Today is November 21, 2026

HEADLINES

LATEST NEWS

ବୁଦ୍ଧଧର୍ମର ବିନାଶ କରିବା ପାଇଁ ବୁଦ୍ଧଙ୍କୁ ବିଷ୍ଣୁଙ୍କର ଅବତାର ଭାବରେ ଚିତ୍ରଣ କରାଯାଇଛି l

ବଲାଙ୍ଗିର : 27 ନଭେମ୍ବର 2023 : ବ୍ରାହ୍ମଣ ଧର୍ମର ଧର୍ମଶାସ୍ତ୍ର ମାନଙ୍କରେ ବୁଦ୍ଧଦେବ ଭଗବାନ ବିଷ୍ଣୁଙ୍କର ନବମ ଅବତାର ଭାବରେ ବର୍ଣ୍ଣିତ କରାଯାଇଛି l ବୁଦ୍ଧଧର୍ମରେ ଏଭଳିଆ ବିଭ୍ରାନ୍ତିକର କଥାକୁ ଗ୍ରହଣ କରୁନଥିବାରୁ ଜନମାନସରେ ଏହାଏକ ବିବାଦୀୟ ବିଷୟବସ୍ତୁ ପାଲଟି ଯାଇଛି l

ବ୍ରାହ୍ମଣ ଧର୍ମରେ ବୁଦ୍ଧଙ୍କୁ ଏଭଲିଅl ପ୍ରତିପାଦିତ କରିବାର ଭିତରି ରହସ୍ୟ କଣ ରହିଛି ତତ୍ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଜାଣିବାକୁ ହେଲେ ନିମ୍ନଲିଖିତ କେତୋଟି ପ୍ରଶ୍ନର ସଠିକ ଉତ୍ତର ଆପଣ ମାନଙ୍କୁ ଜାଣିବାକୁ ପଡିବ :

( 1 ) ବ୍ରାହ୍ମଣ ଧର୍ମରେ ବୁଦ୍ଧଦେବଙ୍କୁ ଭଗବାନ ବିଷ୍ଣୁଙ୍କର ନବମ ଅବତାର ଭାବରେ ପୂରlଣ ମାନଙ୍କରେ କଣ ବର୍ଣିତ କରାଯାଇଛି ?

( 2 ) ବୁଦ୍ଧଦେବ ଭଗବାନ ବିଷ୍ଣୁଙ୍କର ଅବତାରି ପୁରୁଷ ବୋଲି ଦର୍ଶାଇବାରେ ବ୍ରାହ୍ମଣ ଧର୍ମର ଭିତରି ଉଦ୍ଧେଶ୍ୟ କଣ ରହିଥିଲା l

( 1 ) ବ୍ରାହ୍ମଣ ଧର୍ମରେ ବୁଦ୍ଧଦେବଙ୍କୁ ଭଗବାନ ବିଷ୍ଣୁଙ୍କର ନବମ ଅବତାର ଭାବରେ ପୂରlଣ ମାନଙ୍କରେ ବର୍ଣିତ କରାଯାଇ କିଭଳି ଭାବରେ ବୁଦ୍ଧ ଓ ବୁଦ୍ଧଧର୍ମର ଭାବମୂର୍ତ୍ତୀକୁ କ୍ଷୁଣ୍ଣ କରାଯାଇଛି ନିମ୍ନଲିଖିତ ପୁରାଣରେ ରଚିତ ବିଷୟବସ୍ତୁକୁ ଅନୁଧ୍ୟାନ କଲେ ଭଲ ଭାବରେ ଜାଣିପାରିବେ l

ଅଗ୍ନି ପୂରlଣ : ପାରାଗ୍ରାଫ 16 , ଶ୍ଲୋକ 1-3

” ଇତିହାସ ପୃଷ୍ଠାର ପୌରାଣିକ ଗାଥା ଅନୁଯାୟୀ ଅତୀତରେ ସ୍ଵର୍ଗଧାମରେ ଦେବତା ଓ ଦାନବ ମାନଙ୍କ ମଧ୍ୟରେ ସଦାସର୍ବଦା ଯୁଦ୍ଧ ଲାଗିରହୁଥିଲା l ବେଦ ଆଧାରିତ ଜ୍ଞାନପ୍ରାପ୍ତ କରି ସଦାବେଳେ ଦାନବ ମାନେ ଯୁଦ୍ଧରେ ଦେବତା ମାନଙ୍କୁ ପରାସ୍ତ କରି ଦେଉଥିଲେ ଓ ସ୍ଵର୍ଗଲୋକରେ ଦାନବ ମାନେ ଶାସନ୍ ଚଳାଇଥିଲେ l ଦେବତା ମାନଙ୍କୁ ରକ୍ଷl କରିବା ସହିତ ପୃଥିବୀରେ ଧାର୍ମିକ ସନ୍ତୁଳନ ଆଣିବା ପାଇଁ ବୁଦ୍ଧଦେବ ଭଗବାନ ବିଷ୍ଣୁଙ୍କର ନବମ ଅବତାର ଭାବରେ ଜନ୍ମ ଗ୍ରହଣ କରିଥିଲେ l

ବୈଦିକ ଧର୍ମ ଆଧାରିତ ଜ୍ଞାନ ତଥା ଧର୍ମ ପଥରୁ ଦାନବ ମାନଙ୍କୁ ବିଚ୍ୟୁତ କରିବାପାଇଁ ପାଇଁ ବୁଦ୍ଧଦେବ ସେମାନଙ୍କୁ ବେଦ ଓ ପୁରାଣ ବିରୁଦ୍ଧରେ ଶିକ୍ଷାଦାନ କରିଥିଲେ l ପରବର୍ତ୍ତି ସମୟରେ ଦାନବ ମାନେ ଧର୍ମପଥରୁ ବିଚ୍ୟୁତ ହୋଇ ବୁଦ୍ଧଧର୍ମ ଗ୍ରହଣ କରିଥିଲେ ଯଦ୍ୱାରା ଧର୍ମଦ୍ରୋହି ଓ ପାପୀ ହୋଇଯିବାରୁ ଦେବତା ମାନଙ୍କ ଠାରୁ ପରାସ୍ତ ହୋଇ ନର୍କଲୋକକୁ ଗମନ କରିଥିଲେ l

ସେସମୟରେ କେହି ଜାତିପ୍ରଥା ମାନୁନଥିବାରୁ ପୃଥିବୀରେ ଏଭଲିଆ ପରିସ୍ଥିତି ଦେଖାଦେଇଥିଲା ଓ ଦାନବ ଶାସନ ଚାଲିଥିଲା l ବୁଦ୍ଧଧର୍ମ ଗ୍ରହଣ କରି ଧର୍ମପଥରୁ ବିଚ୍ୟୁତ ହୋଇଥିବା ଦାନବ ମାନଙ୍କୁ କଳିଯୁଗରେ ଭଗବାନ ବିଷ୍ଣୁ କଳକି ଅବତାର ଗ୍ରହଣ କରି ସଂହାର କରିବେ l “

ବ୍ରାହ୍ମଣ ଧର୍ମର : (1 ) ନାରଦ ପୁରାଣ ଅଧ୍ୟାୟ 32 , ଶ୍ଲୋକ 36

( 2 ) ଭାଗବତ ପୁରାଣ ଦଶମ ଭାଗର ଅଧ୍ୟାୟ 40 , ଶ୍ଲୋକ 22

( 3 ) ନରସିଂହ ପୁରାଣ ଅଧ୍ୟାୟ 36 , ଶ୍ଲୋକ 9

( 4 ) ପଦ୍ମ ପୁରାଣ ଅଧ୍ୟାୟ 236 , ଶ୍ଲୋକ 6

( 5 ) ବିଷ୍ଣୁ ଧର୍ମଶାସ୍ତ୍ର ପୁରାଣ ଗ୍ରନ୍ଥଖଣ୍ଡ 3 ଅଧ୍ୟାୟ 236 , ଶ୍ଲୋକ 54

ଇତ୍ୟାଦି ଅନେକ ପୁରାଣ ମାନଙ୍କରେ ବୁଦ୍ଧଦେବ ଭଗବାନ ବିଷ୍ଣୁଙ୍କର ନବମ ଅବତାର ଭାବରେ ଦର୍ଶାଇ , ଅଗ୍ନି ପୂରlଣ ଭଲିଆ ଅପମାନିତ କଲାଭଳି ଚରିତ୍ର ଚିତ୍ରଣ କରାଯାଇ ,ବୁଦ୍ଧଧର୍ମର ବିନାଶ କରିବା ପାଇଁ ଯୋଜନା କରାଯାଇଛି l ତେଣୂ ବୁଦ୍ଧଧର୍ମରେ ବୁଦ୍ଧ ଭଗବାନ ବିଷ୍ଣୁଙ୍କର ଅବତାରୀ ପୁରୁଷ ବୋଲି ପୁରାଣରେ ଦର୍ଶାଯାଇଥିବା କଥାକୁ ଗ୍ରହଣ କରାଯାଉ ନାହିଁ l

ଆହୁରି ମଧ୍ଯ ବୁଦ୍ଧଧର୍ମର କୌଣସି ଧର୍ମଶାସ୍ତ୍ରରେ ବୁଦ୍ଧଦେବ ଭଗବାନ ବିଷ୍ଣୁଙ୍କର ନବମ ଅବତାର ଭାବରେ ଦର୍ଶl ଯାଇନାହିଁ l ବୁଦ୍ଧଦେବ ତପସ୍ୟା ସମୟରେ ଜ୍ଞାନପ୍ରାପ୍ତ କଲାପରେ ନିଜର ପୂର୍ବଜନ୍ମ ବିଷୟରେ ଜାଣିପାରିଥିଲେ l ବୁଦ୍ଧଦେବ ଜୀବନକାଳ ମଧ୍ୟରେ କେବେହେଲେ ମଧ୍ୟ ନିଜେ ବିଷ୍ଣୁଙ୍କର ନବମ ଅବତାର ବୋଲି ପ୍ରକାଶ କରିନଥିଲେ l ବୁଦ୍ଧ ଧର୍ମରେ ଅବତାରକୁ ବିଶ୍ବାସ କରାଯାଏ ନାହିଁ ଓ ପୁନର୍ଜନ୍ମକୁ ବିଶ୍ବାସ କରାଯାଇଥାଏ l

( 2 ) ବୁଦ୍ଧଦେବ ଭଗବାନ ବିଷ୍ଣୁଙ୍କର ଅବତାରି ପୁରୁଷ ବୋଲି ଦର୍ଶାଇବାରେ ବ୍ରାହ୍ମଣଧର୍ମର ଭିତରି ଉଦ୍ଧେଶ୍ୟ କଣ ରହିଛି ?

ବୁଦ୍ଧ ଧର୍ମର ପତନପରେ ଦେଶରେ ପୁନଃ ବ୍ରାହ୍ମଣ ଧର୍ମର ସ୍ଥାପନ କରାଯାଇ ଜାତିପ୍ରଥାର ପୁନଃ ପ୍ରଚଳନ କରାଯାଇଥିଲା l ବୁଦ୍ଧ ଧର୍ମର ବିନାଶ କରିବା ଉଦ୍ଧେଶ୍ୟରେ ବୁଦ୍ଧ ବିଷ୍ଣୁଙ୍କର ଅବତାରୀ ପୁରୁଷ ଓ ବ୍ରାହ୍ମଣଧର୍ମର ଏକ ଅଂଶ ଭାବରେ ଅଭିହିତ କରିବାର ଭିତରି ରହସ୍ୟ ସମ୍ବନ୍ଧୀୟ ସମସ୍ତ ଘଟଣାବଳୀକୁ ନିମ୍ନରେ ଉପସ୍ଥାପିତ କରାଯାଇଛି l

( a ) ସମ୍ରାଟ ଅଶୋକ 36 ବର୍ଷ ମୌର୍ଯ୍ୟ ସାମ୍ରାଜ୍ୟକୁ ଶାସନ କଲାପରେ 232 BCE ରେ ମୃତ୍ୟୁ ବରଣ କରିଥିଲେ l ମୌର୍ଯ୍ୟ ସାମ୍ରାଜ୍ୟର ତୃତୀୟ ସମ୍ରାଟ ଭାବରେ ତାଙ୍କର ଶାସନକାଳ 268 BCE ରୁ 232 BCE ପର୍ଯ୍ୟନ୍ତ ରହିଥିଲା l ତାଙ୍କ ଶାସନକାଳ ସମୟରେ ( 1 ) ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟରେ କେବଳ ବୁଦ୍ଧଧର୍ମ ପ୍ରଚଳିତ ହୋଇ ରହିଥିଲା l ( 2 ) ବ୍ରାହ୍ମଣଧର୍ମର ପ୍ରଚଳନ ବହୁଳ ଭାବରେ ସୀମିତ ହୋଇଯାଇଥିଲା l

( b ) ବଂଶାନୁକ୍ରମେ ମୌର୍ଯ୍ୟ ସାମ୍ରାଜ୍ୟର ନବମ ସମ୍ରାଟ ଭାବରେ ବ୍ରିହାଦ୍ରତ ମୌର୍ଯ୍ୟ 187 BCE ରେ ଶାସନ୍ ଗାଦିରେ ଅବସ୍ଥାପିତ ହୋଇଥିଲେ l ସେସମୟରେ ମୌର୍ଯ୍ୟ ସାମ୍ରାଜ୍ୟର ସେନାପତି ଭାବରେ ପୁଷ୍ୟମିତ୍ର ଶୃଙ୍ଗ ନାମକ ଜଣେ ବ୍ରାହ୍ମଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା l ବ୍ରିହାଦ୍ରତ ମୌର୍ଯ୍ୟଙ୍କୁ ଯୋଜନାବଦ୍ଧ ଭାବରେ ସୈନ୍ୟ ପରିଦର୍ଶନ କରିବା ପାଇଁ ନିମନ୍ତ୍ରଣ କରାଯାଇ 185 BCE ରେ ସେନାପତି ପୁଷ୍ୟମିତ୍ର ଶୃଙ୍ଗ ହତ୍ୟା କରିଥିଲେ l

( c ) ମୌର୍ଯ୍ୟ ରାଜବଂଶର ପତନ ପରେ 185 BCE ରେ ଶୃଙ୍ଗ ସାମ୍ରାଜ୍ୟର ଉତ୍ଥାନ ହୋଇ ପୁଷ୍ୟମିତ୍ର ଶୃଙ୍ଗ ପ୍ରଥମ ଶୃଙ୍ଗ ବଂଶର ସମ୍ରାଟ ଭାବରେ ଅବସ୍ଥାପିତ ହୋଇଥିଲେ l ମନ୍ତ୍ରୀ ପରିଷଦରେ ରହି ସମ୍ରାଟଙ୍କ ଉପଦେଷ୍ଟା ଭାବରେ ସାମ୍ରାଜ୍ୟ ପରିଚାଳନା କରୁଥିବା ବୌଦ୍ଧ ଭିକ୍ଷୁ ମାନଙ୍କୁ ହଟାଇ ଦିଆଗଲା l ବ୍ରାହ୍ମଣ ମାନଙ୍କୁ ଉକ୍ତ ପଦବୀରେ ଅବସ୍ଥାପିତ କରାଯାଇ ଶୃଙ୍ଗ ସାମ୍ରାଜ୍ୟରେ ବ୍ରାହ୍ମଣଧର୍ମର ପ୍ରଚଳନ କରାଯାଇଥିଲା l

( d ) ପୁରାତନ କାଳରେ / ବୈଦିକ ଯୁଗରେ ବ୍ରାହ୍ମଣଧର୍ମର ପ୍ରଚଳନ ରହିଥିଲା l ସେସମୟରେ ବେଦ ଉପରେ ଆଧାରିତ ହୋଇ ହୋମଯଜ୍ଞ/ କର୍ମକାଣ୍ଡ କରାଯାଇ ଭଗବାନଙ୍କ ପୂଜାର୍ଚ୍ଚନା କରାଯାଉଥିଲା ଏବ୍ଂ ମୂର୍ତ୍ତୀ ପୂଜାର କୋଣସି ପ୍ରଚଳନ ନଥିଲା I

ମୌର୍ଯ୍ୟ ସାମ୍ରାଜ୍ୟରେ ରହିଥିବା ହଜାର ହଜାର ବୁଦ୍ଧଙ୍କର ପ୍ରତିମୂର୍ତ୍ତୀ , ସ୍ତୁପ ଓ ପୁଜାସ୍ଥଳୀ ମାନଙ୍କ ଠାରୁ ଲୋକଙ୍କ ଧ୍ୟାନ ହଟେଇବା ପାଇଁ ବ୍ରାହ୍ମଣଧର୍ମରେ ସର୍ବପ୍ରଥମେ ଶୃଙ୍ଗ ସାମ୍ରାଜ୍ୟରେ ମୂର୍ତ୍ତୀ ପୂଜାର ଆରମ୍ଭ କରାଯାଇ ତେତିଶ କୋଟି ଦେବାଦେବୀଙ୍କ ସଂରଚନା କରାଯାଇଥିଲା l

ସେସମୟରେ ବୃଦ୍ଧାଙ୍କର ପ୍ରାୟ 84000 ଧର୍ମସ୍ଥଳୀକୁ ଭାଙ୍ଗି ଦିଆଯାଇଥିଲା ଓ ବୁଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ମାନଙ୍କୁ ନରସଂହାର କରାଯାଇଥିଲା l

( d ) ପୁଷ୍ୟମିତ୍ର ଶୃଙ୍ଗ 185 BCE ରୁ 149 BCE ପର୍ଯ୍ୟନ୍ତ 37 ବର୍ଷ ଧରି ଦେଶର ଶାସନ୍ ଗାଦିରେ ଅବସ୍ଥାପିତ ହୋଇ ରହିଥିଲେ l ତାଙ୍କର ଶାସନକାଳ ସମୟରେ ବ୍ରାହ୍ମଣଧର୍ମକୁ ଶୃଙ୍ଗ ସାମ୍ରାଜ୍ୟରେ ପ୍ରଚଳିତ କରିବା ପାଇଁ : ( 1 ) ମତ୍ସ୍ୟ ପୁରାଣ ( 2 ) ମନୁସ୍ମୃତିର ସଂରଚନା ଜାତିପ୍ରଥା ପ୍ରଚଳନ ପାଇଁ କରାଯାଇଥିଲା

ବ୍ରାହ୍ମଣଧର୍ମ ଓ ବୁଦ୍ଧଧର୍ମ ମଧ୍ୟରେ ଚାଲିଥିବା ବିବାଦକୁ ପ୍ରଶମିତ କରିବା ପାଇଁ ବୁଦ୍ଧଧର୍ମକୁ ବ୍ରାହ୍ମଣଧର୍ମର ଏକ ଅଂଶ ଓ ବୁଦ୍ଧଦେବ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ଅଭିହିତ କରିବା ପାଇଁ : (1 ) ନାରଦ ପୁରାଣ ( 2 ) ଭାଗବତ ପୁରାଣ ( 3 ) ନରସିଂହ ପୁରାଣ ( 4 ) ପଦ୍ମ ପୁରାଣ ( 5 ) ବିଷ୍ଣୁ ଧର୍ମଶାସ୍ତ୍ର ପୁରାଣ ଇତ୍ୟାଦି ଅନେକ ପୁରାଣ ରଚନା କରାଯାଇଥିଲା l ଏଭଲି ଭାବରେ ଧର୍ମ ନାମରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରି ବୁଦ୍ଧ ଧର୍ମର ପତନ କରିବା ପାଇଁ ଯୋଜନା କରାଯାଇଥିଲା l

ତାପରବର୍ତ୍ତୀ ସମଯରେ ବଂଶାନୁକ୍ରମେ ଶୃଙ୍ଗ ବଂଶର ସାତଜଣ ସମ୍ରାଟ ଦେଶ ପରିଚାଳନା କରିଥିଲେ l ଦେଶରେ ଶୃଙ୍ଗ ବଂଶର ଶାସନ 185 BCE ରୁ 73 BCE ପର୍ଯ୍ୟନ୍ତ ରହିଥିଲା l ଏହି ସମୟ ମଧ୍ୟରେ ଶୃଙ୍ଗ ସାମ୍ରାଜ୍ୟରୁ ବୁଦ୍ଧଧର୍ମ ସମ୍ପୂର୍ଣ୍ଣ ଭାବରେ ପତନ ହୋଇ ବ୍ରାହ୍ମଣଧର୍ମର ଉତ୍ଥାନ ହୋଇଥିଲା l

ବ୍ରାହ୍ମଣଧର୍ମର ଆଧାରରେ ସାମାଜ ମଧ୍ୟରେ ଜାତିପ୍ରଥାର ପୁନଃ ପ୍ରଚଳନ କରାଯାଇ ଜନସାଧାରଣଙ୍କୁ ପୁଣିଥରେ ଶୋଷିତ ଓ ଅତ୍ୟାଚାରିତ କରାଯାଉଛି l ଉପରୋକ୍ତ ସମସ୍ତ ଘଟଣାବଳୀକୁ ଅନୁଧ୍ୟାନ କଲେ ଅପାଣମାନେ ଭଲଭାବରେ ଜାଣିପାରିବେ ବ୍ରାହ୍ମଣଧର୍ମର ଧର୍ମଶାସ୍ତ୍ର ମାନଙ୍କରେ ବୁଦ୍ଧଦେବ ଭଗବାନ ବିଷ୍ଣୁଙ୍କର ନବମ ଅବତାର ଭାବରେ ବର୍ଣ୍ଣିତ କରିବା ପୃଥିବୀର ସବୁଠାରୁ ବଡ଼ଧରଣର ଧର୍ମ ନାମରେ ସାମାଜିକ ପ୍ରତାରଣା l

MUST READ..

Share this post

Leave a Comment