Today is November 21, 2026

HEADLINES

LATEST NEWS

CJP ଛାତ୍ର ଆନ୍ଦୋଳନ ଉପରେ ବର୍ବରତା : ସାମନ୍ତବାଦୀ ଏବଂ ବ୍ରାହ୍ମଣବାଦୀ ଚିନ୍ତାଧାରାର ଏକ ସୁଚିନ୍ତିତ ଷଡଯନ୍ତ୍ର ।

ବଲାଙ୍ଗିର : 26 July 20261 : ନୂଆଦିଲ୍ଲୀର ଯନ୍ତର ମନ୍ତର ଠାରେ କକରୋଚ୍ ଜନତା ପାର୍ଟି (CJP) ର ୨୦୨୬ ଜୁଲାଇ ୨୦ ତାରିଖରେ “ଚଲୋ ସଂସଦ” ମାର୍ଚ୍ଚ ସମୟରେ ନିରୀହ ଛାତ୍ରମାନଙ୍କ ଉପରେ ଯେଉଁ ଅମାନୁଷିକ ବଳପ୍ରୟୋଗ କରାଗଲା, ତାହା କେବଳ ପୋଲିସର ବର୍ବରତା ନଥିଲା; ବରଂ ଏହା ଥିଲା ଦେଶର ଶାସନ ଗାଦି ମାଡ଼ି ବସିଥିବା ସାମନ୍ତବାଦୀ ଏବଂ ବ୍ରାହ୍ମଣବାଦୀ ଚିନ୍ତାଧାରାର ଏକ ସୁଚିନ୍ତିତ ଷଡଯନ୍ତ୍ର ।

ଯେତେବେଳେ ଦେଶର ଛାତ୍ର ସମାଜ ନିଜର ଭବିଷ୍ୟତ, ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ପେପର୍ ଲିକ୍ ମହାଘୋଟାଲାର ନ୍ୟାୟ ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲେ, ସେତେବେଳେ ଶାସନ ଗାଦିରେ ବସିଥିବା କ୍ଷମତା ଅନ୍ଧ ଶକ୍ତିମାନେ ସେମାନଙ୍କୁ ଦମନ କରିବା ପାଇଁ ପୁରା ଦିଲ୍ଲୀ ପୋଲିସକୁ ‘ୟୁନିଫର୍ମ ପିନ୍ଧା ଗୁଣ୍ଡା’ ଭଳି ବ୍ୟବହାର କରିଥିଲେ ।

ମହିଳା ଛାତ୍ରୀମାନଙ୍କ ମୁଣ୍ଡ ଫଟାଇ ଦିଆଗଲା, ପେଲେଟ୍ ଗନ୍ ଓ ଲାଠି ମାଡ଼ରେ ଶହ ଶହ ଯୁବକଙ୍କୁ ଆହତ କରାଗଲା। ଏହି କ୍ରୁରତା ସାମ୍ନାକୁ ଆଣୁଛି ସେହି ସାମନ୍ତବାଦୀ ଓ ସନାତନୀ ମନୋଭାବକୁ, ଯେଉଁଠି ପ୍ରଶ୍ନ ପଚାରୁଥିବା ଗରିବ, ଦଳିତ ଓ ପଛୁଆ ବର୍ଗର ନାଗରିକଙ୍କୁ କେବଳ କୀଟପତଙ୍ଗ ବୋଲି ଭାବି କ୍ଷମତାର ବୁଟ୍ ତଳେ ଚାପିଦେବା ପାଇଁ ପ୍ରୟାସ ଚାଲିଛି।

ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ଏବଂ ଛାତ୍ରମାନଙ୍କୁ ରକ୍ତାକ୍ତ କରିବା ପଛରେ କେବଳ ସରକାରୀ ପ୍ରଶାସନ ନୁହେଁ, ବରଂ ଦକ୍ଷିଣପନ୍ଥୀ ହିନ୍ଦୁ ଏବଂ ସନାତନୀ ସଂଗଠନର ଆକ୍ଟିଭିଷ୍ଟ ମାନଙ୍କର ଏକ ଅତ୍ୟନ୍ତ କଳଙ୍କିତ ଏବଂ ଉଗ୍ର ଭୂମିକା ରହିଛି। ଏହି ତଥାକଥିତ ସନାତନୀ କର୍ମୀମାନେ ଜନସାଧାରଣଙ୍କ ସାମ୍ନାରେ ଦେଶପ୍ରେମ ଓ ଧର୍ମର ନାଟକ କରନ୍ତି, କିନ୍ତୁ ପରଦା ପଛରେ ସେମାନେ ଶାସକ ଦଳର ବେସରକାରୀ ଗୁଣ୍ଡା ବାହିନୀ ଭଳି କାମ କରୁଛନ୍ତି।

ସାମାଜିକ ଗଣମାଧ୍ୟମରେ ଏହି ସନାତନୀ ଆକ୍ଟିଭିଷ୍ଟ ମାନେ ନ୍ୟାୟ ମାଗୁଥିବା ଛାତ୍ରମାନଙ୍କୁ “ଦେଶଦ୍ରୋହୀ”, “ବିଦେଶୀ ଏଜେଣ୍ଟ” ଏବଂ “କକରୋଚ୍” କହି ଗାଳିଗୁଲଜ କରିଥିଲେ। ସେମାନେ ଖୋଲାଖୋଲି ଭିଡିଓ ଜାରି କରି ଧମକ ଦେଇଥିଲେ ଯେ, “ଯଦି ସରକାର ଆମକୁ ଗୋଟିଏ ଦିନ ପାଇଁ ୟୁନିଫର୍ମ ବିନା ଦିଲ୍ଲୀ ପୋଲିସରେ ସାମିଲ ହେବାକୁ ସୁଯୋଗ ଦେବେ, ତେବେ ଏହି କୀଟପତଙ୍ଗ ଭଳିଆ ଛାତ୍ରମାନଙ୍କୁ କେମିତି ସାବାଡ଼ କରାଯାଏ ଆମେ ଭଲ ଭାବେ ଜାଣିଛୁ”।

ଏତିକିରେ ଏହି ବ୍ରାହ୍ମଣବାଦୀ ମାନସିକତାର ଆକ୍ରୋଶ ଶେଷ ହୋଇନଥିଲା। ଆନ୍ଦୋଳନ ସ୍ଥଳରୁ ଯେତେବେଳେ ଗରିବ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ଘରକୁ ଫେରୁଥିଲେ, ସେତେବେଳେ ରାସ୍ତାରେ ଏହି ଦକ୍ଷିଣପନ୍ଥୀ ଗୁଣ୍ଡାମାନେ ସେମାନଙ୍କୁ ଘେରିଯାଇ ଅସଦାଚରଣ କରିବା ସହ ଚାପୁଡ଼ା ମାରି ନିଜର ଜାତିବାଦୀ ଅହଂକାର ପ୍ରଦର୍ଶନ କରିଥିଲେ।

ସେମାନେ ପ୍ରମାଣ କରିଦେଲେ ଯେ, ‘ହିନ୍ଦୁରାଷ୍ଟ୍ର’ ଏବଂ ‘ସନାତନ ଧର୍ମ’ର ବଡ଼ ବଡ଼ ସ୍ଲୋଗାନ କେବଳ ଶାସନ କ୍ଷମତାକୁ କବ୍‌ଜା କରି ରଖିବାର ଏକ ମାଧ୍ୟମ। ସେମାନଙ୍କର ପ୍ରକୃତ ଲକ୍ଷ୍ୟ ହେଉଛି ବାବାସାହେବ ଆମ୍ବେଦକରଙ୍କ ପ୍ରଗତିଶୀଳ ସଂବିଧାନକୁ ପରିବର୍ତ୍ତନ କରି ଦେଶରେ ପୁଣି ଥରେ ମନୁବାଦୀ ଏବଂ ବ୍ରାହ୍ମଣବାଦୀ ଗୋଲାମୀ ପ୍ରଥା ଚଳାଇବା, ଯେଉଁଠି ଦଳିତ, ମୂଲିଆ ଓ ସାଧାରଣ ଘରର ପିଲା ଶିକ୍ଷା ପାଇବାର ମୌଳିକ ଅଧିକାରରୁ ବଞ୍ଚିତ ହେବେ।

ତେବେ, ଯୁବ ସମାଜର ଏହି ମହାସଂଗ୍ରାମ ଆଜି ପ୍ରମାଣ କରିଦେଇଛି ଯେ ‘ସତ୍ୟର ସ୍ୱର’କୁ ଅଧିକ ଦିନ ଚାପି ରଖାଯାଇ ପାରିବ ନାହିଁ। ବ୍ରାହ୍ମଣବାଦୀ ଚକ୍ରାନ୍ତ ଓ ଲାଠି-ଗୁଳିର ଭୟ ଆଗରେ ନଡରି ଛାତ୍ରମାନେ ଯେଉଁ ଦୃଢ଼ତା ଦେଖାଇଲେ, ତାହା ଶେଷରେ କେନ୍ଦ୍ର ସରକାରଙ୍କୁ ଆଣ୍ଠେଇବାକୁ ବାଧ୍ୟ କଲା ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜ ପଦବୀରୁ ଇସ୍ତଫା ଦେବାକୁ ପଡ଼ିଲା।

MUST READ..

Share this post

Leave a Comment