେ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ l
2004 ମସିହା : କଳିକେଶ ନାରାୟଣ ସିଂହଦେଓ ସଇଁତଳା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ l
ବଲାଙ୍ଗିର ଲୋକସଭା ଆସନରୁ ବିଭିନ୍ନ ସମୟରେ ରାଜପରିବାରର ସଦସ୍ୟ ମାନେ ନିର୍ବାଚିତ ହୋଇଥିବା ତାଲିକା ଆପଣ ମାନଙ୍କ ଅବଗତି ନିମନ୍ତେ ନିମ୍ନରେ ପ୍ରଦାନ କରାଗଲା l
1967 ଓ 1971 ମସିହା : ରାଜ ରାଜ ସିଂହ ଦେଓ ନିର୍ବାଚିତ ହୋଇଥିଲେ l
1998 , 1999 ଓ 2004 ମସିହା : ସଙ୍ଗୀତା କୁମାରୀ ସିଂହଦେଓ ନିର୍ବାଚିତ ହୋଇଥିଲେ l
2009 ଓ 2014 ମସିହା : କଳିକେଶ ନାରାୟଣ ସିଂହଦେଓ ନିର୍ବାଚିତ ହୋଇଥିଲେ l
2019 ମସିହା : ସଙ୍ଗୀତା କୁମାରୀ ସିଂହଦେଓ ନିର୍ବାଚିତ ହୋଇଥିଲେ l
ରାଜପରିବାର ବିଭିନ୍ନ ସମୟରେ ନିର୍ବାଚିତ ହୋଇଥିବା ପଦପଦବୀ ଗୁଡିକକୁ ଠିକ୍ ଭାବରେ ଅନୁଧ୍ୟାନ କଲେ , ଏମାନେ କିଭଳି ଭାବରେ ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅଖଣ୍ଡ କ୍ଷମତାର ଉପଭୋଗ କରିଛନ୍ତି ତାହା ଭଲଭାବରେ ଜାଣିପାରିବେ l
( 2 ) ରାଜପରିବାର ଏକଛତ୍ରବାଦୀ ଭାବରେ ବଲାଙ୍ଗିର ଲୋକସଭା ଅଞ୍ଚଳକୁ ଅବହେଳିତ କରି ଚଳାଇ ଆସୁଥିବା ଅଭିଶପ୍ତ ଶାସନକାଳ ସମୟରେ ଜନସାଧାରଣ କଣ ପାଇଛନ୍ତି ସେସମ୍ବନ୍ଧୀୟ ସମସ୍ତ ତଥ୍ୟ ନିମ୍ନରେ ଉପସ୍ଥାପନ କରାଗଲା l
( a ) ରାଜପରିବାର ନିଜର ସୁଚିନ୍ତିତ ରଣନୀତି ଅନୁଯାଇ ସଦାବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ଜଳସେଚନ ଓ ଗମନାଗମନ ଇତ୍ୟାଦି କ୍ଷେତ୍ରରେ ଜାଣିଶୁଣି ଘୋର ଅବହେଳା କରି ବଲାଙ୍ଗିର ଲୋକସଭା ଅଞ୍ଚଳକୁ ବିପର୍ଯ୍ୟସ୍ଥ ଅବସ୍ଥାରେ ରଖୁଥିଲେ l କାରଣ ଜନସାଧାରଣ ଅଶିକ୍ଷିତ ହୋଇ ଖାଇବାକୁ ନପାଇଲେ ଲୋକଙ୍କ ଭାବାବେଗ ସହିତ ଖେଳଖେଳି ତଥା ଟଙ୍କା, ମଦମାଂସ ବଳରେ ଏମାନଙ୍କର ନିର୍ବାଚନ ଜିତିବାରେ ସୁବିଧା ହୋଇପାରୁଥିଲା l
( b ) ବଲାଙ୍ଗିର ଲୋକସଭା ଅଞ୍ଚଳରୁ ପ୍ରାୟ 15 00 00 ରୁ ଉର୍ଦ୍ଧ୍ୱ ଲୋକ ଖାଇବାକୁ ନପାଇ ଦାଦନ ଖଟିବାକୁ ଯାଉଛନ୍ତି l
( c ) ରାଜପରିବାର ବିଭିନ୍ନ ରାଜନୈତିକ ଦଳ ନିଜ ଅଧୀନରେ ରଖିଛନ୍ତି l ଜନସାଧାରଣଙ୍କ ଭିତରୁ ନୂତନ ନେତୃତ୍ୱ ଦେଖାଦେଲେ ସୁନିୟୋଜିତ ଯୋଜନା କରି ରାଜପରିବାରର ମିଳିତ ଭାବରେ ସେମାନଙ୍କର ବିନାଶ କରୁଛନ୍ତି l ଯେଉଁଥିପାଇଁ କୌଣସି ନୂତନ ନେତୃତ୍ୱର ବିକାଶ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ l ସ୍ଵର୍ଗତଃ ଲଳିତ କୁମାର ନାୟକ , ଅଭିମନ୍ୟୁ ସାହୁ , ଗିରିଧାରୀ ପତି, ସୁଧୀର କୁମାର ପରିଚ୍ଛା ଇତ୍ୟାଦି ଅନେକ ବ୍ୟକ୍ତି ରାଜପରିବାରଙ୍କ ଆକ୍ରୋସର ଶିକାର ହୋଇ ଶେଷରେ ମୃତ୍ୟୁବରଣ କରିସାରିଲେଣି l
( d ) ସେସମୟରେ ସ୍ଵର୍ଗତ ଅଭିମନ୍ୟୁ ସାହୁଙ୍କ ହତ୍ୟା ଘଟଣା ରାଜପରିବାରଙ୍କ ପ୍ରୋତ୍ସାହନ ଓ ଇଙ୍ଗିତରେ ହୋଇଛି ବୋଲି ଲୋକଲୋଚନରେ ଚାରିଆଡ଼େ ଆଲୋଚନାର ବିଷୟବସ୍ତୁ ପlଲଟି ଯାଇଥିଲା l ଆହୁରି ମଧ୍ୟ ସ୍ଵର୍ଗତଃ ଅଭିମନ୍ୟୁ ସାହୁଙ୍କ ଅନ୍ତେଷ୍ଟି କ୍ରିୟା ସମୟରେ ରାଜପରିବାରର ସଦସ୍ୟ ମାନଙ୍କୁ ତାଙ୍କର ଦଳୀୟ କାର୍ଯ୍ୟକର୍ତ୍ତା ମାନେ ସ୍ଵର୍ଗତଃ ସାହୁଙ୍କ ହତ୍ୟାକାଣ୍ଡରେ ସେମାନଙ୍କର ହାତ ରହିଛି ବୋଲି ଅଭିଯୋଗ କରିଥିଲେ l ଏହାସହିତ ସ୍ଵର୍ଗତଃ ଅଭିମନ୍ୟୁ ସାହୁଙ୍କ ପରିବାର ଲୋକେ ମଧ୍ୟ ହତ୍ୟାକାଣ୍ଡ ପାଇଁ ରାଜପରିବାରଙ୍କ ଉପରେ ଦୋଷାରୋପ କରିଥିଲେ l
( e ) 1990 ମସିହାରେ ସ୍ଵର୍ଗତଃ ବିବେକାନନ୍ଦ ମେହେର କନକବର୍ଦ୍ଧନ ସିଂହଦେଓ ଙ୍କୁ ପରାଜିତ କରି ପାଟଣାଗଡରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ l ସେସମୟରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନର ଗଣ୍ଡଗୋଳକୁ ନେଇ ପାଟଣାଗଡ ବଥର୍ଲା ହତ୍ୟାକାଣ୍ଡ ସଂଘଟିତ ହୋଇଥିଲା l ଉକ୍ତ ପଞ୍ଚାୟତ ନିର୍ବାଚନରେ କନକବର୍ଦ୍ଧନ ସିଂହଦେଓ ଓ ସଙ୍ଗୀତା କୁମାରୀ ସିଂହଦେଓ ଅନେକ ସ୍ଥାନରେ ଗଣ୍ଡଗୋଳ କରାଇ ଚାରିଆଡ଼େ ଅଶାନ୍ତ ବାତାବରଣ ତିଆରି କରିଥିଲେ l
ବଥର୍ଲା ହତ୍ୟାକାଣ୍ଡର ପୂର୍ବଦିନ ରାତିରେ ସ୍ଵର୍ଗତଃ ବିବେକାନନ୍ଦ ମେହେରଙ୍କ ବଡଭାଇ ସ୍ଵର୍ଗତଃ ଚନ୍ଦ୍ରଭାନୁ ମେହେରଙ୍କୁ ଉଭୟ ନେତା ଓ ନେତ୍ରୀ ଖପ୍ରାଖୋଲର ନlନ୍ଦୁପଲା ଠାରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା l ଘଟଣାକୁ କେନ୍ଦ୍ରକରି ପ୍ରବଳ ଉତ୍ତେଜନା ହୋଇ ଗଣ୍ଡଗୋଳର ରୂପ ନେଇଥିଲା l ବଥର୍ଲା ହତ୍ୟାକାଣ୍ଡ ଦିନ ସେମାନେ ଘରେ ରହିଯାଇ ଜାଣିଶୁଣି ନିଜର ସ୍ୱାର୍ଥ ସାଧନ ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ କିଛି ନକହି ଗଣ୍ଡଗୋଳ ସ୍ଥଳକୁ ପଠେଇ ଦେଇଥିଲେ ଯାହାର ପରିଣାମ ହତ୍ୟାକାଣ୍ଡ ଘଟିଥିଲା l
( f ) ଦାଦନ ସମସ୍ୟାର ସମାଧାନ ପାଇଁ ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା କରିବା ପାଇଁ ଲୋୟର ଶୁକତେଲ ପ୍ରକଳ୍ପ , ଅପର ଲାନ୍ଥ୍, ତେଲନଦୀରେ ବେଲଗାଁ ଓ ଗୁଡ଼ଭେଲା ଠାରେ ବେରେଜ ନିର୍ମାଣ ତଥା ବଲାଙ୍ଗିର ସହରରେ ବାଇପାସ୍ ରୋଡ ଇତ୍ୟାଦି କାମରେ କେବେବି ରାଜପରିବାର ଆନ୍ତରିକତା ସହିତ କୋଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି l ଜଳସେଚନର ଅଭାବ କାରଣରୁ ମରୁଡି ପ୍ରବଣ ଜିଲ୍ଲା ଭାବରେ ବଲାଙ୍ଗିର ପରିଗଣିତ ହୋଇ ଦାଦନ ସମସ୍ୟା ଏଠାରେ ବିଷମ ହେବାରେ ଲାଗିଛି l
( g ) ଅଞ୍ଚଳବlସି ଦିନକୁଦିନ ଦରିଦ୍ର ହେଉଥିବା ସମୟରେ ରାଜପରିବାର ସହସ୍ରାଧିକ କୋଟି ଟଙ୍କାର ମାଲିକ ହୋଇସାରିଛନ୍ତି l ତାଙ୍କ ଅବହେଳା କାରଣରୁ ବଲାଙ୍ଗିର ଓଡ଼ିଶାର ସବୁଠାରୁ ଦରିଦ୍ରତମ ଜିଲ୍ଲା ଭାବରେ ପରିଗଣିତ ହେଉଛି l
( 3 ) କରୋନା ମହାମାରୀ ସମଯରେ ଏମାନଙ୍କ ଭୂମିକା କଣ ରହିଥିଲା ?
କରୋନା ମହାମାରୀର ଭୟଙ୍କର ପରିସ୍ଥିତିରେ ମୃତ୍ୟୁ ବଲାଙ୍ଗିର ମାଟିରେ ତାଣ୍ଡବ ଲୀଳା କରୁଥିବା ସମୟରେ ରାଜପରିବାର ଲୋକଙ୍କୁ ସାହାଯ୍ୟ କରିବା ପରିବର୍ତେ ବଲାଙ୍ଗିରରୁ ପଳାୟନ କରି ଭୁବନେଶ୍ୱର ଓ ଦିଲ୍ଲୀରେ ଆତ୍ମଗୋପନ କରି ରହିଥିଲେ l ସେଠାରେ ବସି କରୋନା ମହାମାରୀରୁ କିଭଳି ଭାବରେ ରାଜନୈତିକ ଫାଇଦା ଉଠାଯାଇ ପାରିବ ସେଥିପାଇଁ ଜୋରଦାର୍ ପ୍ରୟାସ ଚଳାଇଥିଲେ l ଯଦ୍ଵାରା ବଲାଙ୍ଗିର ଜିଲ୍ଲାର ଅନେକ ମୂଲ୍ୟବାନ ଜୀବନ ସ୍ଵାସ୍ଥ୍ୟସେବାର ଅଭାବ କାରଣରୁ ଚାଲିଯାଇଥିଲା l
( 4 ) ଜନସାଧାରଣ ଏମାନଙ୍କର ରାଜନୈତିକ ଭବିଷ୍ୟତ ନଷ୍ଠ କରିଦେବା ପାଇଁ କଣ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ?
ଉପରୋକ୍ତ ସମସ୍ତ ବିଷୟବସ୍ତୁ ଉପରେ ଆପଣମାନେ ଗଭୀର ଭାବରେ ଅନୁଧ୍ୟାନ କଲେ ରାଜପରିବାରଙ୍କ ଅଭିଶପ୍ତ ଶାସନକାଳରେ ଲୋକଙ୍କ ସମସ୍ୟା ସହିତ ଜଡିତ ହୋଇ କାର୍ଯ୍ୟକରିବାର କେତେ ଆନ୍ତରିକତା ରହିଥିଲା ଆପଣମାନେ ଭଲଭାବରେ ବୁଝି ପାରିବେ l
ବଲାଙ୍ଗିର ଜିଲ୍ଲା ରାଜନୀତିରେ ରାଜପରିବାରର ଅଖଣ୍ଡ ପ୍ରଭାବ ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ୍ୱ ସମୟ ରହିଆସୁଥିଲା I ଗତ ବଲାଙ୍ଗିର ଓ ପାଟଣାଗଡ ବିଧାନସଭା ନିର୍ବାଚନରେ ଜନସାଧାରଣ ସେମାନଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ପ୍ରତ୍ୟାଖ୍ୟାନ କରି ସାରିଛନ୍ତି l
ରାଜ୍ୟ ତଥା ବଲାଙ୍ଗିର ରାଜନୀତିରେ ରାଜପରିବାରଙ୍କ ପ୍ରଭାବ ନିଜର ସ୍ଵାର୍ଥପର କାର୍ଯ୍ୟକଳାପ ଯୋଗୁଁ ସମ୍ପୂର୍ଣ୍ଣ ଭାବରେ ବିଲୋପ ହୋଇଯାଉଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି l ଜନସାଧାରଣଙ୍କ ସଚେତନତା କାରଣରୁ ଦିର୍ଘବର୍ଷର ଏକଛତ୍ରବାଦୀ ଶାସନର ପତନ ଘଟିବାକୁ ଯାଉଛି l
ବର୍ତ୍ତମାନ ରାଜପରିବାରଙ୍କ ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ୍ୱ ଅଭିଶପ୍ତ ଶାସନକୁ ପତନ କରିବାର ସମୟର ଆସିଯାଇଛି l ଆପଣମାନେ ଯଦି ଭବିଷ୍ୟତ ବଂଶଧର ମାନଙ୍କୁ ରାଜପରିବାର ଅତ୍ୟାଚାରରୁ ରକ୍ଷା କରିବା ସହିତ ବଲାଙ୍ଗିର ଲୋକସଭା ଅଞ୍ଚଳର ବିକାଶ କରିବାକୁ ଚାହୁଁଛନ୍ତି , ତାହେଲେ ସବୁଦିନ ପାଇଁ ଏମାନଙ୍କ ରାଜନୈତିକ ଭବିଷ୍ୟତର ପରିସମାପ୍ତି ଘଟାଇବାର ନିଶ୍ଚିତ ଭାବରେ ଆବଶ୍ୟକତା ରହିଛି l